ଲୋକଙ୍କ ପ୍ରଥମ ପସନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ – ପୁଣିଥରେ ଲୋକ ମୋଦୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହନ୍ତି, ଜାଣନ୍ତୁ ସର୍ଭେ ରିପୋର୍ଟ କଣ କହୁଛି

ଏବେ କିଛି ଦିନ ହେବ ଏକ ସମାଚାର ସମୁହ ଦ୍ୱାରା ଲୋକସଭା ନିର୍ବାଚନ ସହ ଏକ ସର୍ଭେ କରିଥିଲେ । ଏହି ସର୍ଭେରେ ଲୋକଙ୍କ ପ୍ରଥମ ପସନ୍ଦ ଜାଣିବାକୁ ଚେଷ୍ଟା କରାଯାଇଥିଲା । କିଛି ମାସ ମଧ୍ୟରେ ଲୋକସଭା ନିର୍ବାଚନ ହେବାର ଅଛି ଓ ଏହି ନିର୍ବାଚନରେ ବହୁତ ସାରା ମିଡିଆ ହାଉସ୍ ରେ ନାନା ପ୍ରକାରର କଳ୍ପନା ଜଳ୍ପନା ଚାଲିଛି । ଯାହା ଦ୍ୱାରା ସାଧାରଣ ଲୋକ ଏହି ନିର୍ବାଚନରେ କେଉଁ ପାର୍ଟି ଜିତିବ ଓ କଣ ହେବ ଏହାର ଫଳାଫଳ ଏହା ବିଷୟରେ ଜାଣିବାକୁ ଉତ୍ସୁକତା ସହ ଅପେକ୍ଷା କରିଛନ୍ତି । ସେମିତି ଏହି ସର୍ଭେରେ ସାଧାରଣ ବର୍ଗୀୟ ଲୋକେ ପିଏମ୍ ମୋଦୀଙ୍କୁ ତିନି ଚର୍ତୁଥାଶଂ ଭୋଟ୍ ଦ୍ୱାରା ଆଉଥରେ ଦେଶର ପ୍ରଧାନମନ୍ତ୍ରୀ ହେବାର ମତ ରଖିଥିଲେ ।

ଜାଣନ୍ତୁ ମୋଦୀ ସରକାରଙ୍କ କାର୍ଯ୍ୟକାଳ ବିଷୟରେ ସଂପୂର୍ଣ୍ଣ ବିବରଣୀ : –

ଏହି ପାଞ୍ଚ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ ଯେଉଁ କାର୍ଯ୍ୟ କଲେ ତାହା କେତେ ଦୁର ଲୋକଙ୍କ ମନକୁ ପାଇଲା ଏହି ବିଷୟରେ ଲୋକଙ୍କ ଠାରୁ ରାୟ ମଗା ଯାଇଥିଲା । ଏହି ସର୍ଭେରେ ଭାଗ ନେଇଥିବା ଲୋକେ ୫୯ ରୁ  ୫୧ ପ୍ରତିଶତ ଲୋକେ କାର୍ଯ୍ୟକାଳ ବହୁତ ହିଁ ବଢିଆ ରହିଥିଲା ବୋଲି ମତ ପୋଷଣ କରିଥିଲେ ।

ନୋଟ୍ ବନ୍ଦୀ ଉପରେ କଣ ଥିଲା ଲୋକଙ୍କ ମତ : –

ମୋଦୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ନୋଟ୍ ବନ୍ଦୀ ଏକ ବହୁତ ବଡ ନିଷ୍ପତ୍ତି ଥିଲା । ଏହି ପଦକ୍ଷପ ନେବା ପରେ ମୋଦୀ ସରକାର ପ୍ରତି ଲୋକଙ୍କର କଣ ରାୟ ଅଛି ଏହା ଜାଣିବାକୁ ଚେଷ୍ଟା କରାଯାଇଥିଲା । ଯେଉଁଥିରୁ ଜାଣିବାକୁ ମିଳିଛି କି ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଜନ ସାଧାରଣଙ୍କର ବହୁତ କଲ୍ୟାଣ ହୋଇଛି । ଯେବେ କି ୨୯, ୦୯ ପ୍ରତିଶତ ଲୋକେ ଜିଏସ୍ ଟି ଫଇସଲାକୁ ମୋଦୀଙ୍କ ଏକ ବଡ ଉପଲ୍ଲବ୍ଧୀ ବୋଲି ମାନିଛନ୍ତି । ଏହି ସର୍ଭେ ରେ ଭାଗ ନେଇଥିବା ୩୪, ୩୯ ପ୍ରତିଶତ ଲୋକେ ଏହା ମାନିଲେ କି ମୋଦୀ ସରକାର ଗରିବ ଲୋକଙ୍କ ପାଇଁ ବହୁତ ସରକାରୀ ସୁବିଧାଗୁଡିକ ଚଲାଇଛନ୍ତି ।

ରାହୁଲ୍ ଗାନ୍ଧୀଙ୍କର ଲୋକପ୍ରିୟତା ବଢିଛି : –

ଏହି ସର୍ଭେରେ କଂଗ୍ରେସ ଅଧ୍ୟକ୍ଷ୍ୟ ରାହୁଲ୍ ଗାନ୍ଧୀଙ୍କୁ ନେଇକରି ବହୁତ ଲୋକେ ପ୍ରଶ୍ନ କରିଥିଲେ  ଓ ଲୋକଙ୍କୁ ପଚାରାଯାଇଥିଲା କି ରାହୁଲ୍ ଜଣେ ପିଏମ୍ ହିସାବରେ କିପରି ଫିଟ୍ ଅଛନ୍ତି । ଏହି ପ୍ରଶ୍ନରେ ପ୍ରାୟ ୮ ,୩୩ ପ୍ରତିଶତ ଲୋକେ ସହମତି ଦେଇଥିଲେ । ଲୋକଙ୍କ ଏହା ମାନିବା କଥା କି ରାହୁଲ୍ ଗାନ୍ଧୀ ୨୦୧୪ ପରେ ଅଧିକା ଲୋକପ୍ରିୟତା ହାସିଲ୍ କରିଛନ୍ତି । ତେବେ ନିର୍ବାଚନ ଶେଷ ହେବ ପରେ ହିଁ ଜଣାପଡିବ କିଏ ହେବ ଆମର ପ୍ରଧାନ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *