କଣ ମିଳି ଯାଇଛି କରୋନାର ଔଷଧ, କଣ ଏବେ ସମାପ୍ତ ହେବ କରୋନାର ଡର ? ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ଯେମିତିକି ଆପଣ ମାନେ ଜାଣିଛନ୍ତି ଯେଉଁ ସହରରୁ ଏହି ଭାଇରସର ସୃଷ୍ଟି ହୋଇଥିଲା ଏବେ ସେଠାରେ ଏହା ଉପରେ କାବୁ କରି ସାରିଛି ଚୀନ ।  ତେବେ ସତରେ କଣ ଚୀନ ଏହାର ଔଷଧ ବାହାର କରି ସାରିଛି ? ସେ କଥା ଏ ପର୍ଯ୍ୟନ୍ତ କେହିବି ଜାଣି ନାହାନ୍ତି କାହିଁକି ନା ଏହା ଉପରେ କୌଣସି କଥା କହି ନାହିଁ ଚୀନ । କିନ୍ତୁ କରୋନା ଭାଇରସର ଡର ସମାପ୍ତ ହବାର ସମୟ ବୋଧେ ଆସି ଯାଇଛି, ତେବେ ଏହା ଆମେ କହୁ ନାହୁଁ ଏହି କଥା ବର୍ଲିନର ଅଧ୍ୟୟନକର୍ତ୍ତା କହିଛନ୍ତି । ଅଧ୍ୟୟନକର୍ତ୍ତାଙ୍କ କହିବା ଅନୁଯାଇ ମାନବ ଶରୀରରେ ଏମିତି ଗୋଟେ ପ୍ରୋଟିନ ଅଛି ଯାହା କରୋନା ଭାଇରସକୁ ମଣିଷର ଫୁସଫୁସରେ ପହଞ୍ଚିବା ପାଇଁ ସାହାଯ୍ୟ କରିଥାଏ । ଏହି ପ୍ରୋଟିନକୁ ଅଟକାଇବା ଭଳି ଗୋଟେ ଔଷଧ ଆଗରୁ ହିଁ ଅଗ୍ନାଶୟର ଯନ୍ତ୍ରଣାକୁ କମ କରିବାରେ ବ୍ୟବହାର କରାଯାଉଅଛି ।

ଭାଇରସର ଔଷଧ ତିଆରି କରିବା ପାଇଁ ଏହି ତଥ୍ୟ ବହୁତ ମହତ୍ଵପୂର୍ଣ୍ଣ ଅଟେ, ଜର୍ମନୀ ର ଡଚ ପ୍ରାଇମେଟେନଜେଂଟ୍ରମ ଅଧ୍ୟୟନକର୍ତା କହିବା ଅନୁଯାଇ ନୂଆ କରୋନା ଭାଇରସ ଟିଏଏମପିଆରଏସଏସ-2 ପ୍ରୋଟିନ ଦ୍ଵାରା ଫୁସଫୁସ ପର୍ଯ୍ୟନ୍ତ ପହଞ୍ଚିଥାଏ ।

ଜର୍ମନ ସେଲରେ ପ୍ରକାଶିତ ଅଧ୍ୟୟନ ଅନୁସାରେ :

ଜର୍ମନ ସେଲ ରେ ପ୍ରକାଶିତ ଅଧ୍ୟୟନ ଜର୍ମନ ପ୍ରାଇମେଟ ସେଣ୍ଟର ସହ ଲେଖକ ସ୍ତିଫନ ପୋଲମେନ କହିଛନ୍ତି ଯେ ସାର୍ସ-ସୀଓୱୀ-2 ର କୋଶିକା ରେ ପ୍ରବେଶ କରିବା ପାଇଁ ଶରୀର ରେ ଟୀଏମପୀଆରଏସଏସ-2 ନାମକ ପ୍ରୋଟୀନ ଆବଶ୍ୟକ ଅଟେ । ଏହା ପରେ ପ୍ରୋଟିନକୁ ଲକ୍ଷ କରି ଔଷଧ ବନେଇଲେ କାରଗର ହୋଇପାରେ, ଅଧ୍ୟୟନକର୍ତ୍ତା ଅନୁଯାଇ ଜାପାନରେ ଶ୍ଵାସ ଅସୁବିଧା ପାଇଁ ଓ ଲଂସ ଫୁଲିବା ପାଇଁ ଗୋଟେ ଔଷଧ ତିଆରି କରା ଯାଇଥିଲା । ଜାପାନ ଏହି ଔଷଧ ନା ‘କେମୋଷ୍ଟେଟ ମେସିଲେଟ’ , ଟୀଏମପୀଆରଏସଏସ-2 ପ୍ରୋଟିନ ଅଟକେଇବା ରେ କାରାଗାର ହବ ବୋଲି ସନ୍ଦେହ କରା ଯାଉଛି ଅଧ୍ୟୟନକର୍ତା ଅନୁଯାଇ ଏହି ଔଷଧ କୋରୋନା ପାଇଁ କାମ କରି ପାରିବ ।

ତେବେ ଏହି ଅଧ୍ୟୟନ ଅନୁସାରେ କରୋନାର ଔଷଧ ବାହାର କରିବା ପାଇଁ ସମସ୍ତ ଦେଶର ବୈଜ୍ଞାନିକ ମାନେ ଲାଗି ପଡିଛନ୍ତି । କିନ୍ତୁ ଅନ୍ୟ ଏକ ସୂତ୍ରରୁ ଯାହା ଜଣା ପଡୁଛି ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଔଷଧ ମିଳି ନାହିଁ, ଯଦିଓ ଏହାର ପ୍ରଥମ ଟେଷ୍ଟ କରାଯାଇଛି ତଥାପି ଏହା ଏବେ ପର୍ଯ୍ୟନ୍ତ ଠିକ ଭାବେ ଜଣା ପଡି ନାହିଁ କି ଏହା କାମ କରିବ କି ନାହିଁ । ସେହି ଉପରେ ଆମେରିକୀୟ ବୈଜ୍ଞାନିକ ମାନେ ମଧ୍ୟ କହିଛନ୍ତି ଏହାର ଭ୍ୟାକସିନ ବାହାରିବା ପାଇଁ 1 ରୁ 1.5 ବର୍ଷ ଲାଗି ପାରେ । ତେବେ ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଲାଗୁଛି ଯଦି ଏହାକୁ ରୋକା ନ ଗଲା ତେବେ ସାରା ପୃଥିବୀରେ ଏହାର ବହୁତ ଗମ୍ଭୀର ପ୍ରଭାବ ଦେଖିବାକୁ ମିଳିବ ।

କିନ୍ତୁ ଯେ ପର୍ଯ୍ୟନ୍ତ ଏହାର କୌଣସି ଔଷଧ ବାହାରି ନହିଁ WHO କହିବା ଅନୁସାରେ ଆମ ମାନଙ୍କୁ ସତର୍କ ହୋଇ କାମ କରିବାକୁ ପଡିବ । ସରକାରଙ୍କ କଥା ମାନି ନିଜ ନିଜ ଘରେ ରହିବାକୁ ପଡିବ । ନଚେତ ଯଦି ଥରେ ଏହା ଆମ ଦେଶରେ ଅଧିକ ମାତ୍ରାରେ ବ୍ୟାପେ ତେବେ ଏହାକୁ ରୋକିବା ଏତେ ସହଜ ହେବ ନାହିଁ । ସେଥିପାଇଁ ଯେ ପର୍ଯ୍ୟନ୍ତ ଏହାର ପ୍ରଭାବ କମି ନାହିଁ ଆପଣମାନେ ସମସ୍ତେ ନିଜ ଘରେ ରୁହନ୍ତୁ ଓ ନିଜ ସହ ନିଜ ପରିବାରର ସୁରକ୍ଷା କରନ୍ତୁ ।

Leave a Reply

Your email address will not be published. Required fields are marked *