କ୍ରିକେଟ ଜଗତରୁ ଆସିଲା ବଡ ଦୁଃଖ ଖବର, ଏବେ ଏବେ ଆଖି ବୁଜିଲେ ଏହି ବଡ Cricketer

ପୂର୍ବ ଭାରତୀୟ କ୍ରିକେଟର ଓ ୧୯୮୩ ବିଜେତା ଟିମ ଇଣ୍ଡିଆର ଅଂସ ରହିଥିବା ଯଶପାଳ ଶର୍ମାଙ୍କ ନିଧନ ହୋଇ ଯାଇଛି । ମଙ୍ଗଳବାର ଦିନ ସକାଳେ ହାର୍ଟ ଆଟାକ ଆସିବା କାରଣରୁ ଯଶପାଳ ଶର୍ମାଙ୍କ ନିଧନ ହୋଇଛି । ଯଶପାଳ ଶର୍ମାଙ୍କ ବୟସ ୬୬ ବର୍ଷ ଥିଲା ।

ଯଶପାଳ ଶର୍ମା ଇଂଲଣ୍ଡ ବିରୁଦ୍ଧରେ ଲର୍ଡ୍ସରେ ୧୯୭୯ରେ ନିଜର ଟେସ୍ଟ ଡେବ୍ୟୁ କରିଥିଲି, ଯେତେବେଳେ କି ୧୯୮୩ରେ ନିଜର ଶେଷ ଟେସ୍ଟ ମ୍ୟାଚ ଖେଲିଥିଲେ । ଯଶପାଳ ଶର୍ମା ୧୯୭୮ରେ ୱାଣ୍ଡେରେ ଡେବ୍ୟୁ କରିଥିଲେ ଓ ୧୯୮୫ରେ ନିଜର ଶେଷ ୱାଣ୍ଡେ ମ୍ୟାଚ ଖେଳିଥିଲେ । ବିଶ୍ଵ ବିଜେତା ଟିମରେ ଯଶପାଳ ଶର୍ମାଙ୍କ ସହିତ ଖେଳିଥିବା ପୂର୍ବ ଭାରତୀୟ କ୍ରିକେଟର ମଦନଲାଳ ନିଜର ସାଥି ଖେଳାଳିଙ୍କ ନିଧନ ଉପରେ କହିଲେ କି ବିଶ୍ଵାସ ହେଉ ନାହିଁ କି ଏହିଭଳି ହୋଇଛି ।

ଆମେ ପଞ୍ଜାବରେ କ୍ରିକେଟ ଖେଳ ଆରମ୍ଭ କରିଥିଲୁ । ପୁଣି ୱାର୍ଲ୍ଡକପରେ ଏକତ୍ରିତ ଖେଳିଲୁ । ମଦନଲାଳ କହିଲେ କି କପିଲ ଦେବ ଓ ଟିମର ଅନ୍ୟ ସଦସ୍ୟଙ୍କ ସହ ବି ତାଙ୍କର କଥାବାର୍ତ୍ତା ହୋଇଛି । ସମସ୍ତେ ଏହି ଖବର ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଯଶପାଳ ପରିବାର କହିଲେ କି ତାଙ୍କର ପତ୍ନୀ ଓ ତିନୋଟି ସନ୍ତାନ ଅଛନ୍ତି । ଯଶପାଳ ଶର୍ମାଙ୍କ ପିଲାମାନେ ବିଦେଶରେ ପଢନ୍ତି । ଯଶପାଳ ଶର୍ମା ଭାରତୀୟ କ୍ରିକେଟ ଟିମର ନ୍ୟାସନାଲ ସିଲେକ୍ଟର ବି ରହି ସାରିଛନ୍ତି ।

ପୂର୍ବ କ୍ରିକେଟର କୀର୍ତି ଆଜ଼ାଦ କହିଲେ କି ଆଜି ଆମର ପରିବାର ଭାଙ୍ଗିଗଲା, ଆମେ ୨୫ ଜୁନରେ ହିଁ ଦେଖା କରିଥିଲୁ । ଆମର ଟିମରେ ସେ ସବୁଠୁ ଫିଟ ଖେଳାଳିମାନଙ୍କ ମଧ୍ୟରେ ଜଣେ ଥିଲେ । କୀର୍ତି ଆଜ଼ାଦଙ୍କ ଅନୁସାରେ ଆଜି ସକାଳେ ସେ ଯେତେବେଳେ ମରିଙ୍ଗ ୱାର୍କରୁ କରି ଘରକୁ ଫେରିଲେ, ତେବେ ଏହା ପରେ ଅଚାନକ ତାଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ ହେଲା । ସେହି ସମୟରେ ଟାଙ୍କୁ ହସ୍ପିଟାଲ ନିଆଗଲା । ଯଶପାଳ ଶର୍ମା ଭାରତ ପାଇଁ ମୋଟ ୩୭ ଟି ଟେସ୍ଟ ମ୍ୟାଚ ଖେଳିଥିଲେ, ଯେଉଁଥିରେ ସେ ୧୬୦୬ ରନ କରିଥିଲେ ।

ଅନ୍ୟ ପଟେ ମୋଟ ୪୨ ଟି ୱାଣ୍ଡେ ମ୍ୟାଚରେ ଯଶପାଲ ଶର୍ମା ୮୮୩ ରନ କରିଥିଲେ । ଯଶପାଳ ଶର୍ମା ୧୯୮୩ରେ ବିଶ୍ଵକପ ଜିତିଥିବା ଟିମର ମୁଖ୍ୟ ଅଂସ ବି ଥିଲେ । ୱାର୍ଲ୍ଡକପରେ ୱେଷ୍ଟିଣ୍ଡିଜ ବିରୁଦ୍ଧରେ ଖେଲା ଯାଇଥିବା ମ୍ୟାଚରେ ଯଶପାଳ ଶର୍ମା ୮୯ ରନର ଏକ ଭଲ ପାରି ଖେଳି କରିଥିଲେ । ଯାହା ଦ୍ଵାରା ଟିମ ଇଣ୍ଡିଆକୁ ବିଜୟ ହାସଲ ହେଲା । ଏହା ଛଡା ସେମିଫାଇନାଲରେ ବି ଯଶପାଳ ଶର୍ମା ୬୧ ରନର ପାରି ଖେଳିଥିଲେ, ସେହି ସମୟରେ ଇଂଲଣ୍ଡକୁ ମାତ ଦେଇଥିଲେ ।

ବର୍ଷ ୧୯୮୩ରେ ୱାଲ୍ଡକପ ପରେ ଯଶପାଳ ଶର୍ମାଙ୍କ କ୍ୟାରିୟର ଲଗାତାର ତଳକୁ ଖସିବାକୁ ଲାଗିଲା । ଖରାପ ଖେଳ ଯୋଗୁ ଯଶପାଳ ଶର୍ମାଙ୍କୁ ପ୍ରଥମେ ଟେସ୍ଟରୁ ବାହାର କରାଗଲା, ଏହା ପରେ ୱାଣ୍ଡେରେ ବି ତାଙ୍କୁ ସାମିଲ କରାଗଲା ନାହିଁ । ଯଶପାଳ ଶର୍ମା ମୂଳ ରୂପରେ ପଞ୍ଜାବର ବାସିନ୍ଦା ଅଟନ୍ତି । ଯାହାଙ୍କର ଜନ୍ମ ୧୧ ଅଗଷ୍ଟ ୧୯୫୪ରେ ହୋଇଥିଲା ।

Leave a Reply

Your email address will not be published. Required fields are marked *