କୁକୁଡା ଦାମ 100 କି 200 ନୁହେଁ, ଗୋଟିଏ କୁକୁଡାର ଦାମ ୨୦ ହଜାର ଟଙ୍କା ! କାହିଁକି ଏତେ ଟଙ୍କାରେ ବିକ୍ରି ହେଉଛି ଏହି କୁକୁଡା? ଜାଣି ଆଶ୍ଚର୍ଯ୍ୟ ହେବେ

ଗୋଟିଏ କୁକୁଡାର ମୂଲ୍ୟ ପ୍ରାୟତଃ ୧୦୦ ଟଙ୍କା କିମ୍ବା ୨୦୦ ଟଙ୍କା ଶୁଣିଥିବେ । କିନ୍ତୁ ମାତ୍ର ଗୋଟିଏ କୁକୁଡାର ଦାମ ୨୦ ହଜାର ଟଙ୍କା କେବେ ଶୁଣିଛନ୍ତି । କିନ୍ତୁ ଏହା ସତ । ଓଡିଶାର ଗୋଟିଏ ଅଞ୍ଚଳରେ ଏହିଭଳି କିଛି କୁକୁଡା ବିକ୍ରି ହେଉଛି ଯାହାର ମୂଲ୍ୟ ଆକାଶ ଛୁଆଁ ।

ଏହି କୁକୁଡା କିଣିବା ପାଇଁ ଦୂର ଦୂରରୁ ଲୋକମାନେ ଏହି ଫାର୍ମକୁ ଆସିଥାନ୍ତି । ଏହି କୁକୁଡାମାନଙ୍କର ଚାହିଦା ବି ବହୁତ ଅଧିକ । ସକାଳୁ ସକାଳୁ ଏହି କୁକୁଡା ଫାର୍ମରେ ଲୋକମାନଙ୍କର ଲାଇନ ଲାଗିଯାଏ । ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ସ୍ଥିତି ସୋରୋଡା ଗାଁର ମୁସ୍ତାକ ଅଂଶାରି ଏକ କୁକୁଡା ଫାର୍ମ ତିଆରି କରିଛନ୍ତି । ଏହି ଫାର୍ମରେ ସେ ବହୁତ ଦେଶୀ ଓ ବିଦେଶୀ କୁକୁଡା ରଖିଛନ୍ତି । ତାଙ୍କ ଫାର୍ମରେ ୧୦ ରୁ ଅଧିକ ପ୍ରଜାତିର କୁକୁଡା ଅଛି ।

ଥାଇଲ୍ୟାଣ୍ଡର ବ୍ଲାକଜେଟ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଅସିଲ, ପରୋଡବିଗ, ହାଇ ପ୍ଲେୟାର, ସିମ୍ପଫି, କଡାକନାଥ ପ୍ରଜାତିର କୁକୁଡା ମୁସ୍ତାକ ଅଂଶାରିଙ୍କ ଫାର୍ମରେ ଅଛି । ଯେତେବେଳେ ମୁସ୍ତାକ ଅଂଶାରିଙ୍କୁ କୁକୁଡାମାନଙ୍କର ଏତେ ରେଟ କାହିଁକି ପ୍ରଶ୍ନ କରାଗଲା ତେବେ ସେ କହିଲେ କି ଏହି କୁକୁଡାମାନଙ୍କୁ ଲଢେଇ କରିବା ପାଇଁ କିଣିଥାନ୍ତି ଲୋକମାନେ । ଏହା ମଧ୍ୟରେ କେତେକ କୁକୁଡା ଶୋ ବାଜ ବି କରନ୍ତି । ଏହି କୁକୁଡାମାନେ ଲଢିବାରେ ପାରଙ୍ଗମ ଅଟନ୍ତି ଓ ଏମାନଙ୍କର ଯୁଧ୍ୟ କୌଶଳ ଦେଖି ଲୋକମାନେ ଏହାର ମୂଲ୍ୟ ନିର୍ଧାରିତ କରିଥାନ୍ତି ।

କହିବାକୁ ଗଲେ ଗୋଟିଏ କୁକୁଡା ଯେତେ ସ୍ପୀଡ ଲଢିବ ସେହି ଅନୁସାରେ ତାର ମୂଲ୍ୟ ନିର୍ଧାରିତ କରାଯିବ । କହିଦେଉଛୁ କି ପ୍ରତିଦିନ ମୁସ୍ତାକ ଅଂଶାରିଙ୍କ ଫାର୍ମକୁ ବିହାର, ଝାଡଖଣ୍ଡ, ରାଞ୍ଚି, ଗଞ୍ଜାମ, ମୟୂରଭଞ୍ଜ ଓ ଓଡିଶାର ଅନ୍ୟ କେତେକ ଜିଲ୍ଲାରୁ ବହୁତ ବ୍ୟାପାରୀ ଆସିଥାନ୍ତି ଓ ଏହି ସ୍ଥାନରେ ନିଜ ପସନ୍ଦ ଅନୁସାରେ କୁକୁଡା କିଣି ନେଇ ଯାଆନ୍ତି । ମୁସ୍ତାକ ଅଂଶାରି ୩.୫ କିଲୋ ଓଜନର କୁକୁଡାକୁ ପ୍ରାୟତଃ ୯୦୦୦ ଟଙ୍କାରେ ବିକ୍ରି କରିଥାନ୍ତି ।

ସେହିଭଳି ୫ ରୁ ୬ କିଲୋ ଓଜନ ବାଲା କୁକୁଡାକୁ ସେ ୧୫ ହଜାର ରୁ ୨୦ ହଜାର ଟଙ୍କାରେ ବିକ୍ରି କରିଥାନ୍ତି । କୁକୁଡାର ମୂଲ୍ୟ ଯେତେ ଅଧିକ ହେବ ତାହାର ଚାହିଦା ମଧ୍ୟ ସେତେ ଅଧିକ ରହିବ । କହିବାକୁ ଗଲେ ଏହି ବ୍ୟାପାରୀମାନେ କୁକୁଙ୍କୁଡା ନେଇ ଲଢେଇ କରାନ୍ତି । ଆଉ କୁକୁଡା ଲଢେଇରେ ସେମାନେ ଲକ୍ଷ ଲକ୍ଷ ଟଙ୍କା ଆୟ ମଧ୍ୟ କରିଥାନ୍ତି । ମୁସ୍ତାକ ଅଂଶାରିଙ୍କ କୁକୁଡା ଫାର୍ମର କୁକୁଡାମାନେ ବହୁତ ସୁସ୍ଥ ସବଳ ଓ ହୃଷ୍ଟ ପୃଷ୍ଟ ହୋଇଥିବାରୁ ଲଢେଇ କରିବା ପାଇଁ ତାଙ୍କର କୁକୁଡାମାନଙ୍କର ବହୁତ ଚାହିଦା ରହିଥାଏ ।

ଆଜି ଠାରୁ ପ୍ରାୟତଃ ୫ ବର୍ଷ ହେବ ମୁସ୍ତାକ ଅଂଶାରି ଏହି କୁକୁଡା ଚାଷ କରୁଛନ୍ତି । ମୁସ୍ତାକ ଅଂଶାରି ପ୍ରଥମେ ୧୦ ରୁ ୧୫ ହଜାର ଟଙ୍କାର ଦେଶୀ ବ୍ରେରଏଲର କୁକୁଡା ରଖିଥିଲେ । କିନ୍ତୁ ସେଥିରୁ କିଛି ଲାଭ ନ ମିଳିବା କାରଣରୁ ସେ କିଛି ବିଦେଶୀ କୁକୁଡାର ଚିଆଁ ଆଣି ଚାଷ ଆରମ୍ଭ କରିଲେ । ବର୍ତ୍ତମାନ ସେ ଫାର୍ମରେ ୨୦ ଲକ୍ଷ ଟଙ୍କାରୁ ଅଧିକ କୁକୁଡା ରଖିଛନ୍ତି । ସମସ୍ତ ପ୍ରକାରର ଜଳବାୟୁରେ ବଞ୍ଚି ପାରୁଥିବା ବିଭିନ୍ନ ପ୍ରକାରର କୁକୁଡା ରଖିଛନ୍ତି ମୁସ୍ତାକ ଅଂଶାରି ଓ ଏହା ମାଧ୍ୟମରେ ଭଲ ଟଙ୍କା ଟଙ୍କା ବି ଆୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *