JIOର ଧମାକେଦାର Offer, ଗ୍ରାହକଙ୍କୁ ମିଳିବ 2 ଦିନର Free ଅନଲିମିଟେଡ ପ୍ଳାନ… ଦେଖନ୍ତୁ ସମ୍ପୁର୍ଣ୍ଣ ଖବର

ବନ୍ଧୁଗଣ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଫେବୃଆରି ୫ରେ ରିଲାଏନ୍ସ ଜିଓ ର ନେଟୱାର୍କ ଡାଉନ ହୋଇ ଯାଇଥିଲା । ଏହା କାରଣରୁ ୟୁଜର୍ସ ମାନଙ୍କର ଫୋନ କଲ ନ ଲାଗିବାର ଅଭିଯୋଗ ଆସିଥିଲା । ଏହି ଦିନ ମୁମ୍ବାଇ ରେ ଜିଓ ସର୍ଭିସ ପୂରାପୂରି ଭାବେ ବନ୍ଦ ହୋଇ ଯାଇଅଥିଲା । ଏହା ସହ ରାତି ୮ଟା ପରେ ଟେଲିକମ ସେବା ବ୍ଯାହତ ହୋଇ ଯାଇଥିଲା ।

ଗ୍ରାହକ ମାନଙ୍କୁ ଜିଓ ସର୍ଭିସ ବନ୍ଦ ହେବ କାରଣରୁ ଯେଉଁ ସମସ୍ଯା ସୃଷ୍ଟି ହୋଇଥିଲା ଏ ନେଇ ଜିଓ କମ୍ପାନୀ ଲୋକ ମାନଙ୍କୁ କ୍ଷମା ଯାଚନା କରିଛନ୍ତି । ଏହା ସହ ଜିଓ କମ୍ପାନୀ ଗ୍ରାହକଙ୍କୁ ଅନ ଲିମିଟେଡ ପ୍ଳାନ ଦେବା ପାଇଁ ମଧ୍ୟ ଗୋସନା କରିଛି । ଦୁଇ ଦିନ ଯାଏଁ ଗ୍ରାହକ ମାନେ ଯେଉଁ ଅସୁବିଧାର ସମୁଖିନ୍ନ ହୋଇଛନ୍ତି ସେମାନଙ୍କର ପ୍ଳାନ ଶେଷ ହେବା ପରେ କମ୍ପାନୀ ପକ୍ଷରୁ ଦୁଇ ଦିନ ମାଗଣାରେ ଅଣ ଲିମିଟେଡ ପ୍ଳାନ ଦିଆଯିବ ।

କମ୍ପାନୀ ଫେବୃଆରି ୫ରେ ଗ୍ରାହକ ମାନଙ୍କୁ ଯେଉଁ ସମସ୍ଯା ହୋଇଥିଲା ମ୍ଯାସେଜରେ ଏ ନେଇ ସ୍ଵୀକାର କରିଛି । ଯେବେ ଗ୍ରାହକ ମାନଙ୍କର ପ୍ଳାନ ଶେଷ ହେବେ ତୁରନ୍ତ ଜିଓ କମ୍ପାନୀ ପକ୍ଷରୁ ଅନ ଲିମିଟେଡ ପ୍ଳାନ ଲାଗୁ କରାଯିବ । ମ୍ଯାସେଜ ରେ କମ୍ପାନୀ ପକ୍ଷରୁ କୁହ ଯାଇଛି କି ତାଙ୍କ ଟିମ ଏହି ନେଟୱର୍କ ସମସ୍ୟାର ସମାଧାନ କିଛି ସମୟ ମଧ୍ୟରେ କରି ଦେଇଥିଲେ ।

କିନ୍ତୁ ଗ୍ରାହକଙ୍କ ପାଇଁ ଏହା ଭଲ ଅନୁଭୁତି ନ ଥିଲା ବୋଲି ଓ ଏଥିପାଇଁ ଗ୍ରାହକକୁ କ୍ଷମା ମାଗିଛନ୍ତି ଜିଓ କମ୍ପାନୀ । କମ୍ପାନୀ ତରଫରୁ ନେଟୱର୍କ ସର୍ଭିସ ଠିକ କରାଯାଇ ସାରିଛି । ଏଥିପାଇଁ ଗ୍ରାହକଙ୍କୁ ନିଜର ଫୋନ ରିଷ୍ଟାର୍ଟ କରିବା ପାଇଁ ଅନୁରୋଧ କରିଛି ଜିଓ କମ୍ପାନୀ । ଏହି ସମସ୍ଯା ହେବା କାରଣରୁ ଜିଓ ସିମ ବ୍ୟବହାର କରୁଥିବା ଗ୍ରାହକ ମାନଙ୍କୁ ୱ୍ହାଟସପ ଭଳି ଆପ ର ସାହାରା ନେବାକୁ ପଡିଥିଲା ।

ସୂଚନା ଅନୁସାରେ ଜୁଲାଇ ୨୦୨୧ ରେ ଜିଓ ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ରହିଥିଲା ୪୪ କୋଟି ୩୨ ଲକ୍ଷ । ସେହିପରି ଏୟାରଟେଲ ଗ୍ରାହକଙ୍କ ସଂଖ୍ୟା ରହିଥିଲା ୩୫କୋଟି ୪୦ ଲକ୍ଷ । ସେହିପରି ବୋଡାଫୋନ ଓ ଆଇଡିୟା ଗ୍ରାହକଙ୍କ ସମୁଦାୟ ସଂଖ୍ୟା ରହିଥିଲା ୨୭ କୋଟି ୧୯ ଲକ୍ଷ । ସିଧା ସଳଖ କହିବାଲୁ ସବୁଠାରୁ ଅଧିକ ଗ୍ରାହକ ହେଉଛି ଜିଓ କମ୍ପାନୀ ର ଯେଉଁ ମାନେ ଅଧିକ ଜିଓ ସିମ ବ୍ୟବହାର କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *