ଖାଇବା ପରେ ମିଠା ଖାଇଲେ କଣ ହୁଏ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ? ନିଶ୍ଚୟ ଜାଣନ୍ତୁ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏକ ସୁନ୍ଦର ସ୍ୱାସ୍ଥ୍ୟ ଟିପ୍ସ ଦେବାକୁ ଯାଉଛୁ । ଯାହାକୁ ଆପଣ ନିଜର ଦୈନଦିନ ଜୀବନରେ କରିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ତେବେ ଆସନ୍ତୁ ଜାଣିବା ସେହି ସ୍ୱାସ୍ଥ୍ୟ ଟିପ୍ସ ବିଷୟରେ । ଫ୍ରେଣ୍ଡ୍ସ ଆପଣ ମାନେ ଜାଣିଛନ୍ତି ଆମେ ମାନେ ଖାଇବା ପରେ ମିଠା କାହିଁକି ଖାଉ, ଏହା ଦ୍ଵାରା ଆମ ଶରୀରକୁ କି ପ୍ରକାରର ଲାଭ ମିଳେ । ଯଦି ଯାନୀ ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ । ଆପଣ ମାନେ ତ ଦେଖିଥିବେ ଆମେ ଯେ କୌଣସି ଭୋଜି ଭାତରେ ଖାଇବାକୁ ଯାଉ ସେଠାରେ ପ୍ରଥମେ ଷ୍ଟାର୍ଟର ରେ କିଛି ନା କିଛି ଚଟପଟା ବ ରାଗ ଜିନିଷ ଖାଇବାକୁ ମିଳେ, ପରେ ଆମେ ଆମର ମିଲ୍ ବା ସାଧାରଣ ଖାଇବା ଖାଇଥାଉ । ଶେଷରେ ମିଠା ଥାଏ । ଯାହା ସବୁ ଖାଇବା ପରେ ଆମେ ଖାଇଥାଉ । ତେବେ ଏହା କାହିଁକି ଆପଣ ଜାଣିଛନ୍ତି ।

ବୈଜ୍ଞାନିକ କାରଣ ଅନୁସାରେ ରାଗ ଖାଇବା ଦ୍ଵାରା ଆମ ପେଟ ଭିତରେ ଥିବା ପାଚନ ତତ୍ୱ ଠିକ ଭାବରେ ସଂଚାଳନ ହୋଇଥାଏ । ଯାହା ଫଳରେ ଆମକୁ ଭୋକ ଲାଗିଥାଏ । ସେଥିପାଇଁ ପ୍ରଥମେ ଆମକୁ କୌଣସି ଚଟପଟା ବା ରାଗୁଆ ଖାଦ୍ଯ ଦିଆ ଯାଏ । ତେବେ ଏହା ପରେ ଆମେ ଆମର ପେଟ ଭରିବା ଯାଏ ଖାଇ ଥାଉ, କିନ୍ତୁ ସବୁ ରାଗୁଆ ବା ମସଲା ଆଦି ଖାଇବା ଦ୍ଵାରା ଆମ ମୁହଁ ଜଳିବା ଆରମ୍ଭ ହୁଏ, ଏବଂ ଆମେ ପାଣି ପିଇବାକୁ ଇଚ୍ଛା କରୁ । ଯାହା ଆଦୌ ଠିକ ନୁହେଁ ।

ଖାଇବାର ତୁରନ୍ତ ପରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ । ସେଥି ପାଇଁ ଖାଦ୍ଯ ଶେଷରେ ମିଠା ରକ୍ଷା ଯାଇଥାଏ । ଯାହାକୁ ଖାଇବା ଦ୍ଵାରା ଆମ ମୁହଁରେ ହେଉଥିବା ଜଲନ କମ ହେବା ସହ ଅମ୍ଳର ତୀବ୍ରତା ମଧ୍ୟ କମ ହୋଇଥାଏ ଯାହା ଫଳରେ ଆମକୁ ଏସିଡ଼ିଟି ହୋଇନଥାଏ । କେବଳ ସେତିକି ନୁହେଁ ଏହା ଆମର ପାଚନ ଶକ୍ତିକୁ ମଧ୍ୟ ବୃଦ୍ଧି କରାଇ ଥାଏ ଓ ଖାଦ୍ଯ ଶୀଘ୍ର ହଜମ ହେବାରେ ସାହାଜ୍ଯ କରିଥାଏ ।

ତେବେ ଆପଣମାନେ ମଧ୍ୟ ଆଜି ଠାରୁ ଖାଇବା ଶେଷରେ ମିଠା ଖାଇବାକୁ ଭୁଲନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କର ଏସିଡିଟି ହେବ ନାହିଁ ଓ ଖାଦ୍ୟ ମଧ୍ୟ ଶୀଘ୍ର ହଜମ ହେବ । ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *