ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 3ଟି କାମ, ପରିବାର ହୋଇଯିବ ବର୍ବାଦ

ଶାସ୍ତ୍ର ଅନୁସାରେ ବାର ଓ ଦିନ ଗୁଡିକର ବିଷେଶ ମହତ୍ଵ ରହିଛି । ଏହା ସହ କିଛି ନା କିଛି ନିୟମ ବାର ଓ ଦିନ ଗୁଡିକ ସହ ଯୋଡି ହୋଇ ରହିଛି । ଏହାର ପାଳନ କରିବା ଦ୍ଵାରା ଜୀବନରେ ପରିବର୍ତ୍ତନ ଆସିଥାଏ । ଯାହା ସବୁ ଶସ୍ତ୍ରରେ ବର୍ଣ୍ଣନା କରା ଯାଇଛି ତାହା ଖାସ ହେବା ସହ ଜୀବନରେ ବହୁତ ଉପୋଯୋଗୀ ହୋଇଥାଏ । ବଡ ଗୁରୁଜନ ମାନଙ୍କ ଦ୍ଵାରା କୁହା ଯାଇଥିବା କଥାକୁ କେବେ ଅମାନ୍ଯ କରିବା ଅନୁଚିତ ।

ଆଜି ଆମେ ଆପଣ ମାନଙ୍କୁ ମଙ୍ଗଳବାର ଦିନ କେଉଁ କାମ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ । ମଙ୍ଗଳବାର ଭଗବାନ ହନୁମାନଙ୍କର ପ୍ରିୟ ବାର ହୋଇଥାଏ । ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ମନ୍ଦିରକୁ ଯାଇ ତାଙ୍କୁ ନାଲି ମନ୍ଦାର ଅର୍ପଣ କରିବା ଉଚିତ । ଏହାର ମନ ବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ । ଏହି ଦିନ ହନୁମାନ ଚାଳିଶା ପାଠ କରିବା ଦ୍ଵାରା ବ୍ୟକ୍ତି ଜୀବନରେ ଖରାପ ଶକ୍ତିର ବିନାଶ ହୋଇଥାଏ ।

ଏହି ଦିନ ନାଲି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । କୌଣସି ବିଶେଷ କାମ କରିଆବା ପୂର୍ବରୁ ନାଲି ରଙ୍ଗର ବସ୍ତୁ ରଖନ୍ତୁ । ଏହି ଦିନ ଭଗବାନ ହନୁମାନଙ୍କୁ ଗୁଡ ବା ଚଣାର ପ୍ରସାଦ ଚଢାଇବା ଉଚିତ । ଯଦି ଆପଣଙ୍କ ଜାତକରେ ମଙ୍ଗଳ ଦୋଷ ରହିଛି ତେବେ ମଙ୍ଗଳବାର ଦିନ ବିଶେଷ ଭାବେ ପୂଜା କରନ୍ତୁ । ଏହି ଦିନ ମଙ୍ଗଳଚଣ୍ଡୀଙ୍କ ଉପାସନା କରିବା ଦ୍ଵାରା ପାରିବାରିକ ସମସ୍ଯା ତଥା ଆର୍ଥିକ ସଙ୍କଟ ଦୂର ହୋଇଥାଏ ।

ଏହି ଦିନ ମା ପାର୍ବତୀ ଓ ଭଗବାନ ଗଣେଶଙ୍କର ବାର ହୋଇଥିବାରୁ ବ୍ରତ ରଖିବା ଉଚିତ । ମଙ୍ଗଳବାର ଦିନ ନାଲି ମସୁର ଡାଲି ଓ ଗୁଡ ଦାନ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହି ଦିନ ଗୋଟିଏ ସମୟ ଖାଦ୍ୟ ଗ୍ରହଣ କରିବା ଉଚିତ । ମଙ୍ଗଳବାର ଦିନ ଏହି କାମ କରିଲେ ଶୁଭଫଳ ପ୍ରାପ୍ତ ହୋଇଥାଏ ।

କୌଣସି ମଙ୍ଗଳ କାମ ବା ଶୁଭ କାମ କରିବା ପାଇଁ ମଙ୍ଗଳବାର ଦିନକୁ ଉଚିତ ମାନାଯାଏ ନାହି । ଏଥିପାଇଁ ଏହି ଦିନ ମହତ୍ଵପୂର୍ଣ୍ଣ କଥା ଆରମ୍ଭ କରିବା ଉଚିତ ନୁହେଁ । ଏହି ଦିନ ଦୂର ଜାଗାକୁ ଯାତ୍ରା କରିବା ଅନୁଚିତ । ଯେଉଁ ବ୍ୟକ୍ତିଙ୍କର ଜାତକରେ ମଙ୍ଗଳ ଗ୍ରହ ରହିଥାଏ ସେମାନେ ଏହି ଦିନ ସତର୍କ ରହିବା ଉଚିତ । ମଙ୍ଗଳବାର ଦିନ ମାଙ୍କ ଉପାସନା ଓ ମନ୍ଦିର ଯିବା ସମୟରେ କଳା ରଙ୍ଗର ବସ୍ତ୍ର ନ ପିନ୍ଧି ନାଲି ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ ।

ଏହି ଦିନ କ୍ଷୀର କିନ୍ତୁ ନାହି କି କ୍ଷୀର ଜାତୀୟ ଖାଦ୍ୟର ଅଧିକ ସେବନ କରିବା ଅନୁଚିତ । ଏହି ଦିନ ଆମିଷ ଖାଇବା ଅଶୁଭ ହୋଇଥାଏ । ଏହା ଦ୍ଵାରା ଜୀବନରେ ଆର୍ଥିକ ସଙ୍କଟ ଆସିଥାଏ । ଏହି ଦିନ ଲୁହା ଜାତୀୟ ଜିନିଷ, ମହିଳା ମାନେ ଶ୍ରୀଙ୍ଗାର ଜିନିଷ କିଣିବା ଅନୁଚିତ । ଏହି ଦିନ ଭୁଲରେ ବି ବିରିଡାଲି ଖାଇବା ଅନୁଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *