ବଲିଉଡ୍ ରେ ଏମିତି କେତେ ଅଭିନେତା ଅଛନ୍ତି ଯେ ଯାହାଙ୍କ ଅଭିନୟ ଲୋକ ଙ୍କ ହୃଦୟରେ ଛପିଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଅଭିନେତା ,ବଲିଉଡ୍ ରେ ଛୋଟ ଅଭିନୟ କରୁ କରୁ ନିଜର ଦିନ ରାତି ପରିଶ୍ରମ ଫଳରେ ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ଫିଲ୍ମ ଦୁନିଆ ର ମଧ୍ୟ ପାଦ ରଖିଛନ୍ତି । ସେ କୋଟି କୋଟି ରୋଜଗାର କଲେ ବି ଆଜି ଯାଏଁ ତାଙ୍କ ଘରେ ମାଟିଚୁଲା ରେ ରୋଷେଇ ହେଉଚି ।
ତାଙ୍କ ଫିଲ୍ମ୍ ନିଲ୍ ବଟେ ସାନାଟା ଦର୍ଶକ ଙ୍କ ମନ କିଣି ନେଇଥିଲା. ସେ ହେଉଛନ୍ତି ପଙ୍କଜ ତ୍ରିପାଠୀ । ସେ ଫୁକ୍ରେ, ସମାନ, ରନ୍ , ଓଁକାରା, ଗୁଣ୍ଡେ, ମଞ୍ଜଲି, ଓ ଗ୍ୟାଙ୍ଗ ଅଫ୍ ବାସେପୁର ଇତ୍ୟାଦି ସୁପର ହିଟ୍ ଫିଲ୍ମ୍ ରେ କାମ କରିଛନ୍ତି ।
ସେ ବିହାର ର ଗୋପାଲଗଞ୍ଜ ର ବେଲସନ୍ଡ ରେ ରୁହନ୍ତି । ସେ ବଲିଉଡ୍ ର ସେଳିବ୍ରେଟି ହେଇ ମଧ୍ୟ ଏବେ ବି ସେ ଗାଁ ଲୋକ ଙ୍କ ପରି ରୁହନ୍ତି । ତାଙ୍କ ବାପା ମା, ଓ ପରିବାର ଲୋକେ ଗାଁ ରେ ରୁହନ୍ତି । ସେ ଜଣେ କିଶାନ୍ ପରିବାର ର. ତାଙ୍କ ପିତା ଙ୍କ ନା ବନାରସ ତ୍ରିପାଠୀ,ମା ହେମନ୍ତ ଦେବୀ ।
ଏବେ ବି ତାଙ୍କ ଗାଁ ରେ ପକ୍କା ରାସ୍ତା ନାହିଁ. ଏମିତି ବି ଦଶମ ପଢ଼ିବା ଯାଇ ସେଠି ଟିଭି ନଥିଲା କି ସେମାନେ ଫିଲ୍ମ୍ କଣ ଜାଣିନଥିଲେ । ଏକାଦଶ ରେ ପଢ଼ିବା ବେଳେ ତାଙ୍କ ଘର ଠୁ ଗୋଟେ କିଲୋମିଟର ଦୂରରେ ଫିଲ୍ମ୍ ହଲ ଅଛି,ସେ ଦେଖିବା ଆରମ୍ଭ କଲେ ।
ଛୋଟ ବେଳେ ସେ ଗୋଟେ ନାଟକରେ ଝିଅ ରୋଲ କରିଥିଲେ । ସେତେବେଳେ ତାଙ୍କ ମନ ରେ ଅଭିନୟ କରିବା ର ଚିନ୍ତାଧାରା ଆସିଲା ଓ ସେ କଷ୍ଟ କରି ଦିଲ୍ଲୀ ଏନ୍ ଏସ୍ ଡି ରେ ସ୍କୁଲ ରେ ନା ଲେଖିଲେ ।
ଏତେ ବଡ଼ ଅଭିନେତା ହେବା ପରେ ବି ଚୁଲି ରୋଷେଇ ଖାଇବା ପସନ୍ଦ କରନ୍ତି । ଆପଣ ବିଶ୍ୱାସ କରିବେନି । ଏବେ ଯାଏ ବି ତାଙ୍କ ଘରେ ମାଟିଚୁଲି ରେ କାଠ ଜଳି ରୋଷେଇ ହେଉଛି । ଯାହା କି ଗର୍ବ ର କଥା । ତେବେ ଏହିଭଳି ଲୋକ ବହୁତ କମ ଆଜିକା ଦୁନିଆରେ ।