ବନ୍ଧୁଗଣ କେଉଁ କର୍ମ କଲେ, ଶ୍ଵାନ ଜନ୍ମ ମିଳିଥାଏ ଆସନ୍ତୁ ଜାଣିବା । ଭଗବାନ ଶ୍ରୀ ରାମ ସଭା ରେ ବସିଥିଲେ । ସେଠାରେ ପ୍ରଭୁ ଶ୍ରୀ ରାମ ଶ୍ଵାନଟିର କାନ୍ଦିବାର ସ୍ଵୋର ଶୁଣିଲେ । ଭଗବାନ ଶ୍ରୀ ରାମ ସେହି ସମୟରେ ତାଙ୍କ ଦୂତ୍ତ କୁ କହି ସେଠାରୁ ସେ ଶ୍ଵାନଟିକୁ ଘଉଡାଇ ଦେଲେ । ପୁଣି ଦୁତୀୟ ଦିନରେ ସେହି ଶ୍ଵାନଟି ଦ୍ଵାର ପାଖରେ ଛିଡାହେଇ କାନ୍ଦିବାକୁ ଲାଗିଲା । ଦୁତ୍ତ ଜଣଙ୍କ ପୁଣି ତାକୁ ଘଉଡାଇ ଦେଲେ । ତୃତୀୟ ଥରକ ପୁଣି ସେହି ଶ୍ଵାନଟି ପ୍ରଭୁଙ୍କ ଦରବାରରେ ଆସି କାନ୍ଦିବାକୁ ଲାଗିଲା । ତୃତୀୟ ଥର ଭଗବାନ ତାଙ୍କୁ ଘଉଡାଇବାକୁ ମନାକଲେ ।
ଏବଂ ସେହି ଶ୍ଵାନଟି କଣ ପାଇଁ କାନ୍ଦୁଛି ତାର କାରଣ ଜାଣିବାକୁ ଚାହିଁଲେ । ପ୍ରଭୁ ନିଜ ଦୁତ୍ତଙ୍କ ଦ୍ଵାରା ଦରବାରରେ ସେହି ଶ୍ଵାନଟିକୁ ଦରବାରକୁ ଡାକିଲେ । ଶ୍ଵାନଟି ଦୁତ୍ତଙ୍କୁ କହିଲା ହେ’ ମହାନୁଭବ ମତେ ‘ପାପୀୟୋନୀରେ’ ଜନ୍ମ ମିଳିଛି । ଏଥିପାଇଁ ଦେବାଳୟ,ଯଜ୍ଞଶାଳା,ହବନ କୁଣ୍ଡ,ତୁଳଶୀ ଗଛର ବଗିଚା ହେଉ, ସଭା ହେଉ, ଗୌଶାଳା, ପବିତ୍ର ତୀର୍ଥ ସ୍ଥାନ ହେଉ, ରୋଷେଇଘର, ଏହି ସ୍ଥାନ ଗୁଡ଼ିକକୁ ମୁଁ ଯିବା ଯୋଗ୍ୟ ନୁହେଁ ।
ତୁମେ ଯାଇ ପ୍ରଭୁ ଶ୍ରୀ ରାମଙ୍କୁ କୁହ ସେ ସ୍ଵୟଂ ଆସି ମତେ ଦେଖା କରନ୍ତୁ । ଦୁତ୍ତଟି ଯାଇ ପ୍ରଭୁ ଶ୍ରୀ ରାମଙ୍କୁ ସବୁ କଥା କହିଲା । ଏହା ଶୁଣି ପ୍ରଭୁ ଶ୍ରୀ ରାମ ହାତରେ ବାଡିଟିଏ ନେଇ ଶ୍ଵାନର ନିକଟକୁ ଗଲେ । ଏବଂ ତାହାର କାନ୍ଦିବାର କାରଣ ପଚାରିଲେ । କୁକୁରଟି ପ୍ରଭୁଙ୍କୁ କହିଲା, ହେ’ ଦୟାଳୟ ଆପଣ ମୋ ପାଇଁ ବହୁତ କଷ୍ଟ କଲେ । ହେ’ ମହାରାଜା ମୁଁ କୌଣସି ଅପରାଧ କରିନାହିଁ । ଜଣେ ସନ୍ୟାସୀ ମତେ ପଥରରେ ମାରିଲେ ସେହି ପଥରଟି ମୋ ପାଦରେ ଲାଗିଲା ଏବଂ ମୋ ପାଦଟି ଭାଙ୍ଗିଗଲା । ଏହି କାରଣରୁ ଦୁଖୀ ହେଇ ମୁଁ ଆପଣଙ୍କ ସରଣକୁ ଆସିଛି । ବନ୍ଧୁଗଣ ଶ୍ଵାନଟିର କଥା ଶୁଣି ପ୍ରଭୁ ଶ୍ରୀ ରାମ ସେହି ସନ୍ୟାସିଟିକୁ ଡକାଇଲେ ।
ସନ୍ୟାସୀ ଜଣକ ଆସିଲେ, ପ୍ରଭୂ ରାମ ଚନ୍ଦ୍ର ପଚାରିଲେ କୁହନ୍ତୁ ସ୍ଵାମୀ ଶ୍ଵାନଟି ଆପଣଙ୍କର କି ଅପରାଧ କରିଛି ଯେ ଆପଣ ତାର ଗୋଡାଟିକୁ ବାଡାଇ ଭାଙ୍ଗିଦେଲେ । ସନ୍ୟାସୀ ଜଣକ ଉତ୍ତର ଦେଲେ, ହେ ଭଗବାନ ମୁଁ ଭିକ୍ଷା ପାଇଁ ରାସ୍ତାରେ ଯାଉଥିଲି । ସେହି ସମୟରେ ଏହି ଶ୍ଵାନଟି ମୋତେ ଛୁଇଁଦେଲା । ମଧ୍ୟାନ ସମୟ ଥିଲା, ମୁଁ ଭୋକିଲା ଥିଲି । ତାହାର ଏହି ଅପରାଧ ଯୋଗୁ ମୋତେ କ୍ରୋଧ ଲାଗିଲା ଆଉ ୟାକୁ ଧମକେଇବାକୁ ଯାଇ ମୁଁ ଗୋଟିଏ ପଥରଟିଏ ମାରିଦେଲି । ସେହି ପଥରଟି ଏହାର ପାଦରେ ଲାଗିଲା ଏବଂ ପାଦଟି ଭାଙ୍ଗିଗଲା ।
ସନ୍ୟାସିଟିର କଥାକୁ ଶୁଣି ପ୍ରଭୁ ରାମଚନ୍ଦ୍ର କହିଲେ, ସ୍ଵାମୀ ଆପଣ ଜାଣିଛନ୍ତି ଯେ ଏହା ଜଣେ ଜ୍ଞାନ ବିହୀନ ପଶୁ ଅଟେ । ଯଦି ସେ ଆପଣଙ୍କୁ ଛୁଇଁ ଦେଲା ସେଥିରେ ମୁଁ ଏହାର କୌଣସି ପ୍ରକାର ଦୋଷ ଅଛି ବୋଲି ଉଚିତ ମନେ କରୁନାହିଁ । ଏହା ତାର ସ୍ଵୋଭାବ ପ୍ରକୃତି ଅଟେ ଏଥିପାଇଁ ଆପଣ ହିଁ ଏହାର ଅପରାଧୀ ଅଟନ୍ତି । ଶ୍ରୀ ରାମ ଶ୍ଵାନଟିକୁ କହିଲେ, ଏହି ସନ୍ୟାସୀ ତୁମର ଅପରାଧୀ ଅଟେ । ତୁମେ ଯେଉଁ ଦଣ୍ଡ ଚାହିଁବ ସନ୍ୟାସୀ ଜଣକୁ ଦେଇପାରିବ । ପ୍ରଭୁ ଶ୍ରୀ ରାମଙ୍କ କଥା ଶୁଣି ଶ୍ଵାନ ଜଣକ କହିଲା, ହେ’ ପ୍ରଭୁ ସନ୍ୟାସୀ ଜଣଙ୍କୁ କୌଣସି ଏକ ସେବାଳୟର ମହନ୍ତ ବନାଇ ଦିଆଯାଉ ।
ପ୍ରଭୁ ତାହାର କଥାଟିକୁ ମାନିଲେ ଏବଂ ସେହି ସନ୍ୟାସୀ ଜଣଙ୍କୁ ସୁନ୍ଦର ବସ୍ତ୍ର ଫୁଲମାଳ ଏବଂ ସିନ୍ଦୁର ସହ ଗୋଟିଏ ପାଲିଙ୍କିରେ ବସାଇଲେ ଏବଂ ନାନା ପ୍ରକାରର ବାଦ୍ୟର ଧ୍ବୋନୀ ସହିତ ସନ୍ୟାସୀଙ୍କୁ ଗୋଟିଏ ସେବାଳୟର ମହନ୍ତ ବନାଇଦେଲେ । ସେତେବେଳେ ଅଜ୍ଞାନତା ବଶତ ସନ୍ୟାସୀ ଜଣକ ନିଜ ଭାଗ୍ୟ ବୋଲି ଚିନ୍ତା କଲେ । ଭଗବାନ ଶ୍ରୀ ରାମ ମଧ୍ୟ ନିଜ ସାଥି ସହିତ ରାଜ୍ୟ ସଭାକୁ ଫେରିଗଲେ । ଏହିସବୁ ଦେଖି ପ୍ରଜାଗଣ ପ୍ରଭୁ ଶ୍ରୀ ରାମଙ୍କୁ ପଚାରିଲେ, ହେ’ ପ୍ରଭୁ ଏହି ଶ୍ଵାନଟି ସନ୍ୟାସୀ ଜଣକୁ ଏହି ପ୍ରକାରର ଦଣ୍ଡ କଣ ପାଇଁ ଦେଲା? ସନ୍ୟାସୀ ଜଣକ ଶ୍ଵାନଟିର ପାଦ ଭାଙ୍ଗି ଦେଇଥିଲେ । ତାଙ୍କୁ ଦଣ୍ଡ ଦେବା ବଦଳରେ ସନ୍ୟାସୀଙ୍କୁ ମହନ୍ତ ବନାଇଦେଲେ ।
ଏହିଭଳି କଥାକୁ ଶୁଣି ପ୍ରଭୁ କହିଲେ ଏହି ପ୍ରଶ୍ନଟିକୁ ଆପଣ ଶ୍ଵାନଟିକୁ ପଚାରନ୍ତୁ ଯେ ସେ ଏପରି କଣ ପାଇଁ କଲା? ଶ୍ଵାନଟିକୁ ପଚାରିବାରୁ ସେ କହିଲା, ହେ ପ୍ରଜାଗଣ ସମସ୍ତେ ଧ୍ୟାନ ଦେଇ ଶୁଣନ୍ତୁ, କାହାର ଆହାର ଚୋରୀ କରୁଥିବା ବ୍ୟକ୍ତି, ଅନ୍ୟାୟ କରୁଥିବା ବ୍ୟକ୍ତି, ମିଛ କହି ଅଧିକ ଧନ ଉପାର୍ଜନ କରୁଥିବା ବ୍ୟକ୍ତି ମାନେ, ଦେହତ୍ୟାଗ ପରେ ଦୁତୀୟ ଜନ୍ମରେ ଶ୍ଵାନଙ୍କ ୟୋନିରେ ହିଁ ଜନ୍ମ ନେଇଥାନ୍ତି । ଏହା କଟୁ ସତ୍ୟ ଅଟେ । ଶ୍ଵାନଟି ଏହା ମଧ୍ୟ କହିଲା ଯେ ମୁଁ ମୋର ପୂର୍ବ ଜନ୍ମରେ ମଧ୍ୟ ଏମିତି ଭୁଲ କରିଥିଲି । ଯାହା ଫଳରେ ଆଜି ମୁଁ ଶ୍ଵାନ ଜନ୍ମ ନେଇଛି । ତେଣୁ ମୁଁ ସନ୍ୟାସୀ ଜଣଙ୍କୁ ସେବାଳୟର ମହନ୍ତ କରାଇବାର ଦଣ୍ଡ ଦେଲି ।
ଯଦି ଆପଣଙ୍କୁ ଏହି ବିବରଣୀ ଭଲ ଲାଗେ ତେବେ ଗୋଟେ ଲାଇକ କରନ୍ତୁ । ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।