Special Story: 5000 ପିଲାଙ୍କର କରିଥିଲେ ଡେଲିଭରି, କିନ୍ତୁ ନିଯ ବେଳକୁ ବୁଜି ଦେଲେ ଆଖି…. ସମ୍ପୁର୍ଣ୍ଣ ଘଟଣା ଜାଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଯେତେବେଳେ ଗୋଟିଏ ଶିଶୁ ମେଡିକାଲରେ ଜନ୍ମ ହୋଇଥାଏ ତେବେ ଡାକ୍ତରମାନଙ୍କ ଅପେକ୍ଷା ମେଡିକାଲରେ ଥିବା ନର୍ସମାନେ ନବଜାତ ଶିଶୁଙ୍କର ଅଧିକ ଧ୍ୟାନ ସହ ସେମାନଙ୍କର ସେବା କରିଥାନ୍ତି । ସେଥିପାଇଁ ଆମ ସମାଜରେ ନର୍ସ ମାନଙ୍କୁ ବହୁତ ସମ୍ମାନ ଦିଆଯାଏ । କିନ୍ତୁ ବର୍ତ୍ତମାନ ମହାରାଷ୍ଟ୍ର ଜଣେ ନର୍ସ ଜ୍ୟୋତି ଗଭଲୀଙ୍କୁ ନେଇ ବର୍ତ୍ତମାନ ପୁରା ଦେଶରେ ଚର୍ଚା ହେଉଛି । କୁହାଯାଉଛି କି ସେ ନିଜର ନର୍ସର ଚାକିରି ସମୟରେ ପାଖାପାଖି ୫୦୦୦ରୁ ବି ଅଧିକ ଶିଶୁକୁ ଜନ୍ମ କରିବାରେ ସାହାର୍ଯ୍ୟ କରିଛନ୍ତି ।

ସେ ଯେଉଁ ଶିଶୁକୁ ଜନ୍ମ କରାନ୍ତି ସେହି ଶିଶୁମାନେ ବହୁତ ସୁରକ୍ଷିତ ଓ ସୁସ୍ଥ ସବଳ ହୋଇଥାନ୍ତି । ଏତିକି ନୁହେଁ ଅଭିଭାବକମାନ ବି ଏହି ନର୍ସଙ୍କ ହାତରେ ତାଙ୍କର ଶିଶୁଙ୍କୁ ଜନ୍ମ କରିବା ପାଇଁ ବାଧ୍ୟ କରିଥାନ୍ତି ।

କିନ୍ତୁ ସବୁଠୁ ଦୁଃଖର କଥା ଏହା ଅଟେ କି ଏତେ ସଂଖ୍ୟାରେ ଡେଲିଭରି କରିବାରେ ସାହାର୍ଯ୍ୟ କରିଥିବା ନର୍ସ ଜଣକ ନିଜର ଡେଲିଭରି ସମୟରେ ଆଖି ବୁଜି ଦେଲେ । ମହରାଷ୍ଟ୍ର ଜିଲ୍ଲା ହିଙ୍ଗୋଲି ଜିଲ୍ଲାର ଏକ ସରକାରୀ ମେଡିକାଲରୁ ଏହିଭଳି ଘଟଣା ସାମ୍ନାକୁ ଆସିଛି । ସବୁଠୁ ବଡ କଥା ହେଉଛି କି ମେଡିକାଲର ସବୁ କର୍ମଚାରୀମାନେ ତାଙ୍କର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଜ୍ୟୋତି ଗଭଲୀଙ୍କ ମୃତ୍ୟୁ ପରେ ହସ୍ପିଟାଲର କର୍ମଚାରୀମାନେ କହିଛନ୍ତି କି ଜ୍ୟୋତି ଜଣେ ଭଲ ନର୍ସ ଥିଲେ ଓ ସେ ସମସ୍ତଙ୍କୁ ଭଲ ପାଉଥିଲେ ।

ସେ ଏହି ହସ୍ପିଟାଲକୁ ଆସୁଥିବା ସମସ୍ତଙ୍କର ମନ ଜିତି ନେଉଥିଲେ । ସ୍ଥିତି ଏମିତି ହୋଇଯାଉଥିଲା କି କିଛି ଅଭିଭାବକମାନେ ଜ୍ୟୋତିଙ୍କ ହାତରେ ନିଜର ସନ୍ତାନକୁ ଜନ୍ମ ଦେବା ପାଇଁ ବାଧ୍ୟ କରୁଥିଲେ । ସେଥିପାଇଁ ବେଳେ ବେଳେ ଏମିତି ପରିସ୍ଥିତି ହୋଇଯାଏ କି ଜ୍ୟୋତି ବାଧ୍ୟ ହୋଇ ନିଜ ଡ୍ୟୁଟି ଶେଷ ହେବା ସତ୍ବେ ବି ମେଡିକାଲରେ ରହି ଯାଆନ୍ତି । କହିଦେଉଛୁ କି ଜ୍ୟୋତି ନିଜର ଡେଲିଭରି ପାଇଁ ଗତ ୨ ତାରିଖ ଦିନ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ବି ଜନ୍ମ ହୋଇଥିଲା ।

କିନ୍ତୁ ପିଲା ଜନ୍ମ ହେବା ପରେ ଅଚାନକ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା । ଡାକ୍ତରଙ୍କ କହିବା ଅନୁଯାୟୀ ଡେଲିଭରି ହେବା ପରେ ଜ୍ୟୋତିଙ୍କ ରକ୍ତ ବୋହିବା ବନ୍ଦ ହେଲା ନାହିଁ । ଯେଉଁ କାରଣରୁ ତାଙ୍କୁ ଅନ୍ୟ ଏକ ପ୍ରାଇବେଟ ହସ୍ପିଟାଲକୁ ନିଆଗଲା । କିନ୍ତୁ ସେହି ହସ୍ପିଟାଲ ତାଙ୍କୁ ବଞ୍ଚାଇବାରେ ସକ୍ଷମ ହେଲେ ନାହିଁ ଓ ସେ ସବୁଦିନ ପାଇଁ ଆଖି ବୁଜି ଦେଲେ । ବର୍ତ୍ତମାନ ଜ୍ୟୋତିଙ୍କ ବିଷୟରେ ଜାଣିବା ପରେ କେବଳ ମହାରାଷ୍ଟ୍ରରେ ନୁହେଁ ପୁରା ଦେଶରେ ତାଙ୍କର ପ୍ରଶଂସା କରାଯାଉଛି ।

Leave a Reply

Your email address will not be published. Required fields are marked *