ଭୂଜଙ୍ଗାସନ ର ଉପକାରିତା- ଭୁଜଙ୍ଗାସନ କରିବାର ସଠିକ ଉପାୟ ଓ ଏହାର ଫାଇଦା ଜାଣନ୍ତୁ

ଯୋଗ କରିବାର ବହୁତ ପ୍ରକାର ଆସନ ରହିଛି ହେଲେ ଆଜି ଆମେ ଆପଣଙ୍କୁ ଭୂଜଙ୍ଗାସନ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୁଏ ଓ ଚିନ୍ତାରୁ ମୁକ୍ତି ମିଳେ । ଯୋଗ କରିବା ଦ୍ଵାରା କେବଳ ଶରୀର ନୁହେଁ ମନ ବି ସୁସ୍ଥ ରହିଥାଏ । ଯଦି ଆପଣ ତନ ମନରେ ସୁସ୍ଥ ରହିବାକୁ ଚାହାଁନ୍ତି ତ ଯୋଗ ଅଭ୍ୟାସ କରନ୍ତୁ । ଯୋଗ ର ବହୁତ ପ୍ରକାର ଆସନ ରହିଛି ହେଲେ ଆଜି ଆମେ ଆପଣଙ୍କୁ ଭୂଜଙ୍ଗାସନ ବିଷୟରେ ଜଣେଇବୁ ।

ଯାହା ପାଚନ ତନ୍ତ୍ର ମଜବୁତ କରି ଚାପରୁ ମୁକ୍ତି ଦିଏ ।

ଭୂଜଙ୍ଗାସନ-

ଏହା ଦୁଇଟି ଶବ୍ଦ ଭୂଜଙ୍ଗ ଓ ଆସନ ମିଶିକି ହୋଇଚି । ଈଂଲିଶରେ ଏହାକୁ କୋବ୍ରା ପୋଜ କୁହନ୍ତି । ଏଥିରେ ସାପପରି ନିଜ ଶରୀରର ଗଣ୍ଡିକୁ ଆଗକୁ ଉଠେଇକି ରଖିବାକୁ ହେଇଥାଏ ।

 

କିପରି କରିବେ

ସୂର୍ଯ୍ୟଙ୍କ ଦିଗକୁ ମୁଁହ କରି ପେଟ ତଳକୁ କରି ଶୋଇପଡନ୍ତୁ । ତାପରେ ହାତ ତଳକୁ ଭାରା ଦେଇ ଧୀରେ ଧୀରେ ଶରୀରର ଅଗ୍ର ଭାଗ ବା ଗଣ୍ଡିକୁ ସାପ ପରି ଉପରକୁ ଉଠାନ୍ତୁ । ୧୦ ମିନିଟ ଯାଏ ଏଇ ମୁଦ୍ରାରେ ରହି ପୁଣି ବାସ୍ତବିକ ଅବସ୍ଥାକୁ ଫେରିଆସନ୍ତୁ ।

ଏହାର ଉପକାରିତା

ମେରୁଦଣ୍ଡ ମଜବୁତ ରଖିଥାଏ

ଏହି ଯୋଗ କଲେ ମେରୁଦଣ୍ଡ , ବାହୁ, ଅଣ୍ଟା ଉପରେ ଚାପ ପଡେ ତେଣୁ ମେରୁଦଣ୍ଡ ମଜବୁତ ହୋଇଥାଏ । ତା ସହିତ ହାତ ଓ ଅଣ୍ଟାକୁ ବଳ ମିଳିଥାଏ ।

ଚିନ୍ତା ବା ଚାପରୁ ମୁକ୍ତି ମିଳେ

ଯଦି ଆପଣଙ୍କର ଚିନ୍ତାର ସମସ୍ୟା ଥାଏ,ଭୂଜଙ୍ଗାସନ ଆପଣଙ୍କ ପାଇଁ ସବୁଠୁ ଭଲ ଯୋଗ । ଏହାକୁ କରିବା ଦ୍ଵାରା ଚିନ୍ତା ବା ଚାପରୁ ମୁକ୍ତି ମିଳିବ ଓ ରାତିରେ ଭଲ ନିଦ ହେବ ।

ପାଚନ ତନ୍ତ୍ର ମଜବୁତ ହୁଏ

ଏହି ଯୋଗ କଲେ ପେଟ ଉପରେ ଅଧିକ ବଳ ପଡ଼ିଥାଏ । ଏଥିରେ ପାଚନ ତନ୍ତ୍ର ବହୁତ ମଜବୁତ ହୋଇଥାଏ । ଯଦି ଆପଣଙ୍କର ପେଟ ସମ୍ବନ୍ଧୀୟ କିଛି ସମସ୍ୟା ଥାଏ ସବୁଦିନ ଭୂଜଙ୍ଗାସନ କରନ୍ତୁ ।

Leave a Reply

Your email address will not be published. Required fields are marked *