ମା’ଙ୍କ ପ୍ରଶ୍ନ ଶୁଣି ଘାଇଲା ସରକାରୀ ବାବୁ, କାନମୂଳୀରୁ ଝାଳ ବାହାରି ପଡିଲା… ଦେଖନ୍ତୁ video

ବୁଢୀ ମା ଙ୍କ ଶରୀର ଦୁର୍ବଳ ହେଲେ ଅଭିଜ୍ଞାତା ପ୍ରବଳ । ଭରା ସଭାରେ ପ୍ରଶ୍ନ ବାଣୀ ରେ ସରକାରୀ ବାବୁ ଙ୍କୁ ଘାଇଲେ ବୃଦ୍ଧା ବୁଢୀ ମା । ମୁଣ୍ଡ ନୂଆଁଇ ସବୁ ଶୁଣିଲେ ଆଉ ଚୁପଚାପ ବସିଲେ ସରକାରି ବାବୁ ମାନେ । ବ୍ୟବସ୍ଥାରେ ପୋଷ୍ଟ ମର୍ଟମ କରି ଦେଲେ 70 ବର୍ଷିୟା ବୃଦ୍ଧା ବୁଢୀ ମା । ହଁ ଦର୍ଶକ ବନ୍ଧୁ ତେବେ ବୁଢୀ ମା ଙ୍କ ନାମ ହେଉଛି କନକଲତା ପେନ୍ଥିଆ ।

ସେ ନିଜର ବୟାନରେ କହୁଛନ୍ତି ଯେ “ଯୋଜନାମୂଳକ ବିଷୟରେ ଆମ ମାନଙ୍କୁ ତାଲିମ ଦେଉଛନ୍ତି । ଆପଣ ଯଦି ଆମ ମାନଙ୍କୁ ସହଯୋଗ ନ କରିବେ ଆମେ ଆମେ ଆଗେଇବୁ କେମିତି ? ସରକାର ବିଭିନ୍ନ ସରକାର ଯୋଜନା ତିଆରି କରିଲେ କଣ ହେବ କିଛି ନାହି । ଆଜି ଯାଏଁ ସମିତି ବୈଠକ ନାହି । କୌଣସି ବିଡିଓ କିଛି ବିଷୟରେ କହିବାର ନାହି । କୌଣସି ପଞ୍ଚାୟତ ରେ ପଞ୍ଚାୟତ ବୈଠକ ହେଉ ନାହି ।

ପଞ୍ଚାୟତ ବୈଠକ ରେ ଆମର ଯେତିକି ଯୋଜନା ଚାଲିଛି ଯେତିକି ଅନୁଷ୍ଠାନ ଅଛି କୌଣସି କର୍ମଚାରୀ ଯାଉ ନାହାନ୍ତି” । ବ୍ୟବସ୍ଥା ଭିତରେ କେମିତି ଚାଲିଛି ଅବ୍ୟବସ୍ଥା ତାହା ସରକାରୀଙ୍କୁ ବାବୁ ଙ୍କୁ ବୁଝାଉଛନ୍ତି । ବୟସ ପାଖାପାଖି 70 ବର୍ଷ ହେବ ସିଧା ସିଧା କଥା କହୁଛନ୍ତି ବୃଦ୍ଧା । 1975 ରୁ ରାଜନୀତି ରେ ସକ୍ରିୟ ଅଛନ୍ତି 70 ବର୍ଷୀୟ ବୃଦ୍ଧା କନକଲତା ପେନ୍ଥିଆ ।

ଏହା କୋରାପୁଟ ଜିଲ୍ଲା କୁନ୍ଦରା ବ୍ଲକ କାର୍ଜ୍ୟାଳୟ ରେ ଚାଲିଥିବା ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ର ଦୃଶ୍ୟ । ଏହି ସମୟରେ ଅନେକ ଅଭିଯୋଗକୁ ନେଇ ଆଲୋଚନା ଚାଲିଥିବା ବେଳେ ଅବ୍ୟବସ୍ଥା କୁ ନେଇ ବର୍ଷିଥିଲେ ଜିଲ୍ଲା ପରିଷଦ ସଦସ୍ୟା କନକଲତା ପେନ୍ଥିଆ । ଅନେକ ସମୟରେ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟ ରେ ସରକାରୀ ବାବୁ ତଥା ପଞ୍ଚୟତ ଅଧିକାରୀ ପଞ୍ଚାଯତ ପ୍ରତିନିଧି ଙ୍କ କଥା ଶୁଣୁ ନ ଥିବା ଅଭିଯୋଗ କଇଛନ୍ତି ।

ତାଙ୍କ ରାଜନୈତିକ ଅଭିଜ୍ଞାତା ଓ ସ୍ପଷ୍ଟ କଥା ଉପରେ ତୁନି ପଡି ଯାଇଥିଲେ ଉପସ୍ଥିତ ଶାସକ ଙ୍କ ସମେତ ପଞ୍ଚାୟତର ବିଭିନ୍ନ ଅଧିକାରୀ । ଅନ୍ୟ ପଟେ ବିଭିନ୍ନ ପ୍ରସଙ୍ଗ କୁ ନେଇ କହିବା ସହ ବିଜେଡି କର୍ମୀ ଙ୍କୁ ଠିକା କାମ ଦିଆ ନ ଗଲେ ଆଗକୁ ଆନ୍ଦୋଳନ ପାଇଁ ଦେଇଛନ୍ତି ଚେତାବନୀ । ଆୟୋଜିତ ଅଭିଯୋଗ ଶୁଣାଣୀ ର ଉପସ୍ଥିତ ଥିଲେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଉପଜିଲ୍ଲାପାଳ ବେଦବର ପ୍ରଧାନ ଙ୍କ ସମେତ 30 ସ୍ତରୀୟ ପଞ୍ଚାୟତ ପ୍ରତିନିଧି ମାନେ ।

ଆଉ ଏହି ସମୟରେ ବୁଢୀ ମା ଏହି କଥା କହିବା ପରେ ପଞ୍ଚାୟତ ସ୍ତର ରେ କେମିତି ବ୍ୟବସ୍ଥା ଚାଲିଛି ତାକୁ ନେଇ ପ୍ରଶ୍ନ ବାଛି ସୃଷ୍ଟି ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *