ଲକଡାଉନ ରେ ମା ପଠେଇଲା ପୁଅକୁ ରାସନ ଆଣିବା ପାଇଁ, କିନ୍ତୁ ପୁଅ ନେଇ ଆସିଲା ଘରକୁ ବୋହୂ

କରୋନା ଭାଇରସ ପାଇଁ ପୁରା ଦେଶରେ ଲକଡାଉନ ସ୍ଥିତି ଚାଲିଛି, ଏମିତି ସ୍ଥିତି ରେ ସମସ୍ତେ ଘରେ ରହିବା ପାଇଁ ମଜବୁର ଅଛନ୍ତି, ସରକାର କେବଳ ତାଙ୍କୁ ଘରୁ ବାହାରକୁ ଯିବା ପାଇଁ ଯାହାକୁ ଆବଶ୍ୟକ କାମ ଅଛି, ସଂକ୍ରମଣ ଅଟକେଇବା ପାଇଁ ସାମାଜିକ ଦୂରତା ରଖିବା ବହୁତ ଆବଶ୍ୟକ ଅଟେ । କିନ୍ତୁ ଏହି ମଝିରେ ଉତ୍ତର ପ୍ରଦେଶ ସାହିବାବାଦ ଜାଗାରେ ଏମିତି କିଛି ହେଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଲା । ଏଠାରେ ଗୋଟେ ଯୁବକକୁ ମା ଜରୁରି ଜିନିଷ ଆଣିବା ପାଇଁ ପଠେଇଥିଲେ କିନ୍ତୁ ଫେରିଲା ବେଳେ ତା ମା ତାକୁ ଘରେ ପୁରେଇଲେ ନାହିଁ ।

କାନ୍ଦି ମା କହିଲେ ବିବାହ ସ୍ଵୀକାର ନୁହଁ :

ସାହିବାବାଦ ପୋଲିସ ଏହି ଘଟଣା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ମହିଳା ପୋଲିସ ଷ୍ଟେସନ ପହଞ୍ଚିଲେ ଏବଂ ପୋଲିସ ଏହି କଥା ଅଭିଯୋଗ କରିଛନ୍ତି ଯେ ସେ ପୁଅକୁ ରାଶନ ଆଣିବା ପାଇଁ ପଠେଇଥିଲେ କିନ୍ତୁ ସେ ବିବାହ କରି ଫେରିଲା, ମା ଆଖି ରେ ଲୁହ ଥିଲା, ମା କାନ୍ଦି କାନ୍ଦି ପୋଲିସକୁ କହୁଥିଲେ ଯେ ନିଜ ପୁଅକୁ ରାଶନ ପଠେଇବା ପାଇଁ କିନ୍ତୁ ଫେରିଲା ବେଳେ ସ୍ତ୍ରୀ ଧରି ଆସିଲା ମୁଁ ଏହି ବିବାହ ସ୍ଵୀକାର କରୁ ନାହିଁ ।

ହରିଦ୍ଵାର ରେ କରିଥିଲେ ବିବାହ :

ତେବେ ମହିଳା ପୁଅ ଗୁଡୁ ଯିଏ ୨୬ ବର୍ଷ ର ଅଟେ କହିବା ଅନୁଯାଇ ସେ ସବିତା ସହ ହରିଦ୍ଵାର ରେ ଆର୍ଯ୍ୟ ସମାଜ ମନ୍ଦିର ରେ ଦୁଇ ମାସ ଆଗରୁ ବିବାହ କରିଥିଲେ, କିନ୍ତୁ ଆମକୁ ସେହି ସମୟରେ ବିବାହ ପ୍ରମାଣ ପତ୍ର ପ୍ରାପ୍ତ ହେଇ ନଥିଲା କାହିଁକିନା ସାକ୍ଷୀ କେହି ନଥିଲା । ଯାହା ପରେ ମୁଁ ନିସ୍ପତି କଲି ଯେ ମୁଁ ଆଉଥରେ ହରିଦ୍ଵାର ଜୀବି ଏବଂ ବିବାହ ପ୍ରମାଣ ପତ୍ର ନେଇକି ଫେରିବି କିନ୍ତୁ ଲକଡାଉନ ପାଇଁ ମୁଁ ଯାଇ ପାରିଲି ନାହିଁ ।

ଭଡା ଘରେ ରହୁଥିଲା କନ୍ୟା :

ଗୁଡୁ କହିବା ଅନୁଯାଇ ହରିଦ୍ଵାରରୁ ଫେରିଲା ପରେ ସବିତା ଦିଲ୍ଲୀ ରେ ଭଡା ଘରେ ରହୁଥିଲା କିନ୍ତୁ ଆଜି ମୁଁ ଏହା ନିସ୍ପତି କଲି ଯେ ମୁଁ ତାକୁ ଘରକୁ ଆଣିବି ଓ ନିଜ ମା ସହ ଦେଖା କରେଇବି, ଅସଲ କଥା ଏହା ଅଟେ ଯେ ଯେଉଁ ଘରେ ମୋ ସ୍ତ୍ରୀ ଭଡା ରେ ଥିଲା ସେଠିକା ମକାନ ମାଲିକ ଘର ଖାଲି କରିବା ପାଇଁ କହିଲା ଯାହା ପରେ ସେ କେଉଁଠିକୁ ଯାଇଥାନ୍ତା ସେଥିପାଇଁ ମୁଁ ତାକୁ ଘରକୁ ନେଇ ଆସିଲି । ତେବେ ଏହି ସମସ୍ୟା ସମାଧାନ ପୋଲିସ ପାଖରେ ମଧ୍ୟ ନାହିଁ ତେବେ ପୋଲିସ ସବିତା ଘର ମାଲିକକୁ କହିଛନ୍ତି ଯେ ଲକଡାଉନ ମଝିରେ ତାକୁ ଘରୁ ବାହାର ନକରନ୍ତୁ । ଆମ ସହ ଅପଡେଟ ରହିବାକୁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *