ଘରେ ଲଗାନ୍ତୁ ଏହି 5 ଟି ଗଛ, ଘରେ ପସିବାକୁ ବି ଡରିବେ ମଶା !

ଭାରତରେ କରୋନା ଭାଇରସର ଆତଙ୍କ ବଢ଼ିବାରେ ଚାଲିଛି । ଗୋଟେ ପଟରେ ଏହି ମହାମାରୀର ପ୍ରକୋପ ବଢୁଛି ତ ଅନ୍ୟପଟେ ଦେଶର କେତେ ସହରରେ ମଶାର ଆତଙ୍କ ସୃଷ୍ଟି କରିଛି । ମଶା କାମୁଡିବା ଦ୍ବାରା ମେଲେରିଆ, ଡେଙ୍ଗୁ ଭଳି କେତେ ଭୟଙ୍କର ରୋଗ ମାତୁଅଛି । କେତେଥର ଘର ଆଖ ପାଖରେ ଥିବା ଅଳିଆରେ ପାଣି ଜମାଟ ହେବା କାରଣରୁ ମଶା ହୋଇଥାନ୍ତି । ମଶାକୁ ଶେଷ କରିବା ପାଇଁ ଲୋକ ମାନେ କେତେ ପ୍ରକାରର ଔଷଧ , କୀଟନାଶକ, କ୍ରିମ, ଧୂପକାଠିର ବ୍ୟବହାର କରିଥାନ୍ତି । ଏହି କୀଟନାଶକ ଛିଞ୍ଚିଲେ ମଶା କିଛି ଦିନପାଇଁ ତ ପଳାଇ ଯାଆନ୍ତି । ପୁଣି ସେମିତି ମଧ୍ୟ ପଳାଇ ଆସନ୍ତି । କିନ୍ତୁ କଣ ଆପଣ ଜାଣନ୍ତି କି କିଛି ଗଛର ସାହାଯ୍ୟରେ ଆପଣ ମଶାକୁ ଘରୁ ବିଦା କରିପାରିବେ । ଆସନ୍ତୁ ଜାଣିବା ସେହି ଗଛ ବିଷୟରେ ।

1. ତୁଳସୀ :

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପୂଜା କରାଯାଇଥାଏ । ତୁଳସୀ ଗଛ ଲଗାଇଲେ ବାତାବରଣ ପବିତ୍ର ହୋଇଥାଏ । ଆପଣ ଘର ଅଗଣାରେ ବା ଝରକା ପାଖରେ ତୁଳସୀର ଗଛ ଲଗାଇ ପାରିବେ । ତୁଳସୀ ଗନ୍ଧରେ ମଶା ହୁଅନ୍ତିନି । ଯେଉଁ ଲୋକଙ୍କୁ ମଶା କାମୁଡିବା ପରେ ନାଲି ପଡ଼ିଯାଏ ତେବେ ସେଇ ଜାଗାରେ ତୁଳସୀ ପତ୍ର ଘସିଲେ ଭଲ ।

2. ଗେଣ୍ଡୁଫୁଲ :

pro-flowersର ରିପୋର୍ଟ୍ ଅନୁଯାୟୀ, ମଶାକୁ ଗେଣ୍ଡୁ ଫୁଲ ଓ ତାହାର ପତ୍ରର ଗନ୍ଧ ତାଙ୍କୁ ପସନ୍ଦ ନୁହେଁ । ଘରେ ଗେଣ୍ଡୁଫୁଲର ଗଛ ଲଗାଇଲେ ଗୋଟେବି ମଶା ଦେଖା ଦେବେନି । ତା ସହିତ ଏହି ଫୁଲ ଘରର ଶୋଭା ବଢ଼ାଇ ଥାଏ ।

3. ସିଟ୍ରୋନେଲାର ଗଛ :

ମଶାରୁ ବଞ୍ଚିବା ପାଇଁ ସିଟ୍ରୋନେଲାର ଗଛ ଭଲ ବୋଲି କୁହାଯାଏ । ସିଟ୍ରୋନେଲାର ଗନ୍ଧରେ ମଶା ଦୂରେଇ ରୁହନ୍ତି । ଆପଣକୁ ଏହି କଥା ଜାଣିକି ଆଶ୍ଚର୍ଯ୍ୟ ହେବେକି ମସକିଟୋ ରିପଲେଟ କ୍ରିମରେ ମଧ୍ୟ ସିଟ୍ରୋନେଲାର ବ୍ୟବହାର କରାଯାଏ ।

4. ଲେମନ ବାମ :

ଲେମନ ବାମର ଗଛ ଲୋକେ ସବୁବେଳେ ଘରର ସଜାଇବାରେ ଲଗାନ୍ତି । ଲେମନ ବାମ ଫୁଲର ଗନ୍ଧ ବହୁତ ଜୋରେ ହୋଇଥାଏ । ଯାହାଦ୍ଵାରା ମଶା ଦୂରେଇ ପଳାନ୍ତି । ଏହି ଗଛ ଲଗାଇଲା ବେଳେ ଧ୍ୟାନ ରଖିବେ କି ଏହାକୁ ଖରାରେ ରଖିବେନି ।

5. ଅଗ୍ରିଟମ :

ଅଗ୍ରିଟମ ଗଛବି ଗୋଟେ ମସକିଟୋ ରିପ୍ଲିୟନ୍ଟ ଅଛି । ଏହି ଗଛରେ କୋମାରିନ ନାମକ ଗୋଟେ ଗନ୍ଧ ବାହାରିଥାଏ । ଏହାର ଗନ୍ଧ ଏତେ ଭୟଙ୍କର ହୋଇଥାଏ କି ଏଥିପାଇଁ ମଶା ଦୂରକୁପଳାନ୍ତି । କୋମାରିନର ବ୍ୟବହାର କମର୍ସିଆଲ ମସକିଟୋ ରିପ୍ଲିୟନ୍ଟ ଓ ପର୍ଫିୟମ ଇଣ୍ଡଷ୍ଟ୍ରିରେ ଅଛି । ଆଶା କରୁଛୁ ଆମ ଦ୍ଵାରା ଦିଆ ଯାଉଥିବା ଏହି ଟିପ୍ସ ଆପଣଙ୍କର କାମରେ ଆସୁଥିବା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *