ବୈଜ୍ଞାନିକ କହିଲେ ଖୁସି ଦାମ୍ପତ୍ୟ ଜୀବନର ଫର୍ମୁଲା, ଭଲକି ଯୁକ୍ତି କର କିନ୍ତୁ ଝଗଡା କରିବାରୁ ବଞ୍ଚନ୍ତୁ

ଆମେରିକା ର ଟେନେସୀ ବିଶ୍ୱବିଦ୍ୟାଳୟ କରିଛନ୍ତି ଗବେଷଣା, 30-40 ବର୍ଷ ର ବୟସ ଲୋକଙ୍କ ମଝିରେ ଈର୍ଷା, ଧର୍ମ ଓ ପରିବାର କଥା ପାଇଁ ଝଗଡା ହବାର ଦେଖା ଯାଏ । ବୈଜ୍ଞାନିକ ମାନଙ୍କ କଥା ଅନୁଜାଇ ଖୁସି ଦାମ୍ପତ୍ୟ ଜୀବନ ର ମୂଳମନ୍ତ୍ର ଆମେ ଆପଣ ମାନଙ୍କୁ କହିବୁ । ତାଙ୍କ କହିବା ଅନୁସାରେ ଯେଉଁ ଦମ୍ପତି ଛୋଟ ଛୋଟ କଥା ରେ ଝଗଡା ନକରି ଶାନ୍ତି ରେ କଥା ହୁଅନ୍ତି ସେ ଖୁସି ରେ ଜୀବନ ଜାପନ କରନ୍ତି ।

ଦୁଇଟି ଗ୍ରୁପ ରେ ହେଲା ଗବେଷଣା :

ପ୍ରଥମ ଗ୍ରୁପ ରେ 57 ଜୋଡି ଥିଲେ ଜାହାଙ୍କ  ବୟସ 30-40 ବର୍ଷ ଓ ବାହାଘର କୁ 9 ବର୍ଷ ହୋଇଜାଇ ଥିଲା । ସେଇଠି 64 ଜୋଡି ଏମିତିଆ ଥିଲେ ଜାହା ବୟସ 70 ବର୍ଷ ଏବଂ ବାହାଘର କୁ 42 ବର୍ଷ ହୋଇଯାଇଛି । 70 ବର୍ଷ ରୁ ଅଧିକ ବୟସ ଲୋକଙ୍କ ଜୋଡି ରେ ନିଜ ପାଇଁ ସମୟ, ଘର ପରିସ୍ଥିତି, ସ୍ୱାସ୍ଥ୍ୟ, କଥାବାର୍ତ୍ତା ଓ ପଇସା ସମସ୍ୟା ବିଷୟ ରେ ଯୁକ୍ତି ତର୍କ ହୁଏ ।

30-40 ବର୍ଷ ର ବୟସ ଜୋଡି ମଧ୍ୟ ରେ ଈର୍ଷା, ଧର୍ମ ଓ ପରିବାର ଝଗଡା ର ମୁଖ୍ୟ କାରଣ । ବୈଜ୍ଞାନିକ ଦେଖିବାକୁ ପାଇଲେ ଯେଉଁ ଜୋଡି ଜୁକ୍ତି ତର୍କ ସମୟ ରେ ଝଗଡା କରୁନାହାଁନ୍ତି ସେ ସମସ୍ୟା ର ସମାଧାନ ଜଲ୍ଦି ପାଆନ୍ତି । 70 ବର୍ଷ ବୟସ ଜୋଡି ର ଘର କାମ ଓ ନିଜ ନିଜ ପାଇଁ ସମୟ ବାହାର କରିବା ପାଇଁ କାମ ବାଣ୍ଟିଦିଅନ୍ତି ।

କୁହାଯାଏ କି ବ୍ୟବହାର ହିଁ ଖୁସି ଦାମ୍ପତ୍ୟ ଜୀବନ ର କାରଣ । ବୈଜ୍ଞାନିକ କଥନ ଅନୁସାରେ ସମସ୍ୟା ଉପରେ ଜୋର ଦେଲେ ସମସ୍ୟା ବଢି ଥାଏ ଏବଂ ଜୋଡି ମଝିରେ ବିଶ୍ବାସ କମିଥାଏ । ଆଗ କାଳ ଲୋକଙ୍କ ମଧ୍ୟେ ଝଗଡା କମ ହେଉଥିଲା କାହିଁକି ନା ସେ କାମ ବାଣ୍ଟି ଦେଉଥିଲେ ଓ ନିଜ ନିଜ କୁ ସମୟ ଦେଉଥିଲେ ।

Leave a Reply

Your email address will not be published. Required fields are marked *