ମହିଳାଙ୍କ ପାଇଁ ବଡ ଖବର: ଗର୍ଭପାତ କରିବା ନେଇ ନିୟମ ବଦଳାଇଲେ ସରକାର

ମହିଳା ମାନଙ୍କ ପାଇଁ ଆସିଛି ବଡ ଖବର କେନ୍ଦ୍ର ସରକାର ସଂସଦରେ ଗୋଟେ ବିଲକୁ ପାସ କରିବା ସହିତ ମହିଳା ମାନଙ୍କ ଗର୍ଭ ପାତକୁ ନେଇ ନିୟମ ପରିବର୍ତନ କରିଛନ୍ତି । ଏଣିକି ଜଣେ ମହିଳା ଗର୍ଭ ଧାରଣ କରିବାର 24 ସପ୍ତାହ ମଧ୍ୟରେ ନିଜର ଗର୍ଭ ପାତ କରିପାରିବେ । ରାଜ୍ୟ ସଭାରେ ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି ଆମେଣ୍ଡମେଣ୍ଟ ବିଲ 2020 ବିଲ ପାସ ହେବ ସହିତ ଏହି ନିୟମ ବଦଳିଛି । ପୂର୍ବରୁ ଏହି ବିଲ ଲୋକ ସଭାରେ ପାସ ହୋଇସାରିଥିଲା । ଏହି ନିୟମ ଫଳରେ ଏବେ ମହିଳା ମାନେ ଗର୍ଭ ଧାରଣ କରିବାର ୨୪ ସପ୍ତାହ ମଧ୍ୟରେ ନିଜର ଗର୍ଭ ପାତ କରି ପାରିବେ ।


ଯାହାକି ପୂର୍ବରୁ ୨୦ ସପ୍ତାହ ଥିଲା । ଗୁରୁତ୍ବପୂର୍ଣ କଥା ହେଉଛି ଦୂଷକରମ ପୀଡ଼ିତା ନାବାଳିକା ମାନେ ଏହି ନୂଆ ନିୟମ ଦ୍ଵାରା ବେସ ଲାଭବାନ ହୋଇପାରିବେ । ମେଡିକାଲ ଟର୍ମିନେସନ ଅଫ ପ୍ରେଗନ୍ଯାନ୍ସି ଆକ୍ଟ ୧୯୭୧ ଅନୁସାରେ ଆମ ଦେଶରେ ଗର୍ଭ ପାତକୁ ଆଇନିତ ଅପରାଧ ବୋଲି କୁହାଯାଏ । ବିଶେଷ ପରିସ୍ଥିତିରେ କେବଳ ମହିଳା ମାନେ ହିଁ ଗର୍ଭଧ୍ଯାନ କରିବାର ୨୦ ସପ୍ତାହ ଭିତରେ ନିଜର ଗର୍ଭ ପାତ କରିପାରୁଥିଲେ । ଏବେ କିନ୍ତୁ କେନ୍ଦ୍ର ସରକାର ଏହି ନିୟମରୁ କିଛିଟା ସଂଶୋଧନ କରିବା ସହିତ ଏହାର ସମୟ ସୀମାକୁ ଆଉ ଚାରି ସପ୍ତାହ ବୃଦ୍ଧି କରିଦେଇଛନ୍ତି ।


କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ମନ୍ତ୍ରୀ ହର୍ଷବର୍ଦ୍ଧନ ବୁଧବାର ଏହି ବିଲ କୁ ରାଜ୍ୟ ସଭାରେ ଆଗତ କରି ଏହି ବିଲକୁ ମହିଳା ମାନଙ୍କ ପାଇଁ ପ୍ରଗତିଶୀଳ ବିଲ କରି ତାଙ୍କ ସହିତ ବହୁତ ଲାଭବାନ ହେବ ବୋଲି କହିଛନ୍ତି । କିଛି ସାଂସଦ ଏହାକୁ ରାଜ୍ୟ ସଭାରେ ବିରୋଧ କରିଥିଲେ ହେଁ ଏହା ମହିଳା ମାନଙ୍କର ଗାରିମା ବୃଦ୍ଧି କରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଏହି ବିଲ ଆଣିବା ପୂର୍ବରୁ ସରକାର ବିଭିନ୍ନ ମନ୍ତ୍ରାଳୟ ସହିତ ଅନେକ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି । କିଛି ମହିଳା ଡାକ୍ତରମାନଙ୍କର ମଧ୍ୟ ଏଥିପାଇଁ ମତାମତ ନିଆଯାଇଛି ।


ନୂଆ ନିୟମ ଦ୍ଵାରା ମହିଳା ମାନଙ୍କର ସ୍ୱାସ୍ଥ୍ୟ ଠିକ ରହିବା ସହିତ ସେମାନେ ବିପଦରୁ ବଞ୍ଚି ପାରିବେ ବୋଲି କୁହାଜାଇଛି । ଆମ ଦେଶରେ ପୂର୍ବରୁ ଗର୍ଭାପାତକୁ ନେଇ ମେଡିକାଲ ପ୍ରେଗନ୍ଯାନ୍ସି ଆକ୍ଟ ର ଥିଲା । ହେଲେ ଏଥିରେ ଥିବା ନିୟମ ଦ୍ଵାରା ଦୁଷ୍କର୍ମ ପୀଡିତ କିମ୍ବା କୌଣସି ଗଭୀର ରୋଗରେ ପଡିଥିବା ମହିଳା ଗର୍ଭ ପାତ କରି ନାନାଦି ସମସ୍ଯା ଭୋଗୁଥିଲେ । କିଛି ମହିଳା ସେଥି ପାଇଁ ତାଙ୍କ ଜୀବନ ମଧ୍ୟ ହରାଇ ଥିଲେ । ଆଉ ଯାହା ପରେ ସରକାର ଏହା ନେଇ ଚିନ୍ତା କରିବା ପରେ ଗର୍ଭ ପାତର ସମୟ ସୀମା ୨୪ ଦିନକୁ ବୃଦ୍ଧି କରିଛନ୍ତି ।

Leave a Reply

Your email address will not be published. Required fields are marked *