ସମସ୍ତେ ପ୍ରଥମ ଥର ପାଇଁ ଦେଖିଲେ କ୍ରିକେଟର ରାହାଣେଙ୍କ କୁନି ଝିଅର ଚେହେରା – ଦେଖନ୍ତୁ ଫୋଟୋ

ଭାରତୀୟ ଟେଷ୍ଟ ମ୍ୟାଚର ଭାଇସ କ୍ୟାପଟେନ ଅଜିଙ୍କ୍ୟ ରାହାଣେ ପିତା ହବାର ଗୋଟେ ମାସ ପରେ ନିଜ ଝିଅ ଚେହେରା ପୁରା ଦୁନିୟାକୁ ଦେଖାଇଲେ, ୬ ନଭମ୍ବର ଦିନ ରହାଣେ ନିଜ ଝିଅ ଫଟୋ ସୋସିଆଲ ମିଡିୟା ଅକାଉଣ୍ଟ ରେ ଦେଇଛନ୍ତି ଏହା ସହ ନିଜ କୁନି ପରିର ନାଁ ମଧ୍ୟ ସାର୍ବଜନୀକ କରିଛନ୍ତି । ଟିମ ଇଣ୍ଡିଆ ର ଏହି ବୋଲର ନିଜ କୁନି ପରି ନା ଆର୍ୟା ରଖିଛନ୍ତି ।

ଗତ ମାସ ଅକ୍ଟୋବରରେ ରହାଣେ ଯେତେବେଳେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟେଷ୍ଟ ମ୍ୟାଚ ଖେଳୁଥିଲେ ସେହି ସମୟରେ ୫ଅକ୍ଟୋବର କୁ ତାଙ୍କ ସ୍ତ୍ରୀ ଏହି ଝିଅକୁ ଜନ୍ମ ଦେଇଥିଲେ ।

ମ୍ୟାଚ ସାରିବାର ତୁରନ୍ତ ପରେ ସେ ନିଜ ସ୍ତ୍ରୀ ଓ ଝିଅକୁ ଦେଖିବା ପାଇଁ ଆସିଥିଲେ ଓ ସେହି ସମୟରେ ମଧ୍ୟ ଝିଅ ଫଟୋ ସୋସିଅଲ ମିଡିୟା ରେ ପୋଷ୍ଟ କରିଥିଲେ କିନ୍ତୁ ସେହି ସମୟ ଫଟୋ ରେ ଚେହେରା ଦେଖା ଯାଉ ନଥିଲା । ଅଜିଙ୍କ୍ୟ ରାହାଣେ ନିଜ ଛୋଟ ବେଳ ସାଙ୍ଗ ରାଧିକାଙ୍କ ସହ ୨୦୧୪ ରେ ବିବାହ କରିଥିଲେ, ଏହି ବର୍ଷ ଜୁଲାଇରେ ରାଧିକାଙ୍କ ଗର୍ଭବତୀ କଥା ଏହି ଯୋଡି ସମସ୍ତଙ୍କୁ ଜଣାଇଲେ ।

ଅଜିଙ୍କ୍ୟ ରାହାଣେ ଓ ତାଙ୍କ ସ୍ତ୍ରୀ ରାଧିକା ନିଜ ଗୋଦଭରାଇ ଫଟୋ ବି ସୋସିଅଲ ମିଡିଆ ରେ ଶେୟର କରିଥିଲେ । ଗତ ବର୍ଷ ଖରାପ ପ୍ରଦର୍ଶନ କରିବାରୁ ଅଜିଂକ୍ୟ ରହାଣେ ବହୁତ ଚିନ୍ତିତ ଥିଲେ କିନ୍ତୁ ଏହି ଥର ୱେଷ୍ଟଇଣ୍ଡିଜ ବିରୁଦ୍ଧ ଖେଳରେ ସେ ନିଜ ଫର୍ମ କୁ ପୁଣି ଥରେ ଫେରି ଆସିଛନ୍ତି ।

ଏହା ପରେ ସେ ଲଗାତାର ରନ ବନଉଛନ୍ତି, ଏଯାଏଁ ଟେଷ୍ଟ କ୍ରିକେଟ ରେ ରାହାଣେ ଭାରତୀୟ ଟିମ ପାଇଁ ୬୧ ମ୍ୟାଚ ଖେଳିଛନ୍ତି ଯେଉଁଥିରେ ୧୦୩ ପାରି ରେ ୪୩.୨୧ଔସତ ରେ ୩୯୭୫ରନ ବନେଇଛନ୍ତି, ଯେଉଁତିରେ ୨୦ ଅର୍ଦ୍ଧଶତକ ଓ ୧୧ଶତକ କରିଛନ୍ତି ।

Leave a Reply

Your email address will not be published. Required fields are marked *