କରୋନା ଭାଇରସ ସାରାଦୁନିଆ ପାଇଁ ସାଜିଛି ବିପଦ, ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ସୁରକ୍ଷା ର ଉପାୟ

ଚୀନ୍ ରେ ଆରମ୍ଭ ହୋଇଥିଲା ଏହି ଭୟଙ୍କର ଭାଇରସ୍ କରୋନା , ଏବେ ଧୀରେ ଧୀରେ ସବୁ ଦେଶ କୁ ବ୍ୟାପି ବାରେ ଲାଗିଛି । ଆମ ଭାରତ ରେ ମଧ୍ୟ ଏହାର ବହୁତ ଆଶଙ୍କା ରହିଛି । ଦେଶ ର କେତେକ ସଂସ୍ଥା ଓ ସରକାର ଙ୍କ ଦ୍ଵାରା ସତର୍କ ସୂଚନା ଘୋଷଣା କରାଯାଇଛି ଓ ଏଥିରୁ ବଞ୍ଚିବାର ଉପଦେଶ ମଧ୍ୟ ଦିଆଯାଇଛି । ଏହା ଏମିତି ଏକ ଭାଇରସ୍ ଯାହାର ଏବେ ଯାଏ କିଛି ଉପଚାର ସମ୍ଭବ ହୋଇପାରିନି ।

ଏହା ମାତ୍ର ୧୦ ମିନିଟ୍ ରେ ଶରୀର ରେ ପ୍ରବେଶ କରି ପୀଡ଼ିତ ବ୍ୟକ୍ତି ଟି ଶୀଘ୍ର ମୃତ୍ୟୁ ର ଶିକାର ହୋଇଯାଏ ।

ଏହାର କିଛି କାରଣ, ଲକ୍ଷଣ  ଓ ଉପଚାର ମଧ୍ୟ ରହିଛି । ଯୋଗନଗରୀ ଋଷିକେଶ ର ଯୋଗ ବିଶେଷଜ୍ଞ ଯୋଗୀ ବିକାଶ କୁମାର ଏହାର ଲକ୍ଷଣ, କାରଣ ଓ ଏଥିରୁ ବଞ୍ଚିବାର ଉପାୟ କହିଛନ୍ତି ।

ଆସନ୍ତୁ ଜାଣିବା ଭୟଙ୍କର ଭାଇରସ୍ କରୋନା ବିଷୟ ରେ-

କାରଣ- ଏହାର ବିଶେଷ କାରଣ ଏଯାଏ ଜଣାପଡିନାହିଁ । କିନ୍ତୁ ଏହା ଏକ ସଂକ୍ରମଣ ରୋଗ, ଯାହା କାଶ ଦ୍ଵାରା ଗୋଟେ ବ୍ୟକ୍ତି ଠୁ ଆଉ ଗୋଟେ ବ୍ୟକ୍ତି କୁ ବ୍ୟାପି ଥାଏ ।

ଲକ୍ଷଣ,-

୧. ଜୋର ରେ ଜର ହେବା ।

୨. ଗଳା ରେ ଦରଜ ଓ ଲମ୍ବା କାଶ ହେବା ।

୩. ଅସହଜ ଅନୁଭବ କରିବା ।

୪. ମୁଣ୍ଡ ବିନ୍ଧା ଓ ଥଣ୍ଡା ଲାଗିବା ।

୫. ନିଶ୍ବାସ ନେବାକୁ କଷ୍ଟ ହେବା ଓ ଶ୍ଵାସ ସମ୍ବନ୍ଧୀୟ ପକ୍ରୀୟ ରେ ସମସ୍ୟା ଦେଖାଦେବା ।

ବଞ୍ଚିବା ର ଉପଚାର

୧. ଏକା ଥରେ ଅଧିକ ଖାଦ୍ୟ ଖାଆନ୍ତୁ ନି ।

୨. ଖୋଲା ଖାଦ୍ୟ ବା ଫାଷ୍ଟଫୁଡ ଠୁ ଦୂରରେ ରୁହନ୍ତୁ ।

୩. ଶରୀର ରେ ଉଚିତ୍ ତାପମାତ୍ରା ରଖନ୍ତୁ ।

୪. ଖାଇବା ପରେ ଗଳା ସଫା ରଖନ୍ତୁ ।

୫. ଗଳା ଶୁଖିବାକୁ ଦିଅନ୍ତୁ ନି ଓ ଟିକେ ଟିକେ ପରେ ଗରମ ପାଣି ପିଅନ୍ତୁ ।

୬. ମାସ୍କ ଲଗେଇ ବାହାର କୁ ଯାଆନ୍ତୁ ।

୭. ଖଟା ଜିନିଷ ଜମା ଖାଆନ୍ତୁ ନି, ଭିଟାମିନ-c ସମ୍ପୂର୍ଣ୍ଣ ନିଷେଧ ।

୮. ଭିଡ଼କୁ ଯାଆନ୍ତୁ ନାହିଁ ।

୯-ଗିଲୋୟ ର ଉପଯୋଗ କଲେ ଲାଭ କାରି ଅଟେ

କିଛି ଆଧ୍ୟାତ୍ମିକ ଉପଚାର

ଘରେ ସକାଳ ସନ୍ଧ୍ୟା ରେ କର୍ପୂର ଓ ଗାଈ ଘିଅ ରେ ଦୀପ ଜାଳନ୍ତୁ । ହେଇପାରେ ତ ଜଡ଼ିବୁଟି ଓ ମନ୍ତ୍ର ଉଚ୍ଚାରଣ କରି ଯଜ୍ଞ କରନ୍ତୁ । ଦିନ କୁ ୩ ଥର ଭ୍ରମାରି ପ୍ରାଣାୟମ ନିଶ୍ଚିତ କରନ୍ତୁ ଏବଂ ଓଁ ର ଦୀର୍ଘ ଉଚ୍ଚାରଣ କରନ୍ତୁ । ନାକ ରେ ଗାଈ ଘିଅ ପକାନ୍ତୁ ଏହାପରେ ଯଦି ଅଧିକ ଦରକାର ହୁଏ ଡାକ୍ତର ପରାମର୍ଶ କରି ଡାକ୍ତରଖାନା ମଧ୍ୟ ଯାଆନ୍ତୁ ।

Leave a Reply

Your email address will not be published. Required fields are marked *