କେଉଁ ମାନଙ୍କୁ କରୋନା ଟିକା ଲଗାଇବା ଉଚିତ୍ ନୁହେଁ ? Covishield ଏବଂ Covaxin ର ଗାଇଡଲାଇନ୍ ସମ୍ବନ୍ଧରେ ଜାଣନ୍ତୁ

ବନ୍ଧୁଗଣ, କରୋନା ସଂକ୍ରମଣ ସାରା ବିଶ୍ୱରେ ବର୍ତ୍ତମାନ ମୁଣ୍ଡବ୍ୟଥା ର କାରଣ ପାଲଟିଛି । ଏହି ସଂକ୍ରମଣ ରେ ବହୁତ ମନୁଷ୍ୟ ଜୀବନ ହରାଉଛନ୍ତି । ବନ୍ଧୁଗଣ ଏହା ଏଭଳି ଭାବରେ ଲୋକଙ୍କୁ ସଂକ୍ରମଣ କରୁଛି ଯେ, ତାହା କହିବା ଅସମ୍ଭବ । ମାତ୍ର ଗତବର୍ଷ ରେ ଏହା ସମସ୍ତଙ୍କୁ ଅତ୍ୟଧିକ ଦୁଃଖ ଦୂର୍ଦ୍ଧଶା ରେ ପକାଇ ବର୍ତ୍ତମାନ ମଧ୍ୟ ଏହି ମହାମାରୀ ର ଦ୍ଵିତୀୟ ଲହରୀ ଆସି ସମସ୍ତଙ୍କ ବିଚଳିତ କରିସାରିଛି । ବନ୍ଧୁଗଣ ଏହା ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଧୃତ ଗତିରେ ସଂକ୍ରମିତ ହେବାରେ ଲାଗିଛି ।

ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏହାର ଟୀକା କରଣ ବ୍ୟବସ୍ଥା ଆରମ୍ଭ ହୋଇସାରିଛି । ମାତ୍ର କରୋନା ଟିକା କେଉଁ ମାନେ ନେବେ ତଥା କେଉଁ ମାନେ ଏହା ଠାରୁ ବଞ୍ଚିତ ରହିବେ ତାହା ସମ୍ବନ୍ଧରେ ଆମ୍ଭେ ଆଜି ଆପଣଙ୍କୁ କହିବାକୁ ଯାଉଅଛୁ ।

ଦର୍ଶକବନ୍ଧୁ, ଭାରତୀୟ ବାୟୋଟେକ୍ କମ୍ପାନୀ କୋଭ୍ୟାକ୍ସିନ ପ୍ରସ୍ତୁତ କରିସାରିଛି । ଏହାର ପ୍ୟାକ୍ଟସିଟର ରେ କମ୍ପାନୀ କହିଅଛି ଯେ, ଯଦି କୌଣସି ବ୍ୟକ୍ତି ଙ୍କୁ ଆଲର୍ଜି ଥାଏ, ତେବେ ସେହି ବ୍ୟକ୍ତି ମାନେ ଏହି ଟିକା ନେଇପାରିବେ ନାହିଁ । ବନ୍ଧୁଗଣ, କରୋନା ଭାଇରସ ର ଆତଙ୍କ ରେ ଭାରତ ସରକାର ମଇ ୧ ତାରିଖରୁ ୧୮ ବର୍ଷ ରୁ ଉର୍ଦ୍ଧ ବୟସ ର ବ୍ୟକ୍ତି ଙ୍କୁ COVID-19 vaccine ଟିକା ଲଗାଇବା କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ମାତ୍ର ଏହି ଟିକା ଲଗାଇବା କୁ ନେଇ ଜନତା ଙ୍କ ମଧ୍ୟରେ ଏକ ଭୟ ସୃଷ୍ଟି ହୋଇଛି ।

ଟିକାକରଣ ର ପାର୍ଶ୍ୱପ୍ରତିକ୍ରୀୟ କୁ ନେଇ ଲୋକମାନଙ୍କର ଅତ୍ୟଧିକ ଚିନ୍ତା ରହିଛି । ବନ୍ଧୁଗଣ ଲୋକ ମାନଙ୍କର ଏହି ଚିନ୍ତାଧାରା ସ୍ଵାଭାବିକ ଅଟେ କାରଣ ଏହି ଟିକାକରଣ ରେ ପାର୍ଶ୍ୱପ୍ରତିକ୍ରୀୟା ହେତୁ ଅନେକ ଲୋକଙ୍କର ଜୀବନ ଜାଇସାରିଲେଣି । ଭାରତର କୋଭିଶିଲ୍ଡ ଏବଂ କୋଭ୍ୟାକ୍ସିନ ଟିକାକୁ କେଉଁ କେଉଁ ଲୋକ ନେଇ ପାରିବେ ଅଥବା କେଉଁ ଲୋକ ଏହାକୁ ନେବେ ନାହଁ ତାହା ସମ୍ବନ୍ଧରେ ଜଣାଇବାକୁ ଯାଉଅଛୁ ।

କୋଭ୍ୟାକ୍ସିନ ଟିକାକୁ କେଉଁ ଲଗାଇବା ଉଚିତ୍ ନୁହେଁ

୧- ଯେଉଁ ବ୍ୟକ୍ତିଙ୍କର ଆଲାର୍ଜି ରହିଥାଏ, ସେମାନେ ଏହି ଟିକା ନେବା ଉଚିତ୍ ନୁହେଁ ।

୨- ଯଦି ପ୍ରଥମ ଡୋଜ ପରେ ଏହାର ପାର୍ଶ୍ଵପ୍ରତିକ୍ରିୟା ଏବଂ ସାଙ୍ଘାତିକ ସଂକ୍ରମଣ ଅଥବା ଉଚ୍ଚ ଜ୍ୱର ହୋଇଥାଏ, ତେବେ ମଧ୍ୟ ଏହି ଟିକା ଗ୍ରହଣ କରାଯିବା ଉଚିତ୍ ନୁହେଁ ।

୩- ଯେଉଁ ମାନେ ଅନ୍ୟ କୌଣସି ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି, ସେମାନେ କୋଭ୍ୟାକ୍ସିନ ର ଦ୍ଵିତୀୟ ଡୋଜ ନେବା ଉଚିତ୍ ନୁହେଁ ।

୪- ବନ୍ଧୁଗଣ ଟିକା ନେବା ପୂର୍ବରୁ ଅନ୍ୟାନ୍ୟ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସମ୍ବନ୍ଧରେ ମଧ୍ୟ ଜାଣି ନିଅନ୍ତୁ ।

୫- ଏହି ଟିକା କୁ ଗର୍ଭବତୀ ମହିଳା ତଥା ସ୍ତନ୍ୟପାନ କରାଉଥିବା ମହିଳା ନେଇ ପାରିବେ ନାହିଁ ।

କେଉଁମାନଙ୍କୁ କୋଭିଶିଲ୍ଡ ଲଗାଇବା ଉଚିତ୍ ନୁହେଁ

କୋଭିଶିଲ୍ଡ (Covishield) ରେ ବ୍ୟବହୃତ ଉପାଦାନଗୁଡ଼ିକ ହେଉଛି ଏଲ-ହିଷ୍ଟିଡାଇନ (L-histidine), ଏଲ-ହିଷ୍ଟିଡାଇନ ହାଇଡ୍ରୋକ୍ଲୋରାଇଡ ମୋନୋହାଇଡ୍ରେଟ (L-histidine hydrochloride monohydrate), ଡିସୋଡିୟମ ଏଡିଟେଟ ଡାଇହାଇଡ୍ରେଟ୍ ବା disodium edible dihydrate (EDTA) ଏବଂ ଇଞ୍ଜେକ୍ସନ୍ ପାଇଁ ପାଣି । ଏହାର ଫ୍ୟାକ୍ଟସିଟରେ କୁହାଯାଇଛି ଯେ, ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳାମାନେ ଟିକା ନେବା ପାଇଁ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହିତ ପରାମର୍ଶ କରିବା ଉଚିତ୍ ।

 

ଭାରତରେ ଲଗାଯାଉଥିବା ଦ୍ୱିତୀୟ ଟିକା ହେଉଛି ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ (Serum Institute) ଦ୍ୱାରା ଉତ୍ପାଦିତ କୋଭିଶିଲ୍ଡ । ଏହି ଟିକା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରାଯାଇଛି । କୋଭିଶିଲ୍ଡରେ ଥିବା ଫ୍ୟାକ୍ଟସିଟରେ କୁହାଯାଇଛି ଯେ, ଯଦି ଜଣେ ବ୍ୟକ୍ତିଙ୍କୁ ଟିକାର କୌଣସି ନିର୍ଦ୍ଦିଷ୍ଟ ଉପାଦାନରୁ ଆଲର୍ଜି ଥାଏ, ତେବେ ସେମାନେ ଏହି ଟିକା ଲଗାଇବା ଉଚିତ୍ ନୁହେଁ ।

ଉଭୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀର ଫ୍ୟାକ୍ଟ ସିଟ୍ ଦର୍ଶାଇଛି ଯେ, ସେମାନେ ସେମାନଙ୍କର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା, ଆଲର୍ଜି ସମସ୍ୟା, ଜ୍ୱର, ଇମ୍ୟୁନୋ-କୋମ୍ପ୍ରୋମାଜ୍ଡ କିମ୍ବା ଯଦି ଆପଣ ଅନ୍ୟ କୌଣସି ଟିକା ନେଇଥିବେ, ତେବେ ଏହି ସମସ୍ତ ବିବରଣୀ କୁହନ୍ତୁ । ବିସ୍ତୃତ ଭାବରେ ଉଭୟ କୋଭିଶିଲ୍ଡ ଓ କୋଭ୍ୟାକ୍ସିନ ଟିକା ପିଲାମାନଙ୍କୁ ଦିଆଯାଉ ନାହିଁ, କାରଣ ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇ ନାହିଁ ।

ଉଭୟ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭରତ ବାୟୋଟେକ୍ ସେମାନଙ୍କର କୋରୋନା ଭାଇରସ୍ ଟିକାର ବିପଦ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ କହିଛନ୍ତି । ଏଥିରେ ଇଞ୍ଜେକ୍ସନ୍ ସ୍ଥାନରେ ଫୁଲା, ଯନ୍ତ୍ରଣା, ଲାଲ ରଙ୍ଗ ହେବା ପରିଲକ୍ଷଣ ସାମିଲ ରହିଛି । ଏଗୁଡ଼ିକ ବ୍ୟତୀତ କିଛି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଅଛି ଯେପରିକି ହାତରେ କିଛି ସମସ୍ୟା, ଇଞ୍ଜେକ୍ସନ ନେଥିବା ବାହୁରେ ଦୁର୍ବଳତା, ଶରୀରରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଜ୍ୱର, ଅସ୍ଥିରତା, ଥକ୍କା, ଦାଗ, ବାନ୍ତି ।

Leave a Reply

Your email address will not be published. Required fields are marked *