ବୃଦ୍ଧାମାନଙ୍କ ପାଇଁ ଖୁସି ଖବର, ଏକା ରହୁଥିବା ବୃଦ୍ଧାଙ୍କ ସେବା ଏବେ ସରକାର କରିବେ

ଏମିତ ବୃଦ୍ଧା ଯିଏ ଘରେ ଏକା ରହୁଛନ୍ତି ଏବଂ ତାଙ୍କ ଦେଖାଶୁଣା କରିବା ପାଇଁ କେହି ନାହାଁନ୍ତି ,ସେମାନଙ୍କର ସେବା ସରକାର କରିବେ । ଏଥିପାଇଁ ଅଶାସକୀୟ ସଂଗଠନ ଠାରୁ ସାହାଯ୍ୟ ନିଆଯିବ । କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରାଳୟ ଏହି ନୂଆ ଯୋଜନା ଉପରେ କାମ କରୁଛନ୍ତି । ମନ୍ତ୍ରାଳୟ ଦ୍ଵାରା ନିର୍ଧାରିତ କରାଯାଇ ଥିବା ମାତା ପିତା ଏବଂ ବରିଷ୍ଠ ନାଗରିକଙ୍କର ରକ୍ଷଣବୀକ୍ଷଣ ଏବଂ କଲ୍ୟାଣ ବିଧାୟକ ୨୦୧୯ ରେ ବି ଏହାର ନିୟମ କରାଯାଇ ଥିଲା।

ସାମାଜିକ ନ୍ୟାୟ ଏବଂ ଅଧିକାରୀ ମନ୍ତ୍ରାଳୟ ର ଏକ ବରିଷ୍ଠ ଅଧିକାରୀ ‘ହିନ୍ଦୁସ୍ଥାନ’ ସହିତ କଥାବାର୍ତା ରେ କହିଲେ କି ଦେଶରେ ବୃଦ୍ଧାମାନଙ୍କର ବହୁତ ସଂଖ୍ୟା ଏମିତି କି ଯିଏ ଘରେ ଏକା ରହୁଛନ୍ତି ।

ଏଥିମଧ୍ୟରୁ କାହାର ପିଲା ବାହାରେ ରୁହନ୍ତି ଏବଂ ଆଉ କେତେଙ୍କର ପିଲା ତାଙ୍କୁ ନିଜ ଅବସ୍ଥାରେ ଛାଡି ଦେଉଛନ୍ତି । ଏମିତି ବୃଦ୍ଧାମାନଙ୍କର ସବୁଠାରୁ ବଡ ସମସ୍ୟା ପ୍ରତିଦିନ କାମ କରିବାରେ ହୋଇଥାଏ । ଏଥିରେ ବଜାରରୁ ଜିନିଷ ଆଣିବା ,ଔଷଧ ଆଣିବା ଏବଂ ଘରର କାମ କରିବା ଆଦି ପ୍ରମୁଖ ଅଟେ ।

ଏହି ସମସ୍ୟା କୁ ଦୂର କରିବା ପାଇଁ ମନ୍ତ୍ରାଳୟ ଏକ ନୂଆ ଯୋଜନା ଉପରେ କାମ କରୁଛନ୍ତି । ଏହାକୁ ଅଶାସକୀୟ ସଂଗଠନର ସହାୟତା ଦ୍ଵାରା କରାଯିବ । ଏଥିରେ ଅଶାସକୀୟ ସଂଗଠନର ଲୋକ ଘର ଘର ଯାଇ ଏମିତି ବୃଦ୍ଧାମାନଙ୍କର ଜରୁରତ କୁ ପୁରା କରିବେ ଏବଂ ତାଙ୍କ ସୁଖ ସୁବିଧାର ଧ୍ୟାନ ରଖିବେ ।

ଅଧିକାରି କହିଛନ୍ତି କି ଏହି ଯୋଜନା ମୁତାବିକ ଏବେ କାର୍ଯ୍ୟ ଚାଲିଛି । ମନ୍ତ୍ରାଳୟ ଦ୍ଵାରା ନିର୍ଧାରିତ କରାଯାଇଥିବା ମାତା ପିତା ଏବଂ ବରିଷ୍ଠ ନାଗରିକ ମାନଙ୍କର ରକ୍ଷଣବେକ୍ଷଣ ଏବଂ ସଂଶୋଧନ ବିଧାୟକ ,୨୦୧୯ ରେ ବି ଏହି ଯୋଜନାକୁ ସ୍ଥାନ ଦିଆ ଯାଉଛି । ମନ୍ତ୍ରାଳୟ ଏହି ଯୋଜନା କୁ ନେଇ ଯେତେ ବି ଉସାହିତ ଥିଲେ ,କିନ୍ତୁ ସୂଚନା ମୁତାବିକ ଏହା ସଠିକ ରୂପେ କାର୍ଯ୍ୟକାରୀ ହୋଇନାହିଁ । ବୃଦ୍ଧାମାନଙ୍କର ନିୟମ ଉପରେ କାମ କରୁଥିବା ଅଶାସକୀୟ ସଂଗଠନ ଏଜ ବେଲ ଫାଉଣ୍ଡେସନ ର ସଂସ୍ଥାପକ ହିମାଂଶୁ ରଥ କହିଛନ୍ତି କି ଜମି ଉପୋଯୋଗିତା କୁ ଧ୍ୟାନରେ ନ ରଖି ତିଆରି ହେଉଥିବା ଏମିତି କୌଣସି ବି ଲୋକଙ୍କୁ ଆକୃଷ୍ଟ କରିବାର ଯୋଜନା କେବେବି ସଫଳ ହୋଇପାରିବ ନାହିଁ ।

Leave a Reply

Your email address will not be published. Required fields are marked *