ସକାଳୁ ଉଠି ଏହି କାମ କରିବା ଦ୍ୱାରା କେବେବି ଆସି ନଥାଏ ଦାରିଦ୍ର୍ୟତା- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମହାନ ଜ୍ଞାନୀ ଚାଣକ୍ୟ ନିଜ ଗ୍ରନ୍ଥ ମାଧ୍ୟମରେ ଅନେକ ମହତ୍ତ୍ୱପୂର୍ଣ୍ଣ ଉପଦେଶ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି । ତାଙ୍କ ଗ୍ରନ୍ଥ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନବ ସମାଜ କୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା । ତାଙ୍କ ଗ୍ରନ୍ଥ ରେ ଥିବା ଗୁରୁତ୍ୱପୂର୍ଣ୍ଣ ଉପଦେଶ ମଧ୍ୟରୁ ଏହା ମଧ୍ୟ ଉଲ୍ଲେଖନୀୟ ରହିଛି ଯେ, ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ ହୋଇଥାଏ ଏବଂ ସବୁଦିନ ପାଇଁ ଦାରିଦ୍ର୍ୟତା ଦୁରେଇ ଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୫ଟି କାର୍ଯ୍ୟ ସମ୍ବନ୍ଧରେ କହିବୁ ଯାହା ପ୍ରତିଦିନ ସକାଳୁ ଉଠି କରିବା ଦ୍ୱାରା ଆପଣଙ୍କ ସମ୍ପୂର୍ଣ୍ଣ ଦିନ ଭଲ ରେ କଟିଥାଏ ଏବଂ ସମସ୍ତ ମନୋକମନା ପୂର୍ଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ୫ ଟି କାର୍ଯ୍ୟ ସମ୍ବନ୍ଧରେ ଯାହାଦ୍ୱାରା ବ୍ୟକ୍ତି ର ଦିନ ଭଲ ରେ କଟିଥାଏ ଏବଂ ବ୍ୟକ୍ତି ଜୀବନ ରୁ ଦାରିଦ୍ର୍ୟତା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଥାଏ ।

୧. ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ସକାଳୁ ଉଠି ସର୍ବ ପ୍ରଥମେ, ନିଜର ଦୁଇ ହାତର ପାପୁଲି କୁ ଦେଖିବା ଉଚିତ । ଏହାର ଆଗ୍ର ଭାଗରେ ମାତାଲକ୍ଷ୍ମୀ ବାସ କରନ୍ତି । ମଧ୍ୟ ଭାଗରେ ମାଆ ସରସ୍ୱତୀ ଏବଂ ମୂଳ ଭାଗରେ ଭଗବାନ ଶ୍ରୀକୃଷ୍ଣ ବାସ କରନ୍ତି । ଯେଉଁ ବ୍ୟକ୍ତି ନିକ ହାତ ପାପୁଲି ର ଦର୍ଶନ ସର୍ବ ପ୍ରଥମେ କରିଥାଏ ତା’ର ଭାଗ୍ୟ ର ଦ୍ୱାର ଖୋଲିଯାଏ ଏବଂ ସେ ଜୀବନରେ ଅଗ୍ରଗତି କରିଥାଏ । ସେମାନଙ୍କ ଜୀବନ ସୁଖ ଓ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯାଏ ।


୨. ଯେଉଁ ବ୍ୟକ୍ତି ସକାଳୁ ଉଠି ସର୍ବ ପ୍ରଥମେ ନିଜ ମାତାପିତା ଓ ଗୁରୁଜନ ଙ୍କ ଆଶୀର୍ବାଦ ଗ୍ରହଣ କରିଥାଏ ସେହି ବ୍ୟକ୍ତି ର ସମ୍ପୂର୍ଣ୍ଣ ଦିନ ଶୁଭ ଦାୟକ ହୋଇଥାଏ ଏବଂ ସେ ସଫଳତା ର ମାର୍ଗ ରେ ଅଗ୍ରସର ହୋଇଥାଏ ।

୩. ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ସକାଳୁ ଉଠିବା ପରେ କ୍ଷେତ ଜମି ବା କ୍ଷେତରେ ହେଉଥିବା ଫସଲ ଦେଖିଥାଏ, ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହିତ ସକାଳେ ଗାଈ ର ଦର୍ଶନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଏହାଦ୍ବାରା ବ୍ୟକ୍ତି ର ସମସ୍ତ ମନୋକମନା ପୂରଣ ହୋଇଥାଏ ।


୪. ପ୍ରତ୍ୟେକ ବ୍ୟକ୍ତି କୁ ସକାଳୁ ଶୀଘ୍ର ଉଠି ନିଜର ନିତ୍ୟକର୍ମ ସାରି ଏକ ତମ୍ବା ର ପାତ୍ର ରେ ଜଳ ପୂର୍ଣ୍ଣ କରି ସୂର୍ଯ୍ୟ ଦେବ ଙ୍କୁ ଜଳ ଅର୍ପଣ କରିବା ଉଚିତ । ଏହାଦ୍ବାରା ସୂର୍ଯ୍ୟଦେବ ଙ୍କ ଆଶୀର୍ବାଦ ମିଳିଥାଏ ଏବଂ ଏହା ସହିତ ପଞ୍ଚତତ୍ତ୍ୱ ଙ୍କ କୃପା ଦୃଷ୍ଟି ମଧ୍ୟ ଲାଭ ହୋଇଥାଏ ।

୫. ପ୍ରତ୍ୟେକ ବ୍ୟକ୍ତି କୁ ସକାଳୁ ଉଠିବା ପରେ ପୃଥିବୀ ମାତା କୁ ପ୍ରଥମେ କ୍ଷମା ପ୍ରାର୍ଥନା କରିବା ଉଚିତ ଏବଂ ଏହାପରେ ହିଁ ଚଟାଣ ରେ ନିଜର ପାଦ ରଖିବା ଉଚିତ । ଏପରି କରିବା ଦ୍ୱାରା ପୃଥିବୀ ମାତା ପ୍ରସନ୍ନ ହୋଇଥାନ୍ତି ।

ତେବେ ବନ୍ଧୁଗଣ ଏହି କାର୍ଯ୍ୟ ଗୁଡ଼ିକୁ ପ୍ରତିଦିନ ନିଜ ନିତ୍ୟ ଜୀବନ ରେ ଅବଲମ୍ବନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ର ଦୂର ଅନ୍ତ ଘଟିବ ଏବଂ ଆପଣଙ୍କ ଜୀବନରୁ ସମ୍ପୂର୍ଣ୍ଣ ଭାବରେ ଦାରିଦ୍ର୍ୟତା ଦୁରେଇ ଯିବ ।

Leave a Reply

Your email address will not be published. Required fields are marked *