ମଣିଷ ନିଜ ଜୀବନରେ ସୁଖ ସମୃଦ୍ଧି ପାଇବା ପାଇଁ ବହୁତ କିଛି ଉପାୟ ଓ ପରିଶ୍ରମ କରିଥାଏ କିନ୍ତୁ ଭାଗ୍ୟରେ ଯାହା ଥାଏ ମଣିଷକୁ କେବଳ ସେତିକି ପ୍ରାପ୍ତ ହୋଇଥାଏ । ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ମଣିଷ ଭାଗ୍ୟ ତା ଜନ୍ମ ଠାରୁ ଲେଖା ହୋଇଥାଏ କିନ୍ତୁ ମଣିଷ ଯେମିତିକା କର୍ମ କରିଥାଏ ସେହି ଅନୁଯାଇ ତା ଭାଗ୍ୟ ପରିବର୍ତନ ହୋଇଥାଏ ।
ମଣିଷ ନିଜ ଭାଗ୍ୟ ପରିବର୍ତନ ପାଇଁ କିଛି କରି ପାରନ୍ତି ନାହିଁ କିନ୍ତୁ ନିଜ ପରିଶ୍ରମ ଦ୍ଵାରା ମଣିଷ କିଛି ବି କରି ପାରେ । ତେବେ ଆଜି ଆମେ ଆପଣଙ୍କୁ ମଣିଷ ଏମିତି କିଛି ଅଭ୍ଯାସ ବିଷୟରେ କହିବାକୁ ଯାଉଛୁ ଯାହା ଯେଉଁ ମଣିଷ ପାଖରେ ହୋଇଥାଏ ସେହି ମଣିଷ ନିଜ ଜୀବନରେ କିଛି ଭଲ କରି ପାରନ୍ତି ନାହିଁ ।

୧. ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ଯେଉଁ ଘରେ ଗୃହ ଲକ୍ଷ୍ମୀ ଅର୍ଥାତ ଘର ସ୍ତ୍ରୀକୁ ସମ୍ମାନ କରା ଯାଏ ନାହିଁ, ତାଙ୍କୁ କଟୁ ବଚନ କୁହା ଯାଇଥାଏ ଓ ଝଗଡା କରିବା ସହ ସ୍ତ୍ରୀଙ୍କ ଉପରେ ହାତ ଉଠା ଯାଏ ତେବେ ସେହି ଘର ପୁରୁଷ ଯେତେ ପ୍ପାରିଶ୍ରମ କଲେ ମଧ୍ୟ ଆର୍ଥିକ ସମସ୍ଯା ସାମ୍ନା କରିଥାଏ, ଏମିତିକା ଘରେ ମାତା ଲକ୍ଷ୍ମୀ ଅଧିକ ଦିନ ବାସ କରନ୍ତି ନାହିଁ ।

୨. ଯେଉଁ ଘରୁ ଭୋକିଲା ଓ ଭିକାରି ଫେରି ଯାଇଥାନ୍ତି ସେହି ଘରେ କେବେ ଉନ୍ନତି ପାଦ ରଖିନଥାଏ । ତେବେ ନିଜ ଖ୍ଯମତା ଅନୁଯାଇ କିଛି ବି ଦାନ କରିବା ଓ ଭୋକିଲା ମଣିଷ ବା ପଶୁକୁ ଖାଇବାକୁ ଦବା ବହୁତ ଆବଶ୍ୟକ ଅଟେ, ଏହା ଛଡା ଗରିବ ବ୍ୟକ୍ତିକୁ କେବେ କଟୁ ବଚନ ବା ଅପଶବ୍ଦ କୁହନ୍ତୁ ନାହିଁ ।

୩. ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ କାହା ଅଧିକାର ଛଡେଇବା ଉଚିତ ନୁହ, ଯଦି ଆପଣ କୌଣସି ବ୍ୟକ୍ତି ସଫଳତା ବା ଅଧିକାର ଛଡଉଛନ୍ତି ତେବେ ଆପପନ କେବେ ତାକୁ ଭୋଗ କରି ପାରିବେ ନାହିଁ ସେହି ସଫଳତା ଆପଣଙ୍କ ପାଇଁ ବିଷ ହୋଇଯିବ ।

୪. ଚୋରୀ ଧନ : କାହା ଧନ ଚୋରୀ କରିବା ଦ୍ଵାରା ମଣିଷ ନିଜ ଭାଗ୍ୟ ଉପରେ କୁଲ୍ହାଡି ମାରିଥାଏ କାହିଁକିନା ଏହା ଦ୍ଵାରା ତା ଜୀବନରେ ପ୍ରାପ୍ତ ହବାକୁ ଯାଉଥିବା ଭଲ ଜିନିଷ ମଧ୍ୟ ତାକୁ ମିଳିନଥାଏ ଓ ଚୋରୀ ପାଇଁ କେତେ କେତେ ଜନ୍ମ ତାକୁ ଦୁଷ୍ପରିଣାମ ସମ୍ଭାଳିବାକୁ ପଡିଥାଏ ।

୫. ପର ସ୍ତ୍ରୀ ଉପରେ ନଜର ରଖିବା : ଯେଉଁ ଘର ପୁରୁଷ ଅନ୍ୟ ସ୍ତ୍ରୀ ଉପରେ ଖରାପ ନଜର ରଖନ୍ତି ସେହି ପୁରୁଷ ଯେତେ ପୂଜା ଇତ୍ୟାଦି କଲେ ମଧ୍ୟ ତାଙ୍କ ଘରେ କେବେ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ଓ ତାଙ୍କୁ ସବୁବେଳେ ଆର୍ଥିକ ସମସ୍ଯା ସାମ୍ନା କରିବାକୁ ପଡିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।