Bollywoodରୁ ପୁଣି ଆସିଲା ଦୁଃଖ ଖବର, Lataଙ୍କ ପରେ ଏବେ ଆରପାରିରେ ଏହି କଳାକାର

ଅଭିନେତା ପ୍ରବୀଣ କୁମାର “ମହାଭାରତ” ସିରିଏଲ ରେ ଅଭିନୟ କରିବା ସହ ବଲିଉଡ ରେ ଅନେକ ଫିଲ୍ମରେ ନିଜର ଦମଦାର ଅଭିନୟ କରି ସାରିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରିଛନ୍ତି । କିନ୍ତୁ “ମହାଭାରତ” ସିରିଏଲର ଭୀମା ଚରିତ୍ର ରେ ଅଭିନୟ କରି ଅଭିନେତା ପ୍ରବୀଣ କୁମାର ଘରେ ଘରେ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କୁ ଭୀମା ଚରିତ୍ର ରେ ବହୁତ ପସନ୍ଦ କରା ଯାଇଥିଲା ।

କିନ୍ତୁ ଟେଲିଭିଜନ ଜଗତର ଦୁଖ ଦାୟକ ଖବର ହେଉଛି ତାଙ୍କର ନିଧନ ହୋଇଛି ଯାହା ତାଙ୍କ ଫ୍ୟାନ୍ସ ମାନଙ୍କୁ ସବୁଠାରୁ ବଡ ଧକ୍କା ଦେଇଛି । ବିଆର ଚୋପଡା ମସୁର ସିରିଏଲ “ମହାଭାରତ”ରେ ଭୀମ ଚରିତ୍ରରେ ସାନଦାର ଅଭିନୟ କରିଥିବା ଅଭିନେତା ପ୍ରବୀଣ କୁମାର ସୋବତୀଙ୍କର ଦେହାନ୍ତ ଘଟିଛି । ସେ ୭୪ ବର୍ଷ ବୟସରେ ସବୁ ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି ।

ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି । ତାଙ୍କର ନିଧନ ଦିଲ୍ଲୀ ରେ ହୋଇଛି ବୋଲି ସୂଚନା ରହିଛି । ତାଙ୍କର ଅନ୍ତିମ ସଂସ୍କାର ଆଜି ପଞ୍ଜାବ ବାଗ ସ୍ଥିତି ଶ୍ମଶାନ ଘାଟ ରେ କରାଯିବ । ଅଭିନେତା ପ୍ରବୀଣ ଙ୍କୁ ତାଙ୍କର କଦକାଠି ପାଇଁ ମଧ୍ୟ ଜାଣ ଯାଇଥାଏ ।

ସେ ପଞ୍ଜାବ ରେ ତାଙ୍କ ପୁରା ପରିବାର ସହ ରହୁଥିଲେ । ତାଙ୍କର ଉଚ୍ଚତା ରହିଥିଲା ୬ ଫୁଟ । ସେ ଅଭିନୟ ଦୁନିଆରେ ପାଦ ଦେବା ପୂର୍ବ ରୁ ଖେଳ ବହୁତ ଏକ୍ସପର୍ଟ ରହିଥିଲେ । ସେ ଜଣେ ହେମରା ଓ ଡିକ୍ସ ଥ୍ରୋ ଏଥଲିଟ ଥିଲେ । ସେ ଏସିୟାଇ ଓ କମନବେନ୍ଥ ଗେମ ରେ ଅନେକ ସାରା ମେଡାଲ ହାସଲ କରିଛନ୍ତି ।

ହାଙ୍ଗକଙ୍ଗ ରେ ଆୟୋଜିତ ହୋଇଥିବା ଏସିୟାଇ ଖେଳ ରେ ସେ ଗୋଲ୍ଡ ମେଡାଲ ଜିତିଥିଲେ । ସେ ଅଲମ୍ପିକ ରେ ଦୁଇ ଥର ପ୍ରତିନିଧିତ୍ଵ ମଧ୍ୟ କରିଥିଲେ । ତେବେ ତାଙ୍କର ପରଲୋକ ରେ ପୁରା ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ତାଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ବର୍ଗ ଦୁଖରେ ମର୍ମାହତ ହୋଇ ପଡିଛନ୍ତି । ତାଙ୍କର ଅଭିନୟ କୁ ଆଜି ବି ଦର୍ଶକେ ମନେ ରଖିଛନ୍ତି । ଆମେ ମାନେ ସମସ୍ତେ ପ୍ରବୀଣ କୁମାରଙ୍କ ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ପ୍ରବୀଣ କୁମାର ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *