କାଳସର୍ପ ଦୋଷ ରୁ ଆପଣଙ୍କୁ ମୁକ୍ତି ଦେବେ ମହାଦେବ, ଏହି ଶିବରାତ୍ରି ରେ କରି ଦିଅନ୍ତୁ ବସ ଏହି ଛୋଟ ଉପାୟ

ବନ୍ଧୁଗଣ, ଶାସ୍ତ୍ର ଏବଂ ଜ୍ଯୋତିଷ ମାନଙ୍କ କହିବା ଅନୁସାରେ ନାଗପଞ୍ଚମୀ ଆଦି ବିଶେଷ ଅବସରରେ ଯଦି ଏହି ଉପାୟ କରାଯାଏ, ତେବେ ଅତ୍ୟଧିକ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ । ଏହି ବର୍ଷ ମାର୍ଚ୍ଚ ୧୧ ତାରିଖ ଗୁରୁବାର ଦିନ ମହାଶିବରାତ୍ରି ପର୍ବ ପାଳିତ ହେବାକୁ ଯାଉଅଛି । ଏହିଦିନ ଆପଣ ଏହି ଉପାୟଟିକୁ କରିଲେ ସେଥିରୁ ଆପଣଙ୍କୁ ବହୁତ ଲାଭ ମିଳିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।

୧- ମହାଶିବରାତ୍ରି ଦିନ ଦୁଗ୍ଧ, ଧଳା ଫୁଲ, ଧଳା କପଡା, ଏବଂ ଧଳା ରଙ୍ଗର ମିଠା କୌଣସି ଏକ ନଦୀରେ ବାହାଇ ଦିଅନ୍ତୁ, ଏହା ସହିତ ପ୍ରଭୁ ସେଷନାଗଙ୍କୁ କାଳସର୍ପ ଦୋଷ ଶାନ୍ତି ନିମନ୍ତେ ପ୍ରାର୍ଥନା କରନ୍ତୁ ।

୨- ମହାଶିବରାତ୍ରି ରେ ସକାଳେ ଅଥବା ପ୍ରାତଃ ସମୟରେ ସ୍ନାନ ସାରି ଚାନ୍ଦି ର ନାଗ ଏବଂ ନାଗୁଣୀ ଙ୍କର ପୂଜା କରନ୍ତୁ ଏବଂ ସେମାନଙ୍କୁ ନେଇ ନଦୀରେ ବାହାଇ ଦିଅନ୍ତୁ ।

୩- ମହାଶିବରାତ୍ରି ଦିନ ଆପଣ ଲଘୁ ରୁଦ୍ର ର ପାଠ କରନ୍ତୁ କିମ୍ବା କୌଣସି ମହାନ ପଣ୍ଡିତ ଦ୍ଵାରା ପାଠ କରାନ୍ତୁ ଏହା ସଂପୂର୍ଣ୍ଣ ବିଧି-ବିଧାନ ସହିତ ହେବା ଆବଶ୍ୟକ ।

୪- ମହାଶିବରାତ୍ରି ଦିନ ସନ୍ଧ୍ୟା ସମୟରେ ପିପଳା ଗଛ ର ପୂଜା କରନ୍ତୁ ଏହା ସହିତ ସେହି ଗଛ ମୂଳରେ ଦୀପକ ଜଳାନ୍ତୁ, ଏବଂ ଏହା ସହିତ ନବନାଗ ସ୍ରୋତ ର ପାଠ କରନ୍ତୁ ।

୫- ମହାଶିବରାତ୍ରି ଦିନ ନିଜ ଗୃହରେ କାଳସର୍ପ ଦୋଷ ନିବାରକ ଯନ୍ତ୍ରର ସ୍ଥାପନ କରନ୍ତୁ ଏବଂ ତାହାକୁ ନୀତିଦିନ ପୂଜା କରନ୍ତୁ ।

୬- ମହାଶିବରାତ୍ରି ଦିନ ସକାଳେ ସ୍ନାନ କାର୍ଯ୍ୟ ସାରି ଶିବ ମନ୍ଦିର ଯାଅନ୍ତୁ ଏବଂ ସେଠାରେ ତମ୍ବା ର ନାଗ ଅର୍ପିତ କରନ୍ତୁ, ଏହା ସହିତ ସେହିଠାରେ ବସି ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରନ୍ତୁ ।

ବନ୍ଧୁଗଣ ମହାଶିବରାତ୍ରି ହିନ୍ଧୁ ଧର୍ମର ପର୍ବମାନଙ୍କ ମଧ୍ୟରୁ ଏକ ମହତ୍ଵପୂର୍ଣ୍ଣ ବଡ ପର୍ବ ଅଟେ । ଶିବରାତ୍ରି ସର୍ବଦା ଫାଲ୍ଗୁନ ମାସର କୃଷ୍ଣ ପକ୍ଷ ର ଚତୁର୍ଦଶୀ ତିଥିରେ ପାଳନ କରାଯାଏ । ବନ୍ଧୁଗଣ ବର୍ତ୍ତମାନ ମନ୍ଦିରରେ ମହାପୁଜା ପାଇଁ ସାଜ ସଜା ଆରମ୍ଭ କରାଗଲାଣି । ଏହା ସହିତ ଶିବ ଭକ୍ତ ମାନେ ମଧ୍ୟ ଏହି ପର୍ବର ବହୁତ ବେଶବରି ରେ ଅପେକ୍ଷା କରିଛନ୍ତି । ଏହିବର୍ଷ ଏହି ପର୍ବଟି ୧୧ ମାର୍ଚ୍ଚ ଗୁରୁବାର ଦିନ ପାଳନ ହେବାକୁ ଯାଉଛି । ଶାସ୍ତ୍ର ଏବଂ ଗ୍ରନ୍ଥ ଅନୁସାରେ ଏହିଦିନ ଭଗବାନ ଶିବ ଏହିଦିନ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ ।

ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା କଣ ହୋଇଥାଏ କାଳସର୍ପ ଦୋଷ ? ଯଦି କୌଣସି ବ୍ଯକ୍ତିର ଜନ୍ମ ସମୟରେ ରାହୁ ଏବଂ କେତୁଙ୍କର ସ୍ଥିତି ଆମନା ସାମନା ଭାବେ ରହିଥାଏ, ଏହି ଦୁହିଜଣ ଗ୍ରହ ୧୮୦ ଡିଗ୍ରୀ ରେ ରହିଥାନ୍ତି । ଯଦି ଅନ୍ୟ ୭ ଟି ଗ୍ରହ ରାହୁ ଏବଂ କେତୁଙ୍କର ଗୋଟେ ତରଫ ରୁହନ୍ତି ଏବଂ ଆର ପଟରେ କୌଣସି ଗ୍ରହ ରହିନଥାନ୍ତି ତେବେ, ଏହି ସ୍ଥିତିକୁ କାଳସର୍ପ ଦୋଷ କୁହାଯାଏ ।

ଏବେ ଆସନ୍ତୁ ଜାଣିବା କାଳସର୍ପ ଯୋଗର ଲକ୍ଷଣ;-

ଏହି ଦୋଷ ଥିବା ଜାତକର ବ୍ୟକ୍ତିଙ୍କୁ ସ୍ଵୋପ୍ନ ରେ ସାପ ଦେଖା ଯିବା, ଅତ୍ୟଧିକ ପରିଶ୍ରମ କରି ମଧ୍ୟ କାର୍ଯ୍ୟରେ ଉଚିତ ଫଳ ଅଥବା ସଫଳତା ନ ମିଳିବା, ସଠିକ ସମୟରେ ସଠିକ ନିର୍ନୟ ନକରି ପାରିବା, କଳହପୂର୍ଣ୍ଣ ପାରିବାରିକ ଜୀବନ ହେବା, ମାନସିକ ତନାବ ରେ ସର୍ବଦା ଗତି କରିବା, ଗୁପ୍ତ ଶତ୍ରୁ ମାନଙ୍କ ରହିବା ସହିତ କାର୍ଯ୍ୟ ରେ ବାଧା-ବିଘ୍ନ ଉପୁଜିବା ।

ଏବେ ଜାଣିବା ଆସନ୍ତୁ ପୂଜା କରିବାର ଶୁଭ ମୂହୁର୍ତ୍ତ;-

ମହାଶିବରାତ୍ରୀ ତ୍ରୟୋଦଶୀ ତିଥି ୧୧ ମାର୍ଚ୍ଚ ଗୁରୁବାର, ଚତୁର୍ଦଶୀ ତିଥି ପ୍ରାରମ୍ଭ ୧୧ ମାର୍ଚ୍ଚ, ଦିପହର ୨ ଘଟିକା ୩୯ ମିନିଟ ରେ ଆରମ୍ଭ ହେବ, ଚତୁର୍ଦଶୀ ତିଥି ସମାପ୍ତ ୧୨ ମାର୍ଚ୍ଚ ଦିପହର ୧୨ ଘଟିକା ୨୩ ମିନିଟ ରେ, ଏହି ସମୟ ପୂଜା କରିବା ପାଇଁ ଉଚିତ ଅଟେ । ବନ୍ଧୁଗଣ ମହାଶିବରାତ୍ରୀ ଦିନ ମହାଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମନ୍ତ୍ରଟିର ଜାପ କରନ୍ତୁ;- “ଓମ ଶିବାୟ ନମଃ, ଓମ ମହାକାଲୟ ନମଃ, ଓମ ଅଙ୍ଗାରସ୍ବୋରାୟ ନମଃ” ।

ଏହା ବ୍ଯତୀତ ବନ୍ଧୁଗଣ ମହାଶିବରାତ୍ରି ରେ ମହାମୃତ୍ୟୁଞ୍ଜୟ ମନ୍ତ୍ରଟିର ଜପ କରିବା ଦ୍ଵାରା ଶାରୀରିକ, ମାନସିକ, ଏବଂ ତାନ୍ତ୍ରିକ ସମସ୍ଯା ଠାରୁ ଦୂରରେ ରହିବେ । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀଟି ଆପଣଙ୍କୁ ଭଲ ଲାଗିଲ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *