ଲଙ୍କାକୁ ରାତିରେ ପାଣିରେ ଭିଜେଇ ରଖିଲେ ସକାଳୁ ଉଠିକି ସେହି ପାଣି ପିଇଲେ ଯେଉଁ ଫାଇଦା ହେବ ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସବୁଜ ଲଙ୍କା ଏକ ଏମିତିଆ ଜିନିଷ ଯାହାର ବ୍ୟବହାର ଭାରତର ସବୁ ଘରେ ଘରେ ଖାଆନ୍ତି । ଖାଦ୍ୟ ଖାଇବା ବେଳେ ଲଙ୍କା ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଫାଇଦା ବିଷୟରେ କହିବୁ ଯାହା ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଆଜିର ସ୍ୱାସ୍ଥ୍ୟ ଟିପ୍ସରେ ଆପଣଙ୍କ ପାଇଁ କଣ ଅଛି । ଏହି ଟିପ୍ସ ଆପଣଙ୍କର ଅନେକ ରୋଗ ଦୂର କରିବାରେ ସାହାଯ୍ୟ କରିବ ।

ରାତିରେ ଗୋଟେ ଗ୍ଳାସ ପାଣିରେ ୩ ରୁ ୪ ଟି ଲଙ୍କା ରଖନ୍ତୁ

ପ୍ରଥମେ ୩ରୁ ୪ ଟି ଲଙ୍କାକୁ ଭଲରେ ଧୋଇ ଦେଇକି ସବୁ ଲଙ୍କାକୁ ମଝିରୁ ଫଡି ଦିଅନ୍ତୁ । ତାପରେ ସେହି ଲଙ୍କାକୁ ଗୋଟେ ଗ୍ଳାସ ପାଣିରେ ବୁଡେଇ ରାତିସାରା ଛାଡି ଦିଅନ୍ତୁ । ସକାଳୁ ଉଠିକି ତୁରନ୍ତ ଯାଇକି ସେହି ଲଙ୍କା ପାଣି କୁ ପିଅନ୍ତୁ, ଧ୍ୟାନ ରଖନ୍ତୁ ଏହି ପଣି ପିଇବା ପୂର୍ବରୁ କିଛି ଖାଇ ନଥିବେ କି କିଛି ପି ନଥିବେ ।

ସେହି ପଣି ପିଇବାର ଅଧଘଣ୍ଟା ପରେ ଯାଇକି ନିଜର ରୁଟିନ ଫଲୋ କରନ୍ତୁ । ଏହି ପାଣି ପିଇବା ଦ୍ଵାରା ଆପଣଙ୍କ କିଛି ବି ଅସୁବିଧା ହୋଇନଥାଏ । ସବୁଜ ଲଙ୍କା ପାଣି ପିଇବା ଦ୍ଵାରା ଆପଣଙ୍କ ଶରୀର ଉପରେ ବହୁତ ଭଲ ପ୍ରଭାବ ପକେଇଥାଏ ।

ସବୁଜ ଲଙ୍କା ପାଣି ପିଇବା ଦ୍ଵାରା ହୋଇଥାଏ ଏହି ଫାଇଦା

ସବୁଜ ଲଙ୍କା କୁ କେବଳ ଭୋଜନ ଭାବୁଥିବା ଲୋକମାନେ ଏହା ଜାଣିନଥିବେ କି ଲଙ୍କାରେ ବହୁତ ପ୍ରକାରର ଭିଟାମିନ ଓ ମିନିରାଲ ପାଇଯାଇଥାଏ । ନିରିହ ଦେଖା ଯାଉଥିବା ଏହି ସବୁଜ ଲଙ୍କାରେ ଆୟରନ, ପ୍ରୋଟୀନ, କପର ଓ ପୋଟାସିୟମ ଆଦି ତତ୍ତ୍ଵ ଥାଏ, ଏହା ସହିତ ଆହୁରି ଭିଟାମିନ ଏ, ବି 6 ଓ ସି ଆଦି ଥାଏ । ଏହି ସବୁ ଭିଟାମିନ ଓ ମିନିରାଲ ଆପଣଙ୍କ ବଡିକୁ ଆକ୍ଟିଭ ରଖିବାରେ ସାହାଜ୍ଯ କରିଥାଏ ଓ ଶରୀରରେ ହେଉଥିବା ଅନ୍ୟ ଅଭାବକୁ ପୁରା କରିଥାଏ ।

ସବୁଜ ଲଙ୍କା ପାଣି ପିଇବା ଦ୍ଵାରା ଇମ୍ଯୂନ ସିସ୍ଟମ ମଧ୍ୟ ଷ୍ଟ୍ରଙ୍ଗ ହୋଇଥାଏ ଯାହା ଆପଣଙ୍କ ଶରୀରର କୌଣସି ପ୍ରକାରର ରୋଗଠାରୁ ବଞ୍ଚେଇ ଥାଏ । ସବୁଜ ଲଙ୍କାର ପାଣି ସବୁଦିନ ପିଇବା ଦ୍ଵାରା ଆପଣଙ୍କ ଶରୀରରେ ଯେଉଁ ବଦଳ ହେବ ତାହା ଆପଣ ନିଜେ ଜାଣିପାରିବେ । କିନ୍ତୁ ଗୋଟେ ଧ୍ୟାନ ଦେବେ କି ସବୁଜ ଲଙ୍କାର ପାଣି ଅଧିକ ମାତ୍ରରେ ସେବନ କରିବେ ନାହିଁ, ଦିନରେ ଗୋଟେ ଗ୍ଳାସ ପାଣି ଯଥେଷ୍ଟ ଅଟେ ।

Leave a Reply

Your email address will not be published. Required fields are marked *