ଅନେକ ଖତରନାକ ବେମାରିର ରାମବାଣ ଉପାୟ ହେଉଛି ଏହି କାଢା, ଏମିତି କରନ୍ତୁ ବ୍ୟବହାର

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ତେଜପତ୍ରକୁ ଖାଦ୍ୟରେ ବ୍ୟବହାର କାଲେ ସ୍ଵାଦ ବଢେ। ଏହା ଶରୀର ପାଇଁ ଉପକାରୀ ଅଟେ ଓ ଖାଇଲେ କେତେକ ରୋଗରୁ ମୁକ୍ତି ମିଳେ। କେତେ ବ୍ୟକ୍ତି ଏହି ପତ୍ରର ଚାହା ପିଇବାକୁ ପସନ୍ଦ କରନ୍ତି। ଏହି ପତ୍ରର ଚାହା ଶରୀର ପାଇଁ ଉତ୍ତମ ଅଟେ ଓ ଏହି ଚାହା ପିଇଲେ ରୋଗ ଶରୀରରୁ ଦୂର ହୋଇଯାଏ। ତେଜପତ୍ର ଚାହା ବା କାଡା ପିଇଲେ କଣ ଲାଭ ମିଳେ ଆସନ୍ତୁ ଜାଣିବା ।

ତେଜପତ୍ର କାଡା ପିଇଲେ ଦୂର ହୋଇଯାଏ ରୋଗ

ମୁଣ୍ଡ ବ୍ୟଥାରୁ ଆରାମ ମିଳେ :

ବେଳେବେଳେ ମୁଣ୍ଡ ବ୍ୟଥା ହୁଏ। ତେଣୁ ତେଜପତ୍ର କାଡା ତିଆରି କରି ପିଇଲେ ମୁଣ୍ଡ ବ୍ୟଥା ଭଲ ହୋଇଯାଏ। ଏହା ବ୍ୟତୀତ ପେଟ ରୋଗ ହେଲେ ମଧ୍ୟ ଏହି କଡା ପିଇଲେ ପେଟ ବ୍ୟଥାରୁ ତୁରନ୍ତ ଆରମ ମିଳେ।

ବାନ୍ତି :

ମନ ଭଲ ନଥିଲେ ବା ବାନ୍ତି ହେଲେ  ତେଜପତ୍ର କାଡା ତିଆରି କରି ପିଅନ୍ତୁ। ଏହାକୁ ପିଇଲେ ମନ ଭଲରୁହେ। ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ଓ ମନ ଭଲ ରୁହେ। ଏହା ସହିତ ତାଙ୍କ ପେଟବ୍ୟଥା ହୁଏ ନାହିଁ ।

ଥଣ୍ଡା :

ଥଣ୍ଡା ହେଲେ ଏହି କାଡା ନିଶ୍ଚିତ ପିଅନ୍ତୁ। ଏହାକୁ ପିଇଲେ ବନ୍ଦନାକ ଖୋଲିଯାଏ ଓ ଥଣ୍ଡାରୁ ଆରାମ ମିଳେ। ଥଣ୍ଡା ବ୍ୟତୀତ ଜ୍ଵର ହେଲେ ମଧ୍ୟ ଏହାକୁ ପିଇଲେ ଜ୍ଵର ଭଲ ହୋଇଯାଏ ।

କିପରି ଏହି ତେଜପତ୍ର କାଡ଼ା ତିଆରି କରିବ :

କାଡ଼ା ତିଆରି କରିବା ପାଇଁ ୧୦ଗ୍ରାମ୍ ତେଜପତ୍ର, ଅଳ୍ପ ଜୁଆଣୀ ଓ ୫ ଗ୍ରାମ୍ ପାନମଧୁରୀ  ଓ ଚିନି ଆବଶ୍ୟକ ହୁଏ। ୨ ଗ୍ଲାସ୍ ପାଣି ନେଇ ଗରମ କରନ୍ତୁ, ସେଥିରେ ଏହି ୩ଟି ସାମଗ୍ରୀ ପକାଇ ଫୁଟାଇ ଦିଅନ୍ତୁ ଓ ପରେ ଚିନି ମିଶାନ୍ତୁ। ଏଥିରେ ଅଦା ମଧ୍ୟ ପକାଇ ପାରିବେ। ପାଣି ଅଧା ଫୁଟିଲା ପରେ ତାକୁ ଆଣି ଛାଣି ଦିଅନ୍ତୁ। ଏବେ କାଡ଼ା ପ୍ରସ୍ତୁତ ହୋଇଗଲା। ଏହାକୁ ଦିନକୁ ଦୁଇଥର ପିଇବାକୁ ହେବ। ଯେଉଁମାନେ ଏହାକୁ ନ ପିଇବେ ସେମାନେ ତେଜପତ୍ରକୁ ତେଲରେ ମିଶାଇ ମାଲିସ କରିପାରିବେ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *