ମଣିଷଙ୍କୁ ଏହି କର୍ମର ପାପ ଲାଗେ ନାହିଁ- Krishna Vani

ଆପଣ ମାନେ ଜାଣିଥିବେ ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ଭଗବତ ଗୀତାର ଜ୍ଞାନ ଦେଇଥିଲେ । ଭଗବାନ କୃଷ୍ଣ ଅର୍ଜୁନଙ୍କୁ ମନୁଷ୍ୟ ଜୀବନର ସତ୍ୟତା ବିଷୟରେ ଅବଗତ କରାଇ ଥିଲେ । ମଣିଷ ଜୀବନ ସହ ଜଡିତ ଅନେକ କଥା ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କହିଥିଲେ । ଆଜି ଆମେ ଆପଣ ମାନଙ୍କୁ ସେହି କଥା ମଧ୍ୟରୁ ଦୁଇଟି କଥା କହିବାକୁ ଯାଉଛୁ ଯେଉଁଥିରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ କହିଥିଲେ ।

କୁରୁକ୍ଷେତ୍ର ରେ ଥିବା ଅରଜୁନ ଭଗବାନ କୃଷ୍ଣଙ୍କୁ ପ୍ରଶ୍ନ କରିଥିଲେ “ହେ କେଶବ ମନୁଷ୍ୟକୁ କେଉଁ କର୍ମ ପାଇଁ ପାପ ଲାଗେ ନାହି” । ଏହି ପ୍ରଶ୍ନର ଉତ୍ତର ରେ ଭଗବାନ କୃଷ୍ଣ କହିଥିଲେ ଯେ ଯଦି କୌଣସି କାମ ନିଷ୍କାମ କର୍ମ ପାଇଁ କରାଯାଏ ତେବେ ସେହି କାମରେ ପାପ ଲାଗେ ନାହି ଓ ନା ପୂଣ୍ୟ ମିଳିଥାଏ । ଏହା ପରେ ଅର୍ଜୁନ ଭଗବାନ କୃଷ୍ଣଙ୍କୁ କହିଲେ ଯେ ହେ ଭଗବାନ ଏ ନିଷ୍କାମ କର୍ମ କଣ ଅଟେ ଓ ଏହାକୁ କେମିତି କରାଯାଏ । ଏହାର ଉତ୍ତରରେ ଭଗବାନ କୃଷ୍ଣ କହିଲେ ଯେ ଏହି ସାଧନ ପାଇଁ ବର୍ଷ ବର୍ଷ ଧରି ତପସ୍ୟା କରିବା ଦରକାର ନାହି ।

ଏହାକୁ ଗୋଟେ କ୍ଷଣ ମଧ୍ୟରେ ହାସଲ କରି ହେବ । ଯେଉଁ ସମୟରେ ମଣିଷ ନିଜର ଫଳାଫଳ କଥା ନ ଭାବି ନିଜ କର୍ମ କୁ କର୍ତ୍ତବ୍ୟ ମାନେ କରିବା ଆରମ୍ଭ କରି ଦିଏ ସେହି ସମୟରୁ ମଣିଷର ନିଷ୍କାମ କର୍ମ ଆରମ୍ଭ ହୋଇଯାଏ । ଏହା ଦ୍ଵାରା ମଣିଷ ଜୀବନରେ ସୁଖସାନ୍ତି ଓ ସମୃଦ୍ଧି ମିଳିଥାଏ । ଏହା ଶୁଣିବା ପରେ ଅର୍ଜୁନ ଭଗବାନ କୃଷ୍ଣଙ୍କୁ ପଚାରି ଥିଲେ “ହେ ମଧୁସୂଦନ ଯଦି ମନକୁ ବଶ ଭିତରେ ରଖାଯାଏ ତେବେ କଣ ମୁକ୍ତିର ଦ୍ଵାରା ଖୋଲିଯାଏ ବା ମନକୁ ବଶ କରିବାର କିଛି ମାର୍ଗ ବା ଉପାୟ ରହିଛି କି ନାହି” ।

ଉତ୍ତର ରେ ଭଗବାନ କୃଷ୍ଣ କହିଥିଲେ ଯେ ମାର୍ଗ ବା ଉପାୟ ଅଛି ଯାହା ଅତି ସରଳ ଉପାୟ ଅଟେ ଯାହା କରିବା ପାଇଁ ଜଟିଳ ଲାଗିବ । ଭଗବାନ କୃଷ୍ଣ କହିଛନ୍ତି ଯେଉଁ ମଣିଷ ଧୀର ସ୍ଥିର ହୋଇଥିବ ଓ ତା ମନ ଦୃଢ ନିଶ୍ଚିନ୍ତ ଥିବ ତାହା ପାଇଁ ନିଜ ମନକୁ ବଶ କରିବା ସରଳ ଅଟେ । ଯେଉଁ ମଣିଷ ଧୀର ମତି ନୁହେ ତା ପାଇଁ ଏହି କାର୍ଯ୍ୟ ବହୁତ ଜଟିଳ ଅଟେ ।

ଏହା ପରେ ଅର୍ଜୁନ ପ୍ରଶ୍ନ କରିଲେ ଏହି ଦୃଢନିଶ୍ଚିନ୍ତ କିପରି ହୋଇଥାଏ । ଉତ୍ତରରେ କୃଷ୍ଣ କହିଲେ ଯେ ଦୃଢନିଶ୍ଚୟ ବିଶ୍ଵାସରୁ ହୋଇଥାଏ । ଯେବେ ମନୁଷ୍ୟ ନିଜର ଧର୍ମ ଓ କର୍ମକୁ ଜାଣିଯାଏ ତେବେ ସେ ଦୃଢନିଶ୍ଚୟ ହୋଇ ନିଜ ମନକୁ ବଶ କରି ଲକ୍ଷ୍ୟରେ ଆଗକୁ ବଢିଥାଏ । ଏହିପରି ଭାବେ ଭଗବାନ ଶ୍ରୀ କୃଷ୍ଣ ଏମିତି କର୍ମ କରିଲେ ପାପ ଲାଗେ ନାହିର ଯଥାର୍ଥ କହିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *