Anubhav ଓ Varsha ମାମଲାରେ ନୂଆ ମୋଡ, ଅନୁଭବ ଙ୍କୁ ଝଟକା ଦେଲେ ହାଇକୋର୍ଟ! ପଚାରିଲେ ଏମିତି ପ୍ରଶ୍ନ….

ନମସ୍କାର ବନ୍ଧୁଗଣ । ଓଡିଆ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ତେବେ ଓଡିଆ ଜଗତର ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦୁହେଁ ୨୦୧୪ ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ବିବାହର କିଛି ମାସ ପରେ ଦୁହିଙ୍କ ମଧ୍ୟରେ ପାରିବାରିକ କଳହ କାରଣରୁ ଦୁହେଁ କୋର୍ଟର ଦ୍ଵାରସ୍ଥ ହୋଇଥିଲେ ।

ଦୁହିଙ୍କର ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ଅବସ୍ଥାରେ ରହିଛି । ତେବେ ବର୍ଷା ଏବେ ବି ଅନୁଭବଙ୍କ ଘରେ ରହୁଛନ୍ତି । ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ରହୁଥିଲେ ମଧ୍ୟ ଏବେ ବି ବର୍ଷା ଅନୁଭବଙ୍କର ସ୍ତ୍ରୀ ଅଟନ୍ତି ଯାହା ସତ୍ୟ ଅଟେ । ଅନୁଭବ ମାନନ୍ତୁ କି ନ ମାନନ୍ତୁ କିନ୍ତୁ କୋର୍ଟ ଆଗରେ ଏବେ ବି ବର୍ଷା ଅନୁଭବଙ୍କର ସ୍ତ୍ରୀ ।

ଏହି କଥା ସାଂସଦ ଅନୁଭବଙ୍କ ପାଇଁ ଜମା ବି ସହଜ ହେବ ନାହି ନିଜ ସ୍ତ୍ରୀର ପରିଚୟକୁ ଏମିତି କାଟି ଦେବା । ଅନ୍ୟ ପକ୍ଷରେ ବର୍ଷା ନିଜ ସ୍ଵାମୀ ଅନୁଭବଙ୍କୁ ଛାଡିବା ପାଇଁ ଜମା ବି ପ୍ରସ୍ତୁତ ନାହାନ୍ତି । ତେବେ ବର୍ତ୍ତମାନ ଏମିତି ଏକ ନିସ୍ପତି ଆସିଛି ଯାହାକୁ ଦେଖିଲେ ଲାଗୁଛି ଦୁହିଙ୍କ ସମ୍ପର୍କରେ ବର୍ଷାଙ୍କ ପାଲା ଭାରି ରହିଛି ।

ଅନୁଭବ ବର୍ଷାଙ୍କର ସାଂସଦର ସ୍ପାଉସ କାର୍ଡକୁ କ୍ୟାନ୍ସଲ କରି ଦେଇଥିଲେ ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା । ଏହା ବିରୁଦ୍ଧରେ ସ୍ତ୍ରୀ ବର୍ଷା ହାଇକୋର୍ଟ ଯାଇଥିଲେ । ଲୋକସଭା ସେକ୍ରେଟାରୀ ଚିଠି ଲେଖିଥିଲେ ବର୍ଷା ପ୍ରିୟଦର୍ଶିନୀଙ୍କୁ ।

ଯେଉଁ ଠାରେ ବର୍ଷାଙ୍କୁ ତାଙ୍କର ସ୍ପାଉସ କାର୍ଡ ୩୦୦କୁ ଫେରାଇବା ପାଇଁ ନିର୍ଦେଶ ରହିଥିଲା । ଏହା ଥିଲା ସେହି କାର୍ଡ ଯେଉଁଥିରେ ସ୍ତ୍ରୀ ସାଂସଦକୁ ପ୍ରବେଶ କରି ପାରିବେ । ଅନୁଭବ ବର୍ଷାଙ୍କ ସହ ସଂପୂର୍ଣ୍ଣ ଭାବେ ସମ୍ପର୍କ କାଟିବାକୁ ଚାହୁଁଥିଲେ କିନ୍ତୁ ଏହାକୁ ସହଜ ଭାବେ ଗ୍ରହଣ କରି ନ ଥିଲେ ବର୍ଷା । ବର୍ତ୍ତମାନ ହାଇକୋର୍ଟ ୩ ଜଣଙ୍କୁ ଜବାବ ମାଗିଛନ୍ତି ।

ଏହି ୩ଜଣ ହେଉଛନ୍ତି ପାର୍ଲିୟାମେଣ୍ଟ ମହାସଚିବ, ମୁଖ୍ୟ ନିର୍ଦେଶକ, ଅନୁଭବ । ତେବେ ଏହି ମାମଲାରେ ହାଇକୋର୍ଟ ଏହି ୩ ଜଣଙ୍କୁ ପକ୍ଷଭୁକ୍ତ କରିଛନ୍ତି ଯାହା ଅନୁଭବ ଙ୍କ ପାଇଁ ଏକ ବଡ ଝଟାକ । ତେବେ ଦୁହିଙ୍କର ପାରିବାରିକ ମାମଲା ରେ ଆସନ୍ତା ଶୁଣାଣୀ ମାର୍ଚ୍ଚ ୧୫ ତାରିଖରେ ରଖା ଯାଇଛି ବୋଲି ସୂତ୍ର ରୁ ଜଣା ପଡିଛି ।

ବନ୍ଧୁଗଣ ଆପଣ ମାନଙ୍କର ବର୍ଷା ଓ ଅନୁଭବଙ୍କ ମାମଲାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *