ରାତି 1ରେ 4 ଜଣ କବାଟ ବାଡେଇଲେ , ଜଣକ ବେକରେ ସାପ ହାତରେ ତ୍ରିଶୂଳ ଥିଲା, ତା ପରେ…. Malika Bachan

ଆଜି ଆମେ ଆପଣଙ୍କୁ ଏକ ମନ୍ଦିରରେ ହୋଇଥିବା କିଛି ଚମତ୍କାର ବିଷୟରେ କହିବୁ । ଯାହା ବିଷୟରେ ଜାଣିବା ପରେ ଆପଣ ବି ବିଶ୍ଵାସ କରିବାକୁ ବାଧ୍ୟ ହୋଇଯିବେ । କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଖମ୍ଡ଼ ପଞ୍ଚାୟତର ଜହ୍ନିମୂଳ ଗାଁ ଗୁପ୍ତ ବଟର ମହନ୍ତ ସୁବାସ ବାବାଙ୍କ ଅନୁସାରେ ଦିନେ ରାତିରେ ଚାରି ଜଣ ଭକ୍ତ ତାଙ୍କ ପିଠାକୁ ଆସିଲେ ।

ତାଙ୍କ ମଧ୍ୟରେ ଜଣେ ଅଖା ପିନ୍ଧିଥିଲେ, ଜଣେ ସର୍ପ ଧାରଣ କରିଥିଲେ, ଜଣେ ଶିବଙ୍କ ଡମ୍ବରୁ ଓ ତ୍ରିଶୂଳ ଧରିଥିଲେ, ଆଉ ଜଣେ ସାଧା ପୋଷାକରେ ବୀଣା ଧରି ଆସିଥିଲେ । ସେମାନ ପ୍ରଥମେ ବିନୋଦ ବାବା ଓ ବିଷ୍ଣୁ ବାବାଙ୍କୁ ଖୋଜିଲେ । ଏହା ପରେ ସୁବାସ ବାବଙ୍କ ସହିତ ଏହି ମଠ ବିଷୟରେ ଚର୍ଚା କରିଲେ ଓ ଏହା ବି କହିଲେ ସମୟ ଆସିଲେ ଏହି ମଠରେ ବହୁତ ଗୁପ୍ତ ଲୀଲା ହେବ ଯାହା ବିଷୟରେ କେହି ବି ଜାଣି ପାରିବେ ନାହିଁ ।

କିନ୍ତୁ ବର୍ତ୍ତମାନ ସମୟ ହୋଇ ନାହିଁ ସମୟ ଆସିଲେ ସବୁ ହେବ । ଏହା ପରେ ସୁବାସ ବାବା ଆଉ ଏକ ଚମତ୍କାର ବିଷୟରେ କହିଲେ କି ଏହାର ଦୁଇ ତିନି ବର୍ଷ ପରେ ଗୋଟିଏ ରାତିରେ ୧୨.୩୦ରେ ଗୋଟିଏ ଲାଇଟ ଦୃଶ୍ୟମାନ ହେଲା । ସେହି ଲାଇଟ ଧୀରେ ଧୀରେ କରି ମହାପୁରୁଷଙ୍କ ପୀଠକୁ ଆସିଲା ଓ ଯେତେବେଳେ ବାବା ସ୍ଵୟଂ ଏହି ଲାଇଟକୁ ଦେଖିବା ପାଇଁ ବାହାରକୁ ଆସିଲେ ତେବେ ସେହି ଲାଇଟ ଲିଭିଗଲା ।

ଏହି ଘଟଣା ୫ – ୬ ବର୍ଷ ତଳର ଘଟଣା ଅଟେ । ଏହି ପୀଠରେ ସର୍ପ ମଧ୍ୟ ଖେଳନ୍ତି । ଏହି ପୀଠର ଭଗବାନଙ୍କ ପାଖରେ ସର୍ପ ମଧ୍ୟ ଅଛି । ଅନ୍ୟ ଏକ ଚମତ୍କାର ବିଷୟରେ ବାବା କହିଲେ କି ଦିନେ ସେ କୋଣସି କାମ ପାଇଁ ବାହାରକୁ ଯାଇଥିଲେ । କିଛି ଯୁବକମାନେ ଗଞ୍ଜେଇ ଖାଇବା ପାଇଁ ଜଗନ୍ନାଥଙ୍କ କବାଟ ଖୋଲି ଦେଲେ । ଖୋଲିବା ମାତ୍ରେ ହିଁ ଦୁଇଟି ସାପ ସଙ୍ଗେ ସଙ୍ଗେ ଫଣା ଟେକି ସେମାନଙ୍କ ସାମ୍ନାକୁ ଆସିଗଲେ ।

ସେମାନେ ପଛକୁ ଦୌଡି ଆସୁଥିବା ସମୟରେ ଗରୁଡ ଖୁମ୍ବ ଭାଙ୍ଗିଗଲା ଓ ସେମାନେ ମନ ଦୌଡି ପଳାଇଲେ । ଯେତେବେଳେ ସୁବାସ ବାବା ପୀଠକୁ ଫେରିଲେ ତେବେ ସେ ଦେଖିଲେ କି ମନ୍ଦିରର କବାଟ ଖୋଲା ଅଛି । ଏମିତିରେ ଯେତେବେଳେ ସେହି ଯୁବକମାନେ ଆସିଲେ ତେବେ ବାବ ସେମାନଙ୍କୁ ଏହା ବିଷୟରେ ପ୍ରଶ୍ନ କରିଲେ ।

ତେବେ ସେମାନେ କହିଲେ କି ଆମେ କବାଟ ଖୋଲି ଥିଲୁ କାରଣ ବାବ ଯଦି କାଳେ ଭିତରେ ଗଞ୍ଜେଇର ଚିଲମ ରଖି ଥିବେ ଓ ତାକୁ ଖୋଜିବା ପାଇଁ ଆମେ ଯେତେବେଳେ ତାହା ଭିତରକୁ ଗଲୁ ତେବେ ସେହି ସମୟରେ ଦୁଇଟି ସାପ ଆମ ସାମ୍ନାକୁ ଚାଲି ଆସିଲେ । ବାବ କହିଲେ ଯେତେବେଳେ ବି ଅନ୍ୟୟ ଦେଖାଯିବ ତେବେ ଭଗବାନ ଏହିଭଳି ଦୃଶ୍ୟମାନ ହେବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *