ମାଙ୍କଡ ପାଇଁ କାନ୍ଦୁଚି ପୁରା ଗାଁ, ବାଜା ସହ ବାହାରିଲା ଶବ ଯାତ୍ରା…. କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଆଜିକା ସମୟରେ ଲୋକଙ୍କ ପାଖରେ ନିଜକୁ ଛାଡି ଅନ୍ୟ ମାନଙ୍କ ପାଇଁ ସମୟ ନାହିଁ, ଯଦି ମଣିଷ କେହିମ ରିଥାଏ ତେବେ ବି ତା ନିଜ ସମ୍ପର୍କୀୟ ଲୋକ କାନ୍ଦି ଥାନ୍ତି । କିନ୍ତୁ ବିହାର ରାଜ୍ୟର ସମସ୍ତିପୁର ଜିଲା ଗୋଟେ ଗାଁରେ ଦୁଃଖ ଛାଇ ଗଲା ଯେତେବେଳେ ଗୋଟେ ମାଙ୍କଡ ସବୁଦିନ ପାଇଁ ଆଖି ବୁଜିଦେଲା । ଏହି ସମୟରେ ଗ୍ରାମୀଣ ବାସୀ ମାନେ ଦୁଃଖ ସାଗରରେ ବୁଡି ଗଲେ ଆଉ ମାଙ୍କଡ ସବ ଯାତ୍ରା ବାହାର କରା ଗଲା ଆଉ ହିନ୍ଦୁ ରୀତି ନୀତି ଅନୁଯାଇ ସେହି ମାଙ୍କଡ ଅନ୍ତିମ ସଂସ୍କାର କରା ଗଲା ।

ତେବେ ମାଙ୍କଡ ଜାତି ବହୁତ ଚଞ୍ଚଳ ଜାତି ହୋଇଥାନ୍ତି କେବେ ବି ଦେଖିବେ ମାଙ୍କଡ ଶାନ୍ତ ହୋଇ ଗୋଟେ ଜାଗାରେ ରୁହନ୍ତି ନାହିଁ କେବେ ଏହି ଜାଗାରେ ତ କେବେ ଅନ୍ୟ ଜାଗାରେ ବୁଲି ରୁହନ୍ତି । ତେବେ ସମସ୍ତି ପୁର ଗାଁରେ ଏହି ମାଙ୍କଡ ଅନ୍ୟ ଜାଗାରୁ ବୁଲି ବୁଲି ଆସି ରହିଥିଲା ସମସ୍ତେ ମାଙ୍କଡକୁ ବହୁତ ପସନ୍ଦ କରୁଥିଲେ ତାକୁ ଖାଇବାକୁ ଦଉଥିଲେ । ଏହା ପରେ କିଛି ଦିନ ଭିତରେ ମାଙ୍କଡ ସମସ୍ତଙ୍କ ସହ ବହୁତ ଭଲରେ ମିଶି ଯାଇଥିଲା ଆଉ କାହାକୁ ହଇରାଣ ମଧ୍ୟ କରୁ ନଥିଲା ।

ହଟାତ କିଛି ଦିନ ପରେ ମାଙ୍କଡ ଦେହ ଖରାପ ହେଲା ଆଉ ମାଙ୍କଡ ମାନ୍ଦାଳିଆ ହବାକୁ ଲାଗିଲା ଯାହା ପରେ ଗାଁ ବାସିନ୍ଦା ତାକୁ ଡକ୍ଟରକୁ ଦେଖାଇଲେ କିନ୍ତୁ କିଛି ଫରକ ପଡିଲା ନାହିଁ କିଛି ଦିନ ପରେ ମାଙ୍କଡ ଖାଇବା ପିଇବା ଛାଡି ଦେଲା ଯାହା ପରେ ଗାଁ ଲୋକଙ୍କ ମଧ୍ୟରୁ ଜଣେ କେହି ତା ପାଖରେ ସବୁବେଳେ ରହୁଥିଲା ଗତ ରବିବାର ଦିନ ମାଙ୍କଡ ନିଶ୍ଵାସ ନବା ଛାଡି ଦେଲା ଯାହା ପରେ ଲୋକେ ତାକୁମୃ ତକ ବିଚାର କଲେ ଆଉ ତା ଶବ ଯାତ୍ରା ବାହାର କଲେ ।  

ଗାଁ ର ପ୍ରତେକ ବ୍ୟକ୍ତି ମାଙ୍କଡ ପାଇଁ କାନ୍ଦିଛି ଏହା ପରେ ମାଙ୍କଡକୁ ହିନ୍ଦୁ ଧର୍ମ ଅନୁଯାଇ ଅନ୍ତିମ ସଂସ୍କାର କରା ଯାଇଛି ଆଉ ତା ଆତ୍ମା ଶାନ୍ତି ପାଇଁ ପୂଜା ମଧ୍ୟ କରା ଯାଇଛି । ସିଙ୍ଘାଇ ଗାଁର ବାସିନ୍ଦା ମାନେ ମାଙ୍କଡ ଶବକୁ ସମ୍ମାନ ସହ ପୀତାମ୍ବର ମଧ୍ୟ ସମର୍ପିତ କରିଛନ୍ତି । ଏହି ଘଟଣା ପରେ ସିଙ୍ଘାଇ ଗାଁ ଲୋକଙ୍କ ପାଇଁ ଅନ୍ୟ ଲୋକଙ୍କ ମନରେ ବହୁତ ସମ୍ମାନ ଆସିଛି ଆଉ ମଣିଷପଣିଆ କଣ ତାହା ସିଙ୍ଘାଇ ଗାଁର ଲୋକ ମାନେ ଏହା ଦେଖେଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *