ଝିଅର ଶବ ପାଇଁ ବାପା ମା’ ବନ୍ଧା ପକାଇଲେ ସୁନା, କାରଣ ଜାଣି ଆପଣଙ୍କ ଆଖିରେ ଲୁହ ରହିବନି…

ପ୍ରତେକ ବାପା ମା ଙ୍କ ପାଇଁ ତାନ ପୁଅ ଝିଅ ସମାନ ହୋଇଥାନ୍ତି । ନିଜ ପିଲାଙ୍କର ଖୁସି ପାଇଁ ବାପା ମା କିଛି ବି କରିବାକୁ ପଛାନ୍ତି ନାହି । ଦରକାର ପଡିଲେ ବାପା ମା ଭୋକ ଉପାସରେ ରହି ପିଲାଙ୍କର ପେଟକୁ ଖାଇବାକୁ ଦେଇଥାନ୍ତି । କିନ୍ତୁ ଯେତେବେଳେ ପିଅଳଙ୍କ ଉପରେ କୌଣସି ବିପଦ ଆସେ ତେବେ ବାପା ମା ନିଜ ଜୀବନକୁ ମଧ୍ୟ ବାଜ ଲଗାଇବାକୁ ପଛାନ୍ତି ନାହି । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛି ଯେଉଁ ଠାରେ ଝିଅର ଶବ ଉଦ୍ଧାର କରିବା ପାଇଁ ବାପା ମା କିଛି ଏମିତି କରିଛନ୍ତି ଯାହା ହୃଦୟ ବିଦାରକ କାହାଣୀ ଅଟେ ।

ଦାରୁଣ ଦୁଖର ଏହା ଏମିତି ଏକ କାହାଣୀ ଯାହା ସମସ୍ତଙ୍କ ଆଖିରେ ଲୁହ ଆଣିଦେବ । ଗରିବୀ କେମିତି ଗରିବ ଲୋକକୁ ଉପହାସ କରେ, ଅସହାୟ ମଣିଷକୁ ଅଥସ୍ୟ କରେ ରାୟଗଡାର ଏହି ଘଟଣାରୁ ଜଣା ପଡିଛି । ଝିଅର ବାହାଘର ପାଇଁ କଷ୍ଟ କରି ଯାଉ ସୁନା ଗହଣା କିଣିଥିଲେ ବାପା ମା ଶେଷରେ ଝିଅର ଶବ ଆଣିବା ପାଇଁ ସୁନା ବନ୍ଧା ପକାଇଛନ୍ତି ଅସହାୟ ବାପା ମା । ରାୟଗଡା ଜିଲ୍ଲା ସଦର ବ୍ଲକ ପିପଲଗୁଡା ଗାଁର ପାତ୍ର ମାନାଙ୍ଗୀ ଓ ସୁନ୍ଦରୀ ମାନାଙ୍ଗୀଙ୍କ ଝିଅ ଲକ୍ଷ୍ମୀ ।

ଏହି ବର୍ଷ ଲକ୍ଷ୍ମୀଙ୍କର ବିବାହ ହେବାର ଥିଲା କିନ୍ତୁ ଆର୍ଥିକ ଅଭାବ କାରଣରୁ ସେ ଗତ ବର୍ଷ ଭାବି ସ୍ଵାମୀଙ୍କ ସହ କାମ କରିବା ପାଇଁ ତାମିଲନାଡୁ ଯାଇଥିଲେ । ମଞ୍ଚେଶ୍ଵର ଟେକ୍ସଟାଇଲ ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀରେ କାମ କରୁଥିଲେ ଲକ୍ଷ୍ମୀ । ଜାନୁଆରୀ ୨୫ରେ କାମ କରିବା ସମୟରେ କୌଣସି କାରଣ ବଶତା ଲକ୍ଷ୍ମୀ ନିଆଁରେ ପୋଡି ହୋଇ ଯାଇଥିଲେ । ୧୧ ଦିନ ଧରି ହସପିଟାଲରେ ମୃତ୍ୟୁ ସହ ଲଢିବା ପରେ ଫେବୃଆରି ୫ରେ ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିଲା ।

ଭାବି ସ୍ଵାମୀଙ୍କ ପାଖରେ ଟଙ୍କା ନ ଥିବା କାରଣରୁ କମ୍ପାନୀ ମୃତ ଦେହ ପଠାଇବା ପାଇଁ କୌଣସି ସାହାଜ୍ଯ କରିନ ଥିଲା । ଶେଷ ଥର ପାଇଁ ଝିଅର ଶବକୁ ଦେଖିବା ପାଇଁ ବାହାଘର ପାଇଁ କିଣା ଯାଇଥିବା ସୁନାକୁ ବନ୍ଧା ପକାଇ ୩୦ହଜାର ଟଙ୍କା ପଠାଇଛନ୍ତି ଅସହାୟ ବାପା ମା ।

ତେବେ ଏହି ଘଟଣା ଘଟିବା ପରେ କମ୍ପାନୀ କୌଣସି ସାହାଜ୍ଯ ନ କରି ଥିବାରୁ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବା ପାଇଁ ଆର୍ଥିକ ସାହାଜ୍ଯ ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ନିକଟରେ ନିବେଦନ କରିଛନ୍ତି । ତେବେ ଏହି ଘଟାଣ ବାବଦରେ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେବ ତାହାର ଅପେକ୍ଷା ରେ ଅଛନ୍ତି ଅସହାୟ ବାପା ମା ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବାବଦରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *