ମହାଶିବରାତ୍ରି ରେ କରନ୍ତୁ ଏହି ଶିବଲିଙ୍ଗର ପୂଜା ଏବଂ ପାଆନ୍ତୁ ମନ ଚାହୁଁଥିବା ବରଦାନ

ଭଗବାନ ଶିବ ଜଣେ ଏମିତି ଦେବତା ଅଟନ୍ତି ଯିଏ କି ଗୋଟେ ଢାଳ ଜଳ ଚଢାଇଲେ ହିଁ ନିଜ ଭକ୍ତ ଉପରେ କୃପା ବର୍ଷା କରିବା ଆରମ୍ଭ କରିଦିଅନ୍ତି । କୁହାଯାଏ କି ସୋମବାର ଦିନ ତାଙ୍କର ପୂଜାର ଦିନ ହୋଇଥାଏ । କୁହାଯାଇଛି କି ଯେଉଁ ବ୍ୟକ୍ତି ସୋମବାର ଦିନ ତାଙ୍କର ପୂଜା କରିଥାନ୍ତି, ତାଙ୍କର ସବୁ ଇଚ୍ଛା ପୂର୍ଣ ହୋଇଥାଏ । ଏହା ସହିତ ମହାଶିବରାତ୍ରି ଯାହାକି ଏହି ବର୍ଷ ୨୧ ଫେବୃୟାରୀ ରେ ପଡୁଛି ସେହି ଖାସ ଦିନରେ ବି ତାଙ୍କର ବିଶେଷ ପୂଜା ହୋଇଥାଏ ।

ବାସ୍ତୁ ଅନୁସାରେ ତାଙ୍କର ପାରଦ ଶିବଲିଙ୍ଗ ର ପୂଜାର ବିଶେଷ ମହତ୍ଵ କୁହାଯାଇଛି । ମହାଶିବରାତ୍ରି ର ଖାସ ଦିନରେ ପାରଦ ଶିବଲିଙ୍ଗ ଘରେ ସ୍ଥାପନ କରିବା ଦ୍ଵାରା ବ୍ୟକ୍ତିର ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଶାସ୍ତ୍ର କଥା ଜାଣନ୍ତୁ ଧର୍ମ ସହିତ

ବାସ୍ତୁ ଆନୁସାରେ ଘରେ ବା ଅଫିସରେ ପାରଦ ଶିବଲିଙ୍ଗ ରଖିଲେ ସୁଖ ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

ବାସ୍ତୁ ଆନୁସାରେ ଯଦି ଘରେ ଶିବଲିଙ୍ଗ ଅଛି ତାହେଲେ ସେଥିରେ ପ୍ରତିଦିନ ବେଲପତ୍ର ଅର୍ପଣ କରନ୍ତୁ, ଏହା କଲେ ଘରେ ସକାରାତ୍ମକ ଶକ୍ତି ରହିଥାଏ ଏବଂ ଘରର ବାତାବରଣ ଶୁଦ୍ଧ ହୋଇଥାଏ ।

କୁହାଯାଏ କି ଘରେ ସ୍ଥାପିତ ହୋଇଥିବା ଶିବଲିଙ୍ଗ ଉପରେ ସବୁବେଳେ ଜଳ ଧାରା ରହିବା ଦରକାର । କିନ୍ତୁ ଗୋଟେ କଥାର ଧ୍ୟାନ ରଖିବା ଦରକାର କି ଯଦି ଆପଣ ପାରଦ ଶିବଲିଙ୍ଗର ସ୍ଥାପନା କରିଛନ୍ତି ତାହେଲେ ତାହା ଉପରେ ଜଳଧାରା ରହିବା ଉଚିତ ନୁହେଁ ।

ପାରଦ ଶିବଲିଙ୍ଗର ବିଧି ବିଧାନରେ ପୂଜା କରିବା ଦ୍ଵାରା ଧନ ଲାଭ ହୋଇଥାଏ । ବାସ୍ତୁ ଅନୁସାରେ କୁହାଯାଇଛି କି ଘରେ ଶିବଲିଙ୍ଗର ସ୍ଥାପନ କୌଣସି ବନ୍ଦ ସ୍ଥାନରେ କବିବା ଉଚିତ ନୁହେଁ । ଶିବଲିଙ୍ଗକୁ ଖୋଲା ସ୍ଥାନରେ ରଖିବା ଉଚିତ । ନହେଲେ ତାହାର ଖରାପ ପ୍ରଭାବ ପୁରା ପରିବାର ଉପରେ ପଡିଥାଏ ।

ପାରଦ ଶିବଲିଙ୍ଗକୁ ଘରେ ରଖିଲେ ସବୁ ପ୍ରକାରର ବାସ୍ତୁ ଦୋଷ ଆପେ ଆପେ ହିଁ ଦୂର ହୋଇଯାଇ ଥାଏ ଏବଂ ଏହା ସହିତ ଘରର ବାତାବରଣ ବି ଶୁଦ୍ଧ ହୋଇଥାଏ । ତେବେ ଅପାଣ ମଧ୍ୟ ଏହି ବର୍ଷ ଶିବରାତ୍ରିରେ ଆପଣବି ନିଜ ଘରକୁ ନେଇ ଆସନ୍ତୁ ଏକ ପାରଦର ଶିବଳିଙ୍ଗ ଏବଂ ଦେଖିବେ କେମିତି ହେଁ ଉନ୍ନତି ।

Leave a Reply

Your email address will not be published. Required fields are marked *