ମଧ୍ୟପ୍ରଦେଶର ଭୋଜପୁର ରେ ମିଳିଲା ହଜାର ବର୍ଷ ପୁରୁଣା ଓଂ ଭ୍ୟାଲି ,ଦେଖି ବୈଜ୍ଞାନିକମାନେ ବି ହାତ ଯୋଡିଲେ

ମଧ୍ୟପ୍ରଦେଶର ରାଜଧାନୀ ଭୋପାଲ ରୁ ପ୍ରାୟ ୩୦ କିଲୋମିଟର ଦୂରରେ ଭୋଜପୁର ନାମକ ଗାଁ ରେ ଏକ ମନ୍ଦିର ଅଛି । ଏହି ମନ୍ଦିର ବେତବା ନଦୀ କୂଳରେ ବିନ୍ଧ୍ୟ ପର୍ବତମାଳା ର ମଧ୍ୟରେ ଏକ ପାହାଡ ଉପରେ ରହିଛି । ଭୋଜେଶ୍ଵର ମନ୍ଦିର ଯାହାକୁ ଭୋଜପୁନ ମନ୍ଦିର ବି କୁହାଯାଏ ଏହି ମନ୍ଦିର ୧୦୦୦ ବର୍ଷ ପୁରୁଣା ଅଟେ ।

କିନ୍ତୁ ହଠାତ ଏହି ମନ୍ଦିରରେ ଅକସ୍ମାତ ନାସାର ବୈଜ୍ଞାନିକମାନଙ୍କର ଭିଡ ହେବା ଆରମ୍ଭ ହୋଇଯାଇଛି । ଏହି ବୈଜ୍ଞାନିକମାନଙ୍କୁ ଏଠାରେ କିଛି ଏମିତି ଦେଖାଯାଇଛି ଯେଉଁଥିପାଇଁ ସେ ଏଠାକୁ ଆସିବା ପାଇଁ ନିଜକୁ ଅଟକାଇ ପାରିଲେ ନାହିଁ । କୁହାଯାଇଛି କି ମୌସୁମୀ ସମୟରେ ଏହି ମନ୍ଦିରର ଯେବେ ଉପଗ୍ରହ ସାହାଯ୍ୟରେ ଫଟୋ ନିଆଯାଇଛି ଏବଂ ତାହାର ବିଶ୍ଳେଷଣ କରି ବୈଜ୍ଞାନିକମାନେ ଯାହା ଦେଖିଲେ ତାହାକୁ ଦେଖି ତାଙ୍କର ଆଖି ଲାଖି ରହିଗଲା ।

ଭୋପାଲ ରେ ୧୦୦୦ବର୍ଷ ପୁରୁଣା ଏକ ଓମଭ୍ୟାଲି ଅଛି । ଯାହା ମୌସୁମୀ ସମୟରେ ନିଜର ପୁରା ଆକାର ଆସିଯାଇଥାଏ । ମୌଷମ ବିଭାଗ ଅନୁସାରେ ୧ ବା ୨ ଦିନରେ ମୌଷମ ରାଜଧାନୀ ଭୋପାଳ କୁ ପୁରା ଭିଜେଇ ଦେଲା । ମୌଷମ ପହଞ୍ଚିବା ପରେ ଏହି ଓମଭ୍ୟାଲି ର ସାନଦାର ପୁରା ଆକାର ବାହାରି ସାମ୍ନାକୁ ଆସିଯାଉଛି । ଏଠାରେ ଥିବା ବୁକ୍ଷ ସମୂହ ବଢିବା ଏବଂ ଜଳାଶୟ ଭରିବା ପରେ ଓମଭ୍ୟାଲି ର ଫଟୋ ସାମ୍ନାକୁ ଆସିଥାଏ ସେଥିରେ ଓମର ଚିତ୍ର ହେଇଥିବାର ଦେଖା ଯାଇଥାଏ ।

ନାସାରୁ ଯେଉଁ ଫଟୋ ନିଆଯାଇଛି ସେଥିରୁ ଏହା ପ୍ରମାଣିତ ହେଉଛି କି ଓମ ମଧ୍ୟରେ ଉପସ୍ଥିତ ଅଛି ପ୍ରାଚୀନ ଭୋଜପୁର ମନ୍ଦିର ଏବଂ ଏହାର ଚୂଡା ରେ ବସିଛି ଭୋପାଳ ସହର । ଏତିକି ନୁହେଁ ବୈଜ୍ଞାନିକମାନେ ଏହି ଫଟୋରୁ ଏହାବି ଠାବ କରିଛନ୍ତି କି ଭୋପାଳ ସହର ପୁରା ସ୍ଵସ୍ତିକ ଆକାରରେ ତିଆରି ହୋଇଛି । କୁହାଯାଇଛି ୨୪ ଦିନ ଭିତରେ ଏହି ଉପଗ୍ରହ ଭୋପାଳ ସହର ଉପରେ ଅତିକ୍ରମ କରୁଥିଲା ଏବଂ ଏହି ଉପଗ୍ରହର ମାଧ୍ୟମରେ ଗହମ ଚାଷ ହେଉଥିବା ବିଲର ଫଟୋ ନିଆଯାଉ ଥିଲା ସେତବେଳେ ଏହି ରହସ୍ୟ ସାମ୍ନାକୁ ଆସିଲା ।

Leave a Reply

Your email address will not be published. Required fields are marked *