ଆଧାର କୁ ଭୋଟର ଆଇଡି ସହିତ ଯୋଡିବା ପାଇଁ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ରୀୟ ନିୟମ ମନ୍ତ୍ରାଳୟ ଙ୍କ ବୈଠକ

ଆଧାର କାର୍ଡକୁ ମତଦାନ ପରିଚୟ ପତ୍ର ସହିତ ଯୋଡିବା ପାଇଁ ମଙ୍ଗଳବାର ଦିନ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ରୀୟ ନିୟମ ମନ୍ତ୍ରାଳୟଙ୍କ ଭିତରେ ଏକ ମହତ୍ଵପୂର୍ଣ୍ଣ ବୈଠକ ହେବ । ଏହି ବୈଠକ ସକାଳ ୧୧.୩୦ଟା ବେଳେ ନିର୍ବାଚନ ଆୟୋଗ ଙ୍କ କାର୍ଯ୍ୟଳୟ ରେ ହେବ । ବରିଷ୍ଠ ଅଧିକାରୀ ବୈଠକ କରିବେ । ନିର୍ବାଚନ ଆୟୋଗ ନକଲି ଭୋଟର କାର୍ଡର ସମସ୍ୟାର ସମାଧାନ ବାହାର କରିବା ପାଇଁ ଏହି ଉପାୟ ବାହାର କରିଛନ୍ତି ।

ଯାହା ହେଉଛି କି ଭୋଟର ଆଇଡି କାର୍ଡ କୁ ଆଧାର କାର୍ଡ ସହିତ ଯୋଡିବା, ଏଥିପାଇଁ ସେ  ପ୍ରଥମରୁ ହିଁ ଆଇନ ମନ୍ତ୍ରାଳୟଙ୍କୁ ଚିଠି ଲେଖି ସାରିଛନ୍ତି ।

ନିର୍ବାଚନ ଆୟୋଗ ଆଇନ ମନ୍ତ୍ରାଳୟ ଙ୍କୁ ଅଗଷ୍ଟ ୨୦୧୯ରେ ଏହି ପ୍ରସ୍ତାବ ପଠାଇ ଥିଲେ । ପ୍ରସ୍ତାବ ପଠାଇବା ସମୟରେ ନିର୍ବାଚ ଆୟୋଗ କହିଥିଲେ କି ୧୨ ନେଭେମ୍ବର କୁ ଆଧାର କାର୍ଡ ଏବଂ ଭୋଟର ଆଇଡି କାର୍ଡ କୁ ଲିଙ୍କ କରିବା ପାଇଁ ତାଙ୍କୁ କାନୁନୁ ଅଧିକାର ଦରକାର ।

ନକଲି ଭୋଟର ଉପରେ ଲଗାମ ଲଗାଇବା ର କୋଶିଶ

ନିର୍ବାଚନ ଆୟୋଗ କହିଥିଲେ କି ଏମିତି କରିବା ଦ୍ଵାରା ନକଲି ଭୋଟର ଉପରେ ଲଗାମ ଲଗାଯାଇ ପାରିବ । ଏହି କାରଣ ପାଇଁ ସବୁ ପୁରୁଣା ଏବଂ ନୂଆ ଭୋଟର କାର୍ଡରେ ନିଜ ଆଧାର କାର୍ଡ ନମ୍ବର ଦେବାକୁ ହେବ । ସେତବେଳେ ଏହା ସ୍ପଷ୍ଟ କରିଦିଆ ଯାଇଥିଲା କି ଯଦି କିଏ ଏମିତି କରିନଥାଏ ତାହେଲେ ତାର ନାମ ଭୋଟର ଲିଷ୍ଟରେ ହଟାଇ ଦିଆଯିବ ନାହିଁ । ଏହା ସହିତ ତାକୁ ଲିଷ୍ଟରେ ସାମିଲ ହେବାକୁ ବନ୍ଦ ବି କରାଯିବ ନାହିଁ ।

ରବିଶଙ୍କର ପ୍ରସାଦ କହିଛନ୍ତି ଏହି କଥା

କେନ୍ଦ୍ରୀୟ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ କି ଏହି କାର୍ଡ କୁ ନକଲି ,ଚୋରି ଏବଂ କପି କରିବା ପାଇଁ ନିର୍ବାଚନ ଆୟୋଗ ସବୁ ଜରୁରି କଦମ ଉଠାଇବ । ଏମିତି କଲେ ନକଲି ଭୋଟର କାର୍ଡରେ ଲଗାମ ଲଗାଯାଇ ପାରିବ । ଦେଶର ବିଭିନ୍ନ ରାଜନୀତି ପାର୍ଟିଗୁଡିକ ବି ଅଗଷ୍ଟରେ ହେଇଥିବା ବୈଠକରେ ଆଧାର ସହିତ ଭୋଟର କାର୍ଡ ଲିଙ୍କ କରିବା ପାଇଁ ସହମତ ହୋଇଥିଲେ ।

କୋର୍ଟର ଶୁଣାଣି ପରେ ଲଗାଇବାକୁ ପଡିଥିଲା ରୋକ

ଏବେ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ୩୮କରୋଡ ଲୋକଙ୍କର ଭୋଟର ଆଇଡି କାର୍ଡକୁ ଆଧାର ନମ୍ବର ସହିତ ଲିଙ୍କ କରି ସାରିଛନ୍ତି । ୨୦୧୫ ଫେବୃୟାରୀ ରେ ଏହି ନିୟମ ଆରମ୍ଭ ହୋଇଥିଲା ,ପରେ ନିର୍ବାଚନ ଆୟୋଗ ଙ୍କୁ ଏହି ନିୟମ ଉପରେ ରୋକ ଲଗାଇବାକୁ ପଡିଥିଲା । ସେତବେଳେ ସୁପ୍ରିମକୋର୍ଟ ଫାଇସାଲା ଶୁଣାଇ ଥିଲେ ଆଧାର କାର୍ଡର ବ୍ୟବହାର କେବଳ ଏଲପିଯି ,କିରୋସିନ ଏବଂ ରାସନ ନେବା ପାଇଁ ମଞ୍ଜୁରୀ ଦେଇଥିଲେ ।

Leave a Reply

Your email address will not be published. Required fields are marked *