ବିବାହିତା ନାରୀ ମାନଙ୍କୁ ଭୁଲରେ ମଧ୍ୟ ଏହି ୩ଟି ଜିନିଷ ପିନ୍ଧିବା କଥା ନୁହେଁ: ଘରକୁ ଆସେ ଦାରିଦ୍ର୍ୟତା

ଭାରତୀୟ ସମାଜରେ ଧର୍ମ, ଜ୍ୟୋତିଷ ଓ ବସ୍ତୁ ସହ ଜଡ଼ିତ ଜିନିଷର ବହୁତ ମହତ୍ୱ ରହିଛି । ଏହାସହିତ ଜ୍ୟୋତିଷରେ ଏମିତି କିଛି ଜିନିଷ ବିଷୟରେ କୁହାଯାଇଛି, ଯାହା ଜଣା ଅଜଣାରେ ଆମ ଉପରେ ପ୍ରଭାବ ପକାଇ ଥାଏ । ଏମିତି କିଛି କାମ ଅଛି ଯାହା ଆମେ ଅଜଣତରେ କରିଥାଉ । ହେଲେ ଏହା ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇ ଥାଏ । ଜୀବନରେ କଠିନ ପରିସ୍ଥିତି ସୃଷ୍ଟି ହୁଏ । ଏହା ସହିତ୍ ବୈବାହିକ ଜୀବନ ରେ ମଧ୍ୟ ଏମିତି ପରିସ୍ଥିତି ସୃଷ୍ଟି ହୁଏ, ଯାହାର କାରଣ ଘର ର ମହିଳାଙ୍କର କିଛି କାମ କରିବାଦ୍ଵାରା ହୋଇଥାଏ ।

ଆସନ୍ତୁ ଜାଣିବା କେଉଁ କାମ ମହିଳା ମାନେ କରିବା ଦ୍ଵାରା ନକାରାତ୍ମକ ପ୍ରଭାବ ପଡିଥାଏ ।

ଧଳାରଙ୍ଗ ଶାଢ଼ୀ-

ହିନ୍ଦୁଧର୍ମରେ ଧଳାରଙ୍ଗ ଶାଢ଼ୀକୁ ଅଶୁଭ ମନାଯାଏ । ହିନ୍ଦୁଧର୍ମ ଅନୁସାରେ ଯେବେ ସ୍ତ୍ରୀ ବିଧବା ହୋଇଯାଏ ସେବେ ଧଳାରଙ୍ଗ ଶାଢ଼ୀ ପିନ୍ଧିଥାଏ । ତେଣୁ ସଧବା ସ୍ତ୍ରୀ କେବେବି ଧଳା ଶାଢ଼ୀ ପିନ୍ଧିବା ଉଚିତ ନୁହେଁ । କିନ୍ତୁ ଆଜିକାଲି ମହିଳା ଫେଶନ ପାଇଁ ପିନ୍ଧୁଛନ୍ତି, ହେଲେ ଏହା ଅନୁଚିତ । ଏହା କରିବା ଦ୍ୱାରା ମହିଳାଙ୍କ ବୈବାହିକ ଜୀବନରେ ସମସ୍ୟା ଉତ୍ପନ୍ନ ହୋଇଥାଏ । ସ୍ବାମୀଙ୍କ ସହ ସମ୍ପର୍କରେ ମଧ୍ୟ ଅଶାନ୍ତି ଲାଗିରହେ ଓ ସ୍ବାମୀଙ୍କ ଜୀବନ ପ୍ରତି ବିପଦ ଘୁରି ବୁଲେ ।

ସୁନା ପାଉଁଜି-

ଆଜିକା ସମୟରେ କିଛି ମହିଳା ସୁନାରେ ତିଆରି ପାଉଁଜି ପାଦରେ ପିନ୍ଧିବାକୁ ଲାଗିଲେଣି । କିନ୍ତୁ ଏହା ଉଚିତ୍ ନୁହେଁ କାରଣ ସୁନାକୁ କେବେ ପାଦରେ ପିନ୍ଧିବା ଠିକ୍ ନୁହେଁ । କାରଣ ଧନର ଦେବତା କୁବେର ନାରାଜ ହୋଇଯାଆନ୍ତି । ମାନ୍ୟତା ରହିଛି ଯେ ସୁନା କୁ କେବଳ ଅଣ୍ଟା ଠୁ ଉପରକୁ ବ୍ୟବହାର କରିବା ଉଚିତ। ସୁନା କୁ ପାଦ ରେ ପିନ୍ଧିଲେ ଦରିଦ୍ରତା ଆସିଥାଏ ।

କଳା ରଙ୍ଗ ଚୁଡି-

କଳା ରଙ୍ଗ ନକାରାତ୍ମକର ପ୍ରତୀକ ହୋଇଥାଏ । ଆପଣ ଜାଣନ୍ତି ଯେ କଳା ରଙ୍ଗ ବସ୍ତ୍ର ପିନ୍ଧି କୌଣସି ପୂଜା ପାଠ କରାଯାଏ ନାହିଁ । ଏହି ରଙ୍ଗର ଚୁଡି ପିନ୍ଧିବ ବହୁତ୍ ଅଶୁଭ ହୋଇଥାଏ । ଚୁଡି ମହିଳାଙ୍କ ଏକ ଶୃଙ୍ଗାରର ଅଂଶ ହୋଇଥାଏ, ତେଣୁ କଳା ରଙ୍ଗ ଚୁଡି ପିନ୍ଧିଲେ ସ୍ବାମୀ ଓ ପିଲା ସମସ୍ୟାରେ ପଡ଼ିଥାନ୍ତି । ସେଥିପାଇଁ ଏହିସବୁ ଜିନିଷ କେବେବି ପିନ୍ଧାନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *