ବୁଧଙ୍କର ଓଲଟା ଚାଲରେ ଏହି 4ଟି ରାଶିର ଲୋକଙ୍କ ବାଟରେ ଆସିବ ସମସ୍ୟା- ରୁହନ୍ତୁ ସତର୍କ

ବୁଧ ଗ୍ରହ ୧୭ ଫେବୃଆରୀ ରୁ ୧୦ ମାର୍ଚ୍ଚ ଯାଏ କୁମ୍ଭ ରାଶିରେ ବକ୍ର ଅବସ୍ଥାରେ ରହିବେ । ତାପରେ ସେ ସ୍ଥାନ ବଦଳେଇ ୭ ଅପ୍ରେଲ ରେ ମୀନ ରାଶିକୁ ଚଲିବେ । ଏହିପରି ବୁଧଙ୍କ ସ୍ଥିତି ଲଗାତାର ବଦଳିବ । ବୁଧଙ୍କ ବକ୍ର ଗତି ଚଳନ ହେତୁ ଏହାର ପ୍ରଭାବ ସବୁ ରାଶି ଉପରେ ପଡ଼ିବ । ଆସନ୍ତୁ ଜାଣିବା ଚଂଦ୍ର ରାଶି ଉପରେ ବୁଧଙ୍କ ବକ୍ରଗତିର ପ୍ରଭାବ କଣ ପଡିବ ଓ କେମତି କରିବେ ପ୍ରତିକାର ।

ଆସନ୍ତୁ ଜାଣିବା ବୁଦ୍ଧଙ୍କ ପ୍ରଭାବ-

ମେଷ-

ଆର୍ଥିକ କ୍ଷେତ୍ରରେ ସଫଳତାର ସମ୍ଭାବନା ରହିଛି । ଶଶୁରଘର ତରଫରୁ କିଛି ଉପହାର ମିଳିବ । ଯାନବାହାନ ସାବଧାନ ରେ ଚଳାନ୍ତୁ ।

ବୃଷ-

ବେପାରରେ ଉନ୍ନତି ହେବ । ଆପଣଙ୍କ କାମରେ ପ୍ରଶଂସା ହେବ । ହେଲେ ଖର୍ଚ୍ଚ ବଢିପାରେ । ଶରୀରର ଧ୍ୟାନ ରଖନ୍ତୁ ଓ ପାରିବାରିକ ଖୁସି ମିଳିବ ।

ମିଥୁନ-

ଯାତ୍ରା ଯୋଗ ରହିଛି । ମାନସମ୍ମାନ ବଢିବ । ଭାଗ୍ୟ ଆପଣଙ୍କ ସହିତ ରହିବ ।

କର୍କଟ-

ବୁଝି ବିଚାରି ଲୋକଙ୍କ ସହ ସମ୍ପର୍କ କରନ୍ତୁ । ଖର୍ଚ୍ଚ ବଢିବ । ଯାନବାହାନ ସାବଧାନରେ ଚଳାନ୍ତୁ । କାଗଜପତ୍ର କାମରେ କାହାକୁ ବେଶୀ ବିଶ୍ବାସ କରନ୍ତୁନି ।

ସିଂହ-

କର୍ମକ୍ଷେତ୍ରରେ ଉନ୍ନତି ମିଳିବ । ନୂଆ ଯାନବାହାନ ଓ ଅଚଳ ସମ୍ପତ୍ତି କିଣିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କନ୍ୟା-

ଜୀବନ ପଥରେ ସମସ୍ୟା ଦେଖାଦେବ । ଶରୀରର ଧ୍ୟାନ ରଖନ୍ତୁ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ପରେ ସଫଳତା ମିଳିବାର ସମ୍ଭାବନା ରହିଛି ।

ତୁଳା-

ନିଜ ସନ୍ତାନଙ୍କ ପାଇଁ ଚିନ୍ତାରେ ରହିବେ । ବେପାର ଓ କର୍ମରେ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିପାରେ । ଇଛାର ବିପରୀତ ରାସ୍ତା ରେ ଯିବାକୁ ହେବ । ନିଜ କଥାବାର୍ତା ରେ ସଂଯମତା ରଖନ୍ତୁ ।

ବିଛା-

କର୍ମକ୍ଷେତ୍ରରେ ଚିନ୍ତା ଲାଗିରହିବ । ବାହନ ଖରାପ ହେଇପାରେ ଓ ଖର୍ଚ୍ଚ ବଢିପାରେ । ସୁଖ କମ ହେଇପାରେ ।

ଧନୁ-

ସାହସ ବଢିବ । ଛୋଟ ଭାଇଭଉଣୀଙ୍କ ସହଯୋଗ ମିଳିବ । ପରିଶ୍ରମ କଲେ ତା ଉପଯୁକ୍ତ ଅନୁସାରେ ଫଳ ମିଳିବ । ବିଦ୍ୟାର୍ଥୀଙ୍କୁ ପରୀକ୍ଷାରେ ସଫଳତା ମିଳିବ ।

ମକର-

ଶରୀର ଉପରେ ବିପରୀତ ପ୍ରଭାବ ପଡ଼ିବ । କଥାବାର୍ତା ରେ ସଂଯମତା ରଖନ୍ତୁ । ଧନ ହାନି ହେଇପାରେ ।

କୁମ୍ଭ –

ବୈବାହିକ ଜୀବନରେ ଅଶାନ୍ତି ଲାଗିରହିବ । ସନ୍ତାନଙ୍କ ପାଇଁ ଚିନ୍ତାରେ ରହିବେ । ଶରୀରର ଧ୍ୟାନ ରଖନ୍ତୁ । ସ୍ବାସ୍ଥ୍ୟ ଖରାପ ହେଇପାରେ ।

ମୀନ-

ଧନ ଲାଭର ସମ୍ଭାବନା ରହିଛି । ହଟାତ ଯାତ୍ରା ଯୋଗ ରହିଛି । ଶରୀରର ଧ୍ୟାନ ରଖନ୍ତୁ । ଚାକିରି କ୍ଷେତ୍ରରେ ପରିବର୍ତ୍ତନ ଆସିପାରେ ।

Leave a Reply

Your email address will not be published. Required fields are marked *