ମାର୍କେଟକୁ ଆସିଲା Aseema Panda ଓ Human Sagarଙ୍କ ନୂଆ ଗୀତ, ଯାହା ହେଉଛି ଭାଇରାଲ

ବନ୍ଧୁଗଣ ଆପଣ ମାନେ ସାଉଥ ଜଗତର ସୁପର ଷ୍ଟାର ଅଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକାଙ୍କ ରିଲିଜ ହୋଇଥିବା ଫିଲ୍ମ “ପୁଷ୍ପା” ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ସାମ୍ୟ ସାମୀ ଗୀତରେ ଅଭିନେତ୍ରୀ ରଶ୍ମିକା ଯେଉଁ ଭଳି ଡ୍ୟାନ୍ସ କରୁଛନ୍ତି ତାହା ଏବେ ଚର୍ଚ୍ଚାରେ ରହିଛି । ଖାଲି ଏହି ଫିଲମର ଗୀତ ନୁହେଁ ବରଂ ଏହି ଫିଲ୍ମଟି ମଧ୍ୟ ସୁପରଡୂପର ହିଟ ହୋଇଛି ।

ଏହି ଫିଲ୍ମରେ ଥିବା ଗୀତ ଗୁଡିକୁ ନେଇ ଦେଶରେ ପ୍ରାୟ ଲୋକ ମାନେ ଋଲ୍ସ ଓ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି ଯାହା ଜୋରସୋର ରେ ଆଗେଇବାରେ ଲାଗିଛି । ସାରା ଦେଶରେ ସାମୀ ସାମୀ ଗୀତର ବହୁତ ଡିମାଣ୍ଡ ବୃଦ୍ଧି ପାଇଛି । ଆଉ ଓଡିଶାରେ ଏବେ ମୋ ସ୍ଵାମୀ ସ୍ଵାମୀ ଗୀତର ଚାହିଦା ବୃଦ୍ଧି ପାଇଛି ।

ଆମ ଓଡିଶାରେ ସାମୀ ସାମୀ ଗୀତା ବଦଳରେ ସ୍ଵାମୀ ସ୍ଵାମୀ ଗୀତ ରିଲିଜ ହୋଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ଯୋଡ଼ା ଧରିଛି । ଯାହା ପାଖରୁ ଶୁଣିବେ ତା ମୁହଁରେ ଖାଲି ମୋ ସ୍ଵାମୀ ସ୍ଵାମୀ ଗୀତ ଶୁଭୁଛି । ତେବେ ଏହି ଗୀତରେ ଓଡିଶାର ସୁନାଧାନ୍ୟ ଶିଂଗାର ଅସୀମା ପଣ୍ଡା ଓ ହ୍ୟୁମାନ ସାଗର କଣ୍ଠଦାନ କରିଛନ୍ତି ଯାହା ଖୁବ ଚର୍ଚ୍ଚାରେ ରହିଛି ।

ପାଲିଙ୍କି ସଜାଇ ବାଜା ବଜାଇ ଆଣିଛି ମୁଁ ତତେ ସଜେଇ ପ୍ରେମରେ ଡାକିବୁ ହେଇଟି ଶୁଣ ରାନ୍ଧି ଖୁଆଇବୁ ମୋତେ ନଅ ତିଅଣ ଭଲ ମନ୍ଦ କୋଉଥିରେ ରଖିବିନି କମି ମୁ ତୋ ସ୍ଵାମୀ ସ୍ଵାମୀ ଏହି ଗୀତଟି ଏବେ ସୋସିଆଲ ମିଡିଆରେ ଚହଲା ସୃଷ୍ଟି କରିଛି ।

ପୁଣି କେତେବେଳେ ମୁଁ ତୋର ପାଗଳ ସ୍ଵାମୀ ମଜନୂ ସ୍ଵାମୀ ବୋଲି ଗାଇଛନ୍ତି ଗାୟକ ହ୍ୟୁମାନ ସାଗର । ଅନ୍ୟ ପକ୍ଷରେ ହାୟିକା ସୀମା ପଣ୍ଡା ଗାଇଛନ୍ତି ସବାରିରେ ସଜାଇ ଆଣିଛୁ ଯେମିତି ମୋତେ ରଖିବୁ ସେମିତି ପାଖରେ ବସେଇ କହିବେ ମିଠା କଥା କୋଉଥିରେ କରିବୁନି କମି ତୁ ମୋ ସ୍ଵାମୀ ତୁ ମୋ ସ୍ଵାମୀ । ଏହି ଗୀତକୁ ନେଇ ଏବେ ସମସ୍ତଙ୍କ ମୁହଁରେ ଚର୍ଚ୍ଚା ଲାଗି ରହିଛି ।

ଦର୍ଶକ ମାନେ ମତ ରଖିଛନ୍ତି ତେଲୁଗୁର ସାମୀ ସାମୀ ଗୀତକୁ ଫୁଲ ଦାମ ରେ ଟକ୍କର ଦେଇଛି ସ୍ଵାମୀ ଆଉ ମୁଁ ତୋ ସ୍ଵାମୀ ଗୀତ । କେବଳ ଓଡିଶାରେ ନୁହେଁ ବରଂ ସାରା ଦେଶରେ ପୁଷ୍ପା ଫିଲ୍ମର ଟ୍ରେଣ୍ଡ ଦେଖିବାକୁ ମିଳିଛି । “ପୁଷ୍ପା” ଫିଲ୍ମକୁ ନେଇ BMC ପକ୍ଷରୁ ଟ୍ବିଟ କରାଯାଇଛି କି ଦିନ ହେଉ କି ରାତି ଅଳିଆ କେବଳ ଡଷ୍ଟବିନରେ ପଡିବ ବାହାରେ ନୁହେଁ ।

ଅନ୍ୟ ପକ୍ଷରେ ଓଡିଶା ପରିବହନ ବିଭାଗ “ପୁଷ୍ପା” ଫିଲ୍ମକୁ ନେଇ ଟ୍ବିଟ କରିଥିଲେ କି ବିନା ହେଲମେଟରେ ଗାଡି ଚଳାଇଲେ ଚାଲାଣ କଟାଯିବ । ତେବେ ସାରା ଦେଶରେ ପୁଷ୍ପା ଫିଲ୍ମର ଚର୍ଚ୍ଚା ହେଉଥିବା ବେଳେ ଅନ୍ୟ ପକ୍ଷରେ ଏହି ଫିଲ୍ମର କିଛି ସିନକୁ ନେଇ ବିବାଦ ସୃଷ୍ଟି ହେଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଓଡିଆ ଗୀତ ସ୍ଵାମୀ ସ୍ଵାମୀ କେମିତି ଲାଗିଲା ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *