ବଜାରରେ ଆସିଲା ୩ ଚକିଆ କାର- Feature ଜାଣି ଆଜି ହିଁ କରିବେ ବୁକିଂ

କାର ଚାଳକଙ୍କ ପାଇଁ ଖୁସି ଖବର ଏବେ ବଜାରରେ କମ ଦାମରେ ମିଳିବ ଇଲେକ୍ଟ୍ରିକ କାର । ମାତ୍ର ଦଶହଜାର ଟଙ୍କାରେ କରିପାରିବେ ଏହି କାରକୁ ବୁକିଙ୍ଗ । ଷ୍ଟ୍ରମ ମୋଟର୍ସ କମ୍ପାନୀ ଏହିଭଳି ଗୋଟେ କାରକୁ ଲଞ୍ଚ କରିଛି । ଯାହା ଫଳରେ ଯାତାୟାତ ହେବ ସୁବିଧା । ସବୁଠୁ ବଡ କଥା ହେଉଛି ଏହିକାର ଅନ୍ୟ କାର ଭଳି ଚାରି ଚକିଆ ନୁହେଁ । କାରର ଚକ ସଂଖ୍ୟା ତିନି । ତିନି ଚକିଆ ହେଲେ ମଧ୍ୟ ଏହିକାରର ଡିଜାଇନ ବେସ ଆକର୍ଷଣୀୟ । ସାଧାରଣତ ତିନି ଚକିଆ ଜାନରେ ଗୋଟିଏ ଚକ ଆଗରେ ଆଉ ଦୁଇଟି ଚକ ପଛରେ ରହିଥାଏ ।

କିନ୍ତୁ ଏହିକାରରେ ପୁରା ଓଲଟା, ଏଥିରେ ଦୁଇଟି ଚକ ଆଗରେ ଓ ଗୋଟିଏ ଚକ ପଛରେ ରହିଛି । ଦିନକୁ ଦିନ ପେଟ୍ରୋଲ ଦାମ ହୁ ହୁ ହୋଇ ବଢୁଥିବା ବେଳେ ଏହିଭକି ଇଲେକ୍ଟ୍ରିକ କାର ତିଆରି କରି ଏବେ ଚର୍ଚାରେ ଷ୍ଟର୍ମ ମୋଟର କାର । ଏହି କାରର ନାମ ଷ୍ଟର୍ମ ଆର ୩ ଦିଆଯାଇଛି । କମ୍ପାନୀ ଭାରତରେ ଏହାର ବୁକିଙ୍ଗ ଆରମ୍ଭ କରିଦେଇଛି , କେବଳ ଦିଲ୍ଲୀ ଏନସିଆର ଓ ମୁମ୍ବାଇରେ ମାତ୍ର ଦଶ ହଜାର ଟଙ୍କାରେ କାର ବୁକିଙ୍ଗ କରାଯାଇପାରିବ ।

ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିବ । ଷ୍ଟର୍ମ ଆର ୩ ର ମୂଳ ଦାମ ହେଉଛି ୪ ଲକ୍ଷ ୫୦ ହଜାର ଟଙ୍କା । କମ୍ପାନୀର କହିବା ଅନୁସାରେ ଆର ୩ କୁ ଥରେ ଚାର୍ଜ କାଲେ ୨୦୦ କିଲୋମୋଟର ଯାଏ ଚାଲିବ । ଏଥିରେ ୪ଜି କନେକଟେଡ ଡାଇଗ୍ନୋଷ୍ଟିକ ଯାହା ଗ୍ରହକଙ୍କୁ ଟ୍ରାକ ଲୋକେସନ ଓ ଚାର୍ଜ ଷ୍ଟାଟସ ବିଷୟରେ ଅବଗତ କରାଇଥାଏ । ଏବେ ବୁକିଙ୍ଗ କରୁଥିବା ଗ୍ରହକଙ୍କୁ ଏହି କାର ୨୦୨୨ ରେ ଡେଲିଭରି ଦିଆଯିବ ।

ବର୍ତମାନ କାରର ୧୬୫ ଟି ବୁକିଙ୍ଗ ହୋଇଛି । ଯାହାର ମୁଲ୍ୟ ସାତକୋଟି ୫ ଲକ୍ଷ ଟଙ୍କା ରହିଛି । ସହର ଭିତରେ ଦଶରୁ ୨୦ କିଲୋମିଟର ଭିତରେ ଯିବା ଆସିବା ଚାଳକଙ୍କ ସୁବିଧାକୁ ନେଇ ଏହି କାର ତିଆରି କରାଯାଇଛି । ଏହି କାରରେ ପ୍ରତି କିଲୋମିଟର ନେଇ ୪ଓ ପଇସା ଖର୍ଚ ହୋଇଥାଏ । ଯାହାକି ଏବେ କାର ଚାଳକଙ୍କୁ ସୁବିଧା ଯୋଗାଇଛି । ତେବେ ଆପଣଙ୍କୁ ଏହି କାର କେମିତି ଲାଗିଲା କମେଣ୍ଟ କରିବେ ନିଶ୍ଚୟ ।

Leave a Reply

Your email address will not be published. Required fields are marked *