ଲକ୍ ଡାଉନ୍: ରାଜ୍ୟରେ ବଢିଲା ଲକ୍ ଡାଉନ୍ ର ସମୟ, ପଢନ୍ତୁ ସମ୍ପୁର୍ଣ୍ଣ ଖବର

ବିଶ୍ୱମହାମରୀ ରେ ପୀଡିତ ଏବେ ସାରା ଦେଶ । ତେବେ ଓଡିଶା ମଧ୍ୟ ଏଥିରୁ ବର୍ତ୍ତୀ ନହିଁ । ଏହି କିଛି ଦିନ ମଧ୍ୟରେ ଏହି ଭୂତାଣୁ ଦ୍ଵାରା ସଙ୍କ୍ରମିତଙ୍କ ସଂଖ୍ୟା ବଢିବାକୁ ଲାଗିଛି । ତେବେ ଏଥିରୁ ବଞ୍ଚିବା ପାଇଁ ଏବେ ସାରା ଦେଶରେ ଲକ୍ ଡାଉନର ପରିସ୍ଥିତି ଅଛି । ତେବେ ଏହା ଏପ୍ରିଲ ୧୪ ପର୍ଯ୍ୟନ୍ତ ଥିଲା । କିନ୍ତୁ ରାଜ୍ୟ କ୍ୟାବିନେଟ ର ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ ବସିଥିଲା ଏହି ଅବଧିକୁ ବଢାଇବା ପାଇଁ ଆଲୋଚନା କରିବା ବିଷୟରେ । ଯାହାକି ମୁଖ୍ୟମନ୍ତ୍ରୀଙ୍କ ତତ୍ଵାବଧାନରେ ହୋଇଥିଲା ।

ତେବେ ସମସ୍ତ ପରିସ୍ଥିତିକୁ ଦେଖି ଏହି ଲକ୍ ଡାଉନକୁ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କେବଳ ସେତିକି ନୁହେଁ ଏହା ସହ ସ୍କୁଲ ଓ ସମସ୍ତ ଶିକ୍ଷାନୁଷ୍ଠାନ ଆଦି ମଧ୍ୟ ଜୁନ ୧୭ ପର୍ଯ୍ୟନ୍ତ ବନ୍ଦ ରହିବ କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ବିଷୟରେ କଥା ହେବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଦ୍ଵାରା ବୈଠକ ବସାଇଥିଲେ ।

ତେବେ ରାଜୟାରେ ବଢୁଥିବା ସଂକ୍ରମଣର ସ୍ତରକୁ ଦେଖି ଏବେ ସାରା ରାଜ୍ୟରେ ଲୋକ ଭୟଭୀତ ହୋଇଯାଇଛନ୍ତି । ତେବେ ଏହା ଆମ ମାନଙ୍କ ପାଇଁ ସୁରକ୍ଷିତ ହେବ ଯଦି ଆମେ ଘରେ ରହିବା ଓ ସାମଯିକ ଦୁରତ୍ଵ ରକ୍ଷା କରିବା । ଏହି ଭୂତାଣୁ ସହ ଲଢିବା ପାଇଁ ସରକାରଙ୍କ ସାଥ ଦିଅନ୍ତୁ ଓ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *