ଅମିତାଭ ବଚ୍ଚନ ଗୋଟେ ପ୍ରଶ୍ନ ପଚାରିବାରୁ, ଅଭିଷେକ କହିଥିଲେ ଆରାଧ୍ୟାଙ୍କୁ ପଚାରିବା ପାଇଁ

ଅମିତାଭ ବଚ୍ଚନ ଏମିତି ଜଣେ ଅଭିନେତା ଯିଏ ମାଇକ୍ରୋ ବ୍ଲଗିଂଗ ୱେବସାଇଟ ଟୁଇଟର ରେ ବହୁତ ସକ୍ରିୟ ରହିଛନ୍ତି । ସେ କେବଳ ନିଜର ଆଗକୁ ଆସୁଥିବା ପ୍ରୋଜେକ୍ଟ ବିଷୟରେ ଫ୍ୟାନଙ୍କୁ ଜଣାନ୍ତି ନି, ତା ସହିତ ମଜାଦାର ପୋଷ୍ଟବି କରନ୍ତି ।ସେ ଏମିତି ଏକ ଟ୍ଵିଟ କରିଛନ୍ତି, ତାହା ଫ୍ୟାନଙ୍କ ସହ ବଲିଉଡ ଷ୍ଟାରଙ୍କୁ ବି ଆକର୍ଷିତ କରିଛି । ସେ ଏକ ପଜଲ ବା ବୁଦ୍ଧି ପରୀକ୍ଷା ପ୍ରଶ୍ନ ସେୟାର କରିଛନ୍ତି ।

ଯେଉଁଥିରେ ପରିଣିତି ଚୋପ୍ରା, ମାନୁସି ଛିଲର ଓ ଅଭିଷେକ ବଚ୍ଚନ ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ବିଗ ବି ଙ୍କ ପୋଷ୍ଟ

ଅମିତାଭ ବଚ୍ଚନ ପ୍ରଶ୍ନଟିରେ ପଚାରିଛନ୍ତି କି,I am the beginning of everything,the end of everywhere.i am the beginning of eternity,the end of time & space. what I am ?

ଅଭିଷେକ ଦେଇଥିଲେ ଉତ୍ତର

ସେ ଟ୍ଵିଟ ରେ ମଜା ସହିତ ଲେଖିଛନ୍ତି କି ଏହାର ଉତ୍ତର ସେ ତାଙ୍କ ନାତୁଣୀ ଆରାଧ୍ୟାଙ୍କ ଠୁ ବୁଝନ୍ତୁ । ପୂର୍ବ ମିସ ୱର୍ଲ୍ଡ ମାନୁସି ଛିଲର ଲେଖିଛନ୍ତି , ଏହିପରି ପଜଲ୍ ମତେ ବହୁତ ରୋମାଞ୍ଚିତ କରିଥାଏ । କିନ୍ତୁ ସେ ଉତ୍ତର ଦେଇନଥିଲେ । ଅଭିନେତ୍ରୀ ପରିଣିତି ଚୋପ୍ରା ଉତ୍ତରରେ ‘E’ ବୋଲି କହି ଲେଖିଛନ୍ତି ଯେ ତାଙ୍କୁ ପଜଲ ବହୁତ ପସନ୍ଦ ।

ଅମିତାଭ ଦେଇଥିଲେ ଉତ୍ତର

ସେ ଜଣେ ଫ୍ୟାନଙ୍କୁ ଏ ଟ୍ଵିଟ ସେୟାର କରି  ପଜଲ୍ ର ଉତ୍ତର ବି ଦେଇଥିଲେ । ଏହାର ଉତ୍ତର ଇଂଲିଶ ଅକ୍ଷର E । ସେ ରିଟ୍ଵିଟ କରି କହିଛନ୍ତି ସାବାସ , ଠିକ ଉତ୍ତର,ପରିଣିତି ବି ଠିକ ଉତ୍ତର ଦେଇଥିଲେ ।

ଆଗକୁ ଅମିତାଭ ଏହି ଫିଲ୍ମ ଗୁଲାବୋ ସିତାବୋ, ଝୁଣ୍ଡ ,ଚେହେରେ, ବ୍ରହ୍ମାସ୍ତ୍ର ରେ ଦେଖିବାକୁ ମିଳିବେ ।ଏହି ଗୁଲାବୋ ସିତାବୋ ଫିଲ୍ମ ଅପ୍ରେଲ ରେ ରିଲିଜ ହେବ । ଏଥିରେ ସୁଜିତ ସରକାର ଡିରେକ୍ଟର ଅଛନ୍ତି । ତାପରେ ଝୁଣ୍ଡ ରିଲିଜ ହେବ ।ଅମିତାଭ ଓ ଇମ୍ରାନ ହାସ୍ମିଙ୍କ ଫିଲ୍ମ ଚେହେରେ ଜୁଲାଇରେ ରିଲିଜ ହେବ । ଏହା ଆଗରୁ ସେ ୨୦୧୯ ରେ ବଦଲା ଫିଲ୍ମ ରେ ତାପଶୀ ପନୁଙ୍କ ସହ ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *