ଧନ୍ୟ ହେବେ ପୁରୀ ବାସୀ, ଦେଖିବେ ମହା ପ୍ରଭୁଙ୍କ ଲୀଳା- Malika Bachana

ବନ୍ଧୁଗଣ, ଆମର ପ୍ରାଚୀନ ତୀର୍ଥ ସ୍ଥାନ ଜଗନ୍ନାଥ ଧାମ ସମ୍ବନ୍ଧରେ ମାଳିକା ରେ ଅନେକ କିଛି ବର୍ଣ୍ଣନା କରାଯାଇଛି । ବନ୍ଧୁଗଣ ଆପଣ ଏ ଗୁଡିକ ନିଶ୍ଚିତ ଭାବେ ଅଳ୍ପ ବହୁତ ମାତ୍ରାରେ ଅନୁଭବ କରୁଛନ୍ତି । ବଡ ଦାଣ୍ଡରୁ ପଥର ଖସିବ, ବଡଦଣ୍ଡ ବାଇଶି ପାହାଚ ରେ ମୀନ ଖେଳିବ । ଶ୍ରୀ ଜଗନ୍ନାଥ ଙ୍କ କଳ୍ପବଟ୍ଟ ଛେଦନ ହେବ ଅଥବା ବାତ୍ୟା ତଥା ବନ୍ୟା ରେ ନଷ୍ଟ ହେବ । ବାରମ୍ବାର ନେତ ଉଡିଯିବା ।

ନୀଳଚକ୍ର ର ବିଭିନ୍ନ ଅଘଟଣ ଘଟିବା । ଏହି ସମ୍ବନ୍ଧରେ ମାଳିକା ରେ ବହୁତ କଥା ଲେଖା ଯାଇଅଛି । ବନ୍ଧୁଗଣ ପୁରୀ ତଥା ପୁରୁଷତ୍ତମ କ୍ଷେତ୍ର ର ଭବିଷ୍ୟତ ବାଣୀ ମଧ୍ୟ ମହାପୁରୁଷ ମାନେ ଶୁଣାଇଛନ୍ତି । ବନ୍ଧୁଗଣ ଶ୍ରୀ ଜଗନ୍ନାଥ କ୍ଷେତ୍ରରେ ଅଘଟଣ ଘଟଣ ପ୍ରତ୍ୟକ ବିଷୟ ବସ୍ତୁ କୁ ମହାପୁରୁଷମାନେ କଳିଭାଗବତ, କଳି କଳ୍ପଗୀତା, ମୋହ କଳ୍ପଗୀତ ଏବଂ ପୁରୁଷତ୍ତମ କଳ୍ପଭଟ୍ଟ ପାଖରେ କଣ ହେବ ?

କିଭଳି ବିଚାର ହେବ ? ମହାତ୍ମା ଏବଂ ଅଶ୍ଵିନୀ ମାନେ ଗୁପ୍ତ ରେ କିଭଳି ଖେଳା କରିବେ ? ସେ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ଇନ୍ଦ୍ରିୟ କଳ୍ପ ରେ ମଧ୍ୟ ସେହି ପୁରୁଷତ୍ତମ ର ମହିମା ଜଗନ୍ନାଥ ଦାସ ବର୍ଣ୍ଣନା କରିଛନ୍ତି । ବନ୍ଧୁଗଣ ଜସବନ୍ତ ଦାସ ମଧ୍ୟ ଶ୍ରୀ ଜଗନ୍ନାଥ ଙ୍କ ମହିମା ବର୍ଣ୍ଣନା କରିଛନ୍ତି । ବଳରାମ ଦାସ ମଧ୍ୟ ଜଗନ୍ନାଥ ଙ୍କ ମହିମା ବର୍ଣ୍ଣନା କରିଛନ୍ତି । ବନ୍ଧୁଗଣ ଜଗନ୍ନାଥ ଏହି ମହାପୁରୁଷ ମାନଙ୍କ ଇଷ୍ଟ ପ୍ରାଣ ସର୍ବସର୍ବା ଅଟନ୍ତି ।

ବନ୍ଧୁଗଣ ଏହା ସତ୍ଵେ ମଧ୍ୟ ଯୁଗନୁଯୁଗ ମାଳିକା ରେ ଯାହା ବର୍ଣ୍ଣିତ ହୋଇଛି ତାହା ଘଟିବ । ବନ୍ଧୁଗଣ ଆପଣ ଉଦାହରଣ ଦେଖି ସାରିଛନ୍ତି । ମହାମାରି ସମୟରେ ଯେତେବେଳେ ହାଇକୋର୍ଟ ରୁ ନିର୍ଦ୍ଧେଶ ଆସିଲା ଯେ ଘୋଷଯାତ୍ରା ହୋଇ ପାରିବ ନାହିଁ । ମାତ୍ର ପୁଣି ସେହି ନିସ୍ପତି କୁ ବଦଳାଇ ଦିଆଯାଇ ମହାପ୍ରଭୁଙ୍କ ରଥ ଗଡିଥିଲା । ଘୋଷ ଯାତ୍ରା ଅଟକି ନଥିଲା । ଏହି ଅଲୌକିକ ସମ୍ବନ୍ଧରେ ମଧ୍ୟ ମହାପୁରୁଷ ମାନେ ଲେଖିଥିଲେ ।

ବନ୍ଧୁଗଣ ପୁରୀ ମନ୍ଦିରରେ ଯେତେ ଘଟଣ ଅଘଟଣ ମାନ ଭବିଷ୍ୟତରେ ଉଲ୍ଲେଖ ହୋଇଅଛି ତାହା ସବୁ ଗୋଟେ ଗୋଟେ ରାଜାଙ୍କ ଅଙ୍କମାନଙ୍କରେ ଘଟିବ । ବନ୍ଧୁଗଣ କେଉଁ ରାଜାଙ୍କ ଅଙ୍କ ରେ କଣ ଘଟିବ ତାହା ମାଳିକା ରେ ସୁନ୍ଦର ଭାବେ ବର୍ଣ୍ଣିତ ହୋଇଅଛି । ବନ୍ଧୁଗଣ ପ୍ରତ୍ୟକ ମାଳିକା ରେ ପୁରୁଷତ୍ତମ କ୍ଷେତ୍ର କଥା ବର୍ଣ୍ଣିତ ହୋଇଅଛି । କାରଣ ପୁରୁଷତ୍ତମ କ୍ଷେତ୍ର କୁ ଛାଡି ଦେଲେ ଅନ୍ୟ କୌଣସି କ୍ଷେତ୍ର ନାହିଁ ।

ବନ୍ଧୁଗଣ ସମଗ୍ର ପଞ୍ଚକୋଷୀ ମଧ୍ୟରେ ଯେତେ ରୁଷି ମୁନୀ ଯେତେ ତିଥ ବର୍କ ଅଛି, ତାହାର ସଂପୂର୍ଣ୍ଣ ବିବରଣୀ ଯାହା ଦେଇଛନ୍ତି ଏବଂ ସେ ସବୁ କ୍ଷେତ୍ରରେ ସେବାଠାରୁ ନୀତି କାନ୍ତି ପର୍ଯ୍ୟନ୍ତ ଯେଉଁ ସବୁ ଘଟିବାକୁ ଯାଉଛି ଅଥବା ଘଟି ସାରିଛି ସେ ସବୁ ସମ୍ବନ୍ଧରେ ମହାପୁରୁଷ ମାଳିକା ରେ ଉଲ୍ଲେଖ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ନିଜର ମତାମତ କାମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *