ମହିଳା ମାନେ ମୁଣ୍ଡରେ ଓଢଣି ଦେବା କାହିଁକି ଜରୁରୀ ହୋଇଥାଏ ? Ajira Anucihnta

ବନ୍ଧୁଗଣ ଆମ ଭାରତୀୟ ସଂସ୍କୃତିରେ ପୁରୁଷ ମାନଙ୍କ ପାଇଁ ଯେମିତି ସଭ୍ୟ ଆଚରଣ ପାଇଁ ନିୟମ ରହିଛି ଠିକ ସେମିତି ମହିଳା ମାନଙ୍କ ପାଇଁ କିଛି ନିୟମ ରଖା ଅଯାଇଛି । ଯାହା ତାଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ । ଯେଉଁ ଘରର ମୁଖୁ ମହିଳା ଆଚରଣ କରିଥାନ୍ତି ଠିକ ସେମିତି ତାଙ୍କର ଆଗାମୀ ପିଢୀ ସେମିତି ଆଚରଣ କରିଥାନ୍ତି । ମହିଳା ମାନଙ୍କର ଆଚରଣ ଦ୍ଵାରା ଜଣା ପଡିଥାଏ ଘରର ଉନ୍ନତି କି ଅବନ୍ନତି ହେବ ।

ଜଣେ ମହିଳା ଚାହିଁଲେ ଘରକୁ ସ୍ଵର୍ଗ ବା ନର୍କ କରିପାରେ । ଆଜି ଆମେ ଆପଣ ଅମାନଙ୍କୁ ମହିଳା ମାନେ ମୁଣ୍ଡରେ କାହିଁକି ଓଢଣି ଦେଇଥାନ୍ତି ସେହି ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ । ଶାସ୍ତ୍ର ଅନୁସାରେ ମହିଳା ମାନେ ମୁଣ୍ଡରେ ଓଢଣି ଦେବା ଉଚିତ । ଏହାର କାରଣ ହେଉଛି ଆମ ମୁଣ୍ଡରେ ଗୋଟିଏ ଚକ୍ର ରହିଥାଏ ଯାହା ପ୍ରତେକ କଥାକୁ ବିଚାର କରିଥାଏ ।

କିନ୍ତୁ ମୁଣ୍ଡରେ ଓଢଣି ଦେବା ଦ୍ଵାରା ଆମ ଶରୀରର ଚକ୍ର ସହ ମୁଣ୍ଡର ଚକ୍ର ଏକାଠି ହୋଇ ଗୋଟିଏ ଧ୍ୟାନ କରିଥାଏ । ଯାହା ଦ୍ଵାରା ମଣିଷର ମନ ଶାନ୍ତ ରହିବା ସହ ମଣିଷ ନିଜ ମନ କଥା ଭଗବାନଙ୍କ ନିକଟରେ ଜଣାଇ ପାରିଥାଏ । ତେବେ ଏହା ଦ୍ଵାରା ଆମ ମନରେ କିଛି ଖରାପ ବିଚାର ମଧ୍ୟ ଆସେ ନାହି । ଆମ ଶରୀରରେ ସାକାରାତ୍ମକ ବିଚାରର ସଂଚାର ହୋଇଥାଏ । ତେଣୁ ମହିଳା ମାନେ ମୁଣ୍ଡରେ ଓଢଣି ଦେବା ନିହାତି ଜରୁରୀ ଅଟେ ।

ଯେତେବେଳେ ଗୁରୁଜନ ମାନେ ଘରକୁ ଆଗମନ କରିଥାନ୍ତି ସେହି ସମୟରେ ତାଙ୍କୁ ସମ୍ମାନ ଦେବା ଏପାଇଁ ମହିଳା ମାନେ ମୁଣ୍ଡରେ ଓଢଣି ଦେଲେ ସେମାନେ ବହୁତ ଖୁସି ହୋଇଥାନ୍ତି । ଏହା ସହ ମହିଳା ମାନଙ୍କୁ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ଦେଇଥାନ୍ତି । ଯାହା ମହିଳା ମାନଙ୍କ ପାଇଁ ବହୁତ ଉତ୍ତମ ହୋଇଥାଏ । ଏହି ଆଶୀର୍ବାଦ ମହିଳା ମାନଙ୍କର ସ୍ଵାମୀ ମାନଙ୍କର ଆୟୁଷକୁ ଦୁଇ ଗୁଣା ବୃଦ୍ଧି କରିଥାଏ ନ।

ତେବେ ଶାସ୍ତ୍ର ଅନୁଯାୟୀ ଆହୁରି କୁହା ଯାଇଛି କି ଭଗବାନଙ୍କ ପୂଜା କରିବା ସମୟରେ ଭୋଗରୁ ଯଦି କେଶ ବାହାରି ଥାଏ ତେବେ ସେହି ଭୋଗ ଅଶୁଦ୍ଧ ହୋଇ ଯାଇଥାଏ । ସେଥିପାଇଁ ମହିଳା ମାନଙ୍କୁ ପୂଜା କରିବା ସମୟରେ ମୁଣ୍ଡରେ ଓଢଣା ଦେବା ଆବଶ୍ୟକ ଅଟେ । ଏହା ସହ ପୂଜା ପର୍ବରେ ମହିଳା ମାନେ କେଶ ଧୋଇଥାନ୍ତି ଯାହାର ଫଳ ସ୍ୱରୂପ ସେମାନେ କେଶ ଖୋଲା ରଖିଥାନ୍ତି ।

ତେବେ ଅନ୍ୟ ପୁରୁଷଙ୍କ ନଜର ମହିଳା ମାନଙ୍କର କେଶ ଉପରେ ପଡିଲେ ଖରାପ ବୋଲି କୁହାଯାଏ । ତେଣୁ ମହିଳା ମାନେ କେସ ଖୋଲା ନ ରଖି ମୁଣ୍ଡରେ ଓଢଣା ଦେବା ଉଚିତ । ଏହା ବ୍ଯତୀତ ମହିଳା ମାନେ ମୁଣ୍ଡରେ ଓଢଣା ଦେଲେ ସେମାଙ୍କର ସୌନ୍ଦର୍ଜ୍ୟ ବୃଦ୍ଧି ପାଇଥାଏ । ମହିଳା ମାନେ ଠାକୁର ପୂଜା, ଶୁଭ କାମ ବା ପିତା ମାତାଙ୍କୁ ପ୍ରଣାମ କରିବା ସମୟରେ ମୁଣ୍ଡରେ ଓଢଣା ଦେବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *