କଣ Lata Mangeshkarଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଛେପ ପକାଇଥିଲେ କି Shah Rukh Khan? ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୁର ସାମ୍ରାଙ୍ଗୀ ଲତା ମଙ୍ଗେସକରଙ୍କର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥା ରେ ପରଲୋକ ଘଟିଛି । ତାଙ୍କୁ ଶେଷ ଥର ଦର୍ଶନ କରିବା ପାଇଁ ଅନେକ ବଡ ବଡ କଳାକାର ମାନଙ୍କ ତହରୁ ଆରମ୍ଭ କରି ତାଙ୍କର ପ୍ରଶଂସକ ମାନଙ୍କର ଭିଡ ଜମିଥିଳା । ତେବେ ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ବାଲୁଡ କିଙ୍ଗ ଖାନ ଶାହରୁଖ ଖାନ ଏମିତି କିଛି କରିଛନ୍ତି ଯାହାକୁ ନେଇଏ ଏବେ ଚର୍ଚ୍ଚା ଓ ବିବାଦ ଚାଲିଛି ।

ଏହି ଭିଡିଓରେ କିଙ୍ଗ ଖାନ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ମୁହଁରୁ ମାସ୍କ କାଢି କିଛି ଏମିତି କରିଛନ୍ତି ଯାହାକୁ ଦେଖି କେତେକ କହିଛନ୍ତି ସେ ଛେପ ପକାଉଛନ୍ତି ତ ଆଉ କେହି କହିଛନ୍ତି କି ସେ ଦୁଆ ମାଗିଲେ । ମୁମ୍ବାଇର ଶିବାଜି ପାର୍କରେ ଚାଲିଥିଲା ଭାରତ ରତ୍ନ ଲତା ମଙ୍ଗେସକରଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ।

ଶିବାଜି ପାର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ଜଣକ ପରେ ଜଣେ ବିଶିଷ୍ଟ ବ୍ୟକ୍ତି ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସିଥିଲେ । କ୍ରିକେଟର ସଚିନ ତେନ୍ଦୁଲକର ଲତାଙ୍କ ମର ଶରୀରକୁ ଛୁଇଁ ସମ୍ମାନ ଜଣାଇ ଥିଲେ । ଏହା ପରେ ଆମର ଆତ୍ମାର ସଦଗତି ପାଇଁ ପହଞ୍ଚିଥିଲେ କିଙ୍ଗ ଖାନ ଶାହରୁଖ ।

ତାଙ୍କ ସହ ଥିଲେ ମ୍ୟାନେଜର ପୂଜା ଦାତଲାନୀ । ଗୋଟିଏ ସ୍ଥାନରେ ଠିଆ ହୋଇ ଉଭୟ ଲତା ଜିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କିନ୍ତୁ ଉପାୟ ଥିଲା ଭିନ୍ନ ଦୁହିଙ୍କର । ଶାହରୁଖ ଲତା ଜିଙ୍କ ଆତ୍ମାର ସଦଗତି ପାଇଁ ଦୁଆ କରୁଥିବା ବେଳେ ପାଖରେ ଠିଆ ହୋଇଥିବା ମ୍ୟାନେଜର ପୂଜା ହାତ ଯୋଡି ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ।

ଭାରତର ମହାନ ଧର୍ମ ନିରପେକ୍ଷ ପରମ୍ପରା ଚିତ୍ରଣ କରୁଥିବା ଏହି ଫୋଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ବେସ ଚର୍ଚ୍ଚା ଚଲାଇଛି । ଲତା ଜିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ କିଂ ଖାନ ମାସ୍କ କାଢି ଛେପ ପକାଉଛନ୍ତି ବୋଲି କେତେକ ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରେ ଏହାକୁ ନେଇ ଉଭୟ ଭଲ ଓ ମନ୍ଦ ଚର୍ଚ୍ଚା ହେଉଛି ।

କେତେକେ ରାଜନୀତିରେ ଥିବା ବ୍ୟକ୍ତି ଏହି ଭିଡିଓକୁ ନେଇ ମତ ରଖିଛନ୍ତି କି ଏହାଳି ମହାନ ହସ୍ତୀଙ୍କର ମର ଶରୀର ପାଖରେ ଛିଡା ହୋଇ ଏପରି ହରକତ କରିବା ନିନ୍ଦନୀୟ ଅଟେ ଯାହା ସଂପୂର୍ଣ୍ଣ ଭାବେ ଭୁଲ ଅଟେ । ତେବେ ପ୍ରକୃତ କଥା କଣ ତାହା କେବଳ କିଙ୍ଗ ଖାନ ଜାଣିଥିବେ । ଯଦି କିଙ୍ଗ ଖାନ ଛେପ ପକାଇଛନ୍ତି ତେବେ ଏହା ଲତା ଜିଙ୍କ ପ୍ରତି ଅସମ୍ମାନ ବୋଲି କେତେକ ଅଭିଯୋଗ କରିଛନ୍ତି ।

ଆଉ କେତେକ କହୁଛନ୍ତି କିଙ୍ଗ ଖାନଙ୍କ ଧର୍ମ ଅନୁଯାୟୀ ଏହା ଏକ ପ୍ରକ୍ରିୟା ହୋଇପାରେ । ଜଣେ ୟୁଜର୍ସ ଲେଖିଛନ୍ତି ଶାହରୁଖ ଛେପ ପକାଉଛନ୍ତି । ଉତ୍ତରରେ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଛେପ ପକାଇବା ଭଳି ଫୁଙ୍କ ମାରିବା ମୁସ୍ଲିମ ଧର୍ମର ଏକ ଏକ ପ୍ରଣାଳୀ ଯାହା ଅନ୍ତିମ ସଂସ୍କାର ସମୟରେ କାରଜାଏ ।

ବନ୍ଧୁଗଣ ଆପଣ ମାନଙ୍କର କିଙ୍ଗ ଖାନଙ୍କର ହରକତ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *