ବର୍ତ୍ତମାନ ଆମେ ଯେଉଁ ଭିଡିଓ ବିଷୟରେ ଆପଣମାନଙ୍କୁ କହିବାକୁ ଯାଉଛୁ ସେଥିରେ ସେ ସମସ୍ତଙ୍କୁ କରୋନା ବିଷୟରେ କହୁଥିବାର ନଜର ଆସୁଛନ୍ତି । କହିବାକୁ ଗଲେ କରୋନା ଯୋଗୁ ହିଁ ତପୁ ମିଶ୍ରଙ୍କ ଜୀବନ ଯାଇଛି ଓ ଯାହାକି ବହୁତ ହିଁ ଦୁଃଖର କଥା ଅଟେ । କିନ୍ତୁ ଭାଗ୍ୟରେ ଯାହା ଲେଖା ହୋଇଛି ତାହା ହିଁ ଘଟିବ । ଏହାକୁ କେହି ବି ପରିବର୍ତ୍ତନ କରି ପାରିବେ ନାହିଁ ।
କିନ୍ତୁ ତପୁ ମିଶ୍ରଙ୍କୁ ତାଙ୍କର ପରିବାର ଓ ବିଶେଷ କରି ତାଙ୍କର ସ୍ଵାମୀ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ । ତାଙ୍କୁ ଓଡିଶା ବାହାରକୁ ନେଇ ଟ୍ରିଟମେଣ୍ଟ କରିବା ପାଇଁ ତପୁ ମିଶ୍ରଙ୍କ ସ୍ଵାମୀ ଦୀପକ ପୂଜାରୀ ଚେଷ୍ଟା ବି କରୁଥିଲେ । କିନ୍ତୁ ଏହାରି ମଧ୍ୟରେ ତପୁ ମିଶ୍ର ନିଜର ଶେଷ ନିଶ୍ଵାସ ତ୍ୟାଗ କରି ଦେଲେ । ଆଜି ତାଙ୍କର ଲକ୍ଷ ଲକ୍ଷ ଫ୍ୟାନମାନେ ତାଙ୍କୁ ମନେ ପକାଉଛନ୍ତି ଓ ସମସ୍ତେ ତାଙ୍କର ଆତ୍ମାକୁ ଶାନ୍ତି ମିଳୁ ଏଥିପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ବି କରୁଛନ୍ତି ।
ବର୍ତ୍ତମାନ ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କରୋନା କେଉଁଭଳି ରୂପରେ ପୁରା ଦେଶରେ ତାଣ୍ଡବ ରଚିଛି । କରୋନା କାରଣରୁ ସମସ୍ତଙ୍କ ଜୀବନ ପୂରାପୂରି ବଦଳି ଯାଇଛି । ପ୍ରାୟତଃ ଲୋକମାନଙ୍କୁ ତାଙ୍କର ଚାକିରିରୁ ବାହାର କରି ଦିଆଯାଇଛି । ଏହିଭଳି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ଏହା ଛଡା ଅନ୍ୟ କିଛି ଲୋକମାନେ କରୋନାରେ ଆକ୍ରାନ୍ତ ହୋଇ ବହୁତ କଷ୍ଟ ସହୁଛନ୍ତି ।
ଏମିତିରେ ତପୁ ମିଶ୍ର ନିଜର ଅନ୍ୟ ଏକ ଭିଡିଓରେ ନିଜର ଫ୍ୟାନମାନଙ୍କୁ କରୋନା ବିଷୟରେ ସଚେତନ କରିବା ବିଷୟରେ କହୁଛନ୍ତି । ସେ କହୁଛନ୍ତି କି ଆଜି ବିଶ୍ଵର ସବୁଠୁ ବଡ ସମସ୍ୟା ହେଉଛି ମହାମାରୀ କରୋନା । ଏହିଭଳି ପରିସ୍ଥିତିରେ ଆମେ ସମସ୍ତେ ସମସ୍ତଙ୍କର ସାଥ ଦେବା ଉଚିତ । ବିଶେଷ କରି ସେମାନଙ୍କର ସାଥ ଦେବା ଉଚିତ ଯେଉଁମାନେ ଆମକୁ ସୁରକ୍ଷା ପ୍ରଦାନ କରୁଛନ୍ତି । ଯେମିତି କି ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ବିଭାଗ ଇତ୍ୟାଦି ।
ଏହା ଛଡା ଅନ୍ୟ ସମସ୍ତ କର୍ମଚାରୀମାନେ ଯେଉଁମାନେ କେବଳ ଆମ ପାଇଁ କରୋନା ଭଳି ସ୍ଥିତିରେ ବାହାରକୁ ଯାଇ କାମ କରୁଛନ୍ତି ତାଙ୍କର ସାଥ ଦେବା ଦରକାର । ସରକାର ଯେଉଁ ସବୁ ନିୟମ ଜାରି କରୁଛନ୍ତି ସେହି ସମସ୍ତ ନିୟମକୁ ମାନିବା ଉଚିତ । କିଛି ସୁରକ୍ଷା ସହ ଜଡିତ କାମ ଆମେ କରି ପାରିବା । ସେ ଆଗକୁ କହିଲେ କି ଘରୁ ବହୁତ କମ ବାହାରକୁ ବାହାରନ୍ତୁ । ଦରକାର ହେଲେ ହିଁ ବାହାରକୁ ଯାଆନ୍ତୁ ନଚେତ ଯାଆନ୍ତୁ ନାହିଁ ।
କାରଣ ମୋ ମତରେ ଯେତିକି ଆପଣ ଘରେ ରହିବେ ସେତିକି ସୁରକ୍ଷିତ ରହିବେ । ମୁଁ ଘରେ ଅଛି ସୁସ୍ଥ ଅଛି ଓ ବାହାରକୁ ଗଲେ ମାସ୍କ ଓ ସ୍ୟାନିଟାଇଜର ବ୍ୟବହାର କରନ୍ତୁ । ଏହି ବିପଦ ଟଳି ଯିବ । କିନ୍ତୁ କିଏ ଜାଣିଥିଲା କି ଯେଉଁ କରୋନା ପାଇଁ ସେ ଲୋକମାନଙ୍କୁ ସଚେତନ କରାଉଥିଲେ ସେହି କାରୋନା ତାଙ୍କର ଜୀବନ ନେଇଯିବ ।