ଇଲେକ୍ଟ୍ରି ଗାଡି ଚାଳକଙ୍କ ପାଇଁ ଆସିଲା ବଡ ଖୁସି ଖବର, ସରକାର କଲେ ବଡ ଘୋଷଣା… କଣ ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ବନ୍ଧୁଗଣ ବଢିବାରେ ଲାଗିଛି ଇଲେକ୍ଟ୍ରି ଗାଡିର ଚାହିଦା । ଆଗକୁ ବଢିବ ଡିମାଣ୍ଡ କାରଣ ସରକାର ବ୍ଯାଟେରୀ ବଦଳାଇବାରେ ଦେବେ ରିହାତି । ଚାର୍ଜ ନ ଥିବା ବ୍ଯାଟେରୀ ବଦଳରେ ଆପଣ ପାଇପାରିବେ ଫୁଲ ଚାର୍ଜ ଥିବା ବ୍ଯାଟେରୀ । ଏହି ବର୍ଷ ବଜେଟରେ ଅର୍ଥମନ୍ତ୍ରୀ ନିର୍ମାଳା ସୀତାରାମଣ ଏଭଳି ନୀତି ଅଣାଯିବା ବୋଲି ଘୋଷଣା କରିଛନ୍ତି । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଇଲେକ୍ଟ୍ରି ଗାଡି ବ୍ୟବହାର କରୁଥିବା ଲୋକେ ଓ ଆଗକୁ ଇଲେକ୍ଟ୍ରି ଗାଡି କିଣିବାକୁ ଯାଉଥିବା ଲୋକେ ।

ବ୍ଯାଟେରୀ ସ୍ଵାପିଙ୍ଗର ଅର୍ଥ ହେଉଛି ବ୍ଯାଟେରୀ ବଦଳାଇବା ବ୍ୟବସ୍ଥା । ଏହି ବ୍ୟବସ୍ଥାରେ ଆପଣ ଇ-ଗାଡିର ବ୍ଯାଟେରୀ ଚାର୍ଜ ସେସ ହେବା ପରେ ସ୍ଵାପିଙ୍ଗ ଷ୍ଟେସନରେ ବଦଳାଇ ଏକ ଫୁଲ ଚାର୍ଜ ବ୍ଯାଟେରୀ ନେଇପାରିବେ । ଏହା ଦ୍ଵାରା ଚାର୍ଜିଙ୍ଗ ଷ୍ଟେସନ ସ୍ଥାପନକୁ ନେଇ ରହିଥିବା ଆହ୍ଵାନ ଗୁଡିକୁ ଦୂର କରାଯାଇ ପାରିବ । ଇ-କ୍ଯାରି ମାଲିକ ମାନେ ନିଜ ଗାଡି ଚାର୍ଜ କରିବା ପାଇଁ ଆଉ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବ ନାହି ।

ସୂତ୍ର ଅନୁସାରେ ବ୍ଯାଟେରୀ ମିଳିଲେ ଗାଡି ମାଲିକଙ୍କ ନୂଆ ବ୍ଯାଟେରୀ କିଣିବା ଖର୍ଚ୍ଚ ସଞ୍ଚୟ ହୋଇ ପାରିବ । ଚାର୍ଜିଙ୍ଗ ଷ୍ଟେସନରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ବଦଳରେ ସ୍ଵାପିଙ୍ଗ ଷ୍ଟେସନରେ ମାତ୍ର କିଛି ମିନିଟରେ ଗାଡିର ବ୍ଯାଟେରୀ ବଦଳାଇ ଏକ ଫୁଲ ଚାର୍ଜ ବ୍ଯାଟେରୀ ନେଇ ହେବ । ବ୍ଯାଟେରୀ ସ୍ଵାପିଙ୍ଗ ଓ ଆଉଟଲେଟ ସାଧାରଣତ ବିଦ୍ୟୁତ କମ୍ପାନୀ ଦ୍ଵାରା ସ୍ଥାପନ କରା ଯାଇଥାଏ ।

ଇ-ଗାଡିର ଚାଳକ ସେହି ଆଉଲେଟରେ ପହଞ୍ଚି ନିଜ ଗାଡିରେ ଶେଷ ହୋଇ ଯାଇଥିବା ବ୍ଯାଟେରୀ ଦାଖଲ କରି ଫୁଲ ଚାର୍ଜ ବ୍ଯାଟେରୀ ନେଇ ପାରିବେ । ତାହା ପୂର୍ଣ୍ଣ ଚାର୍ଜ ଲାଗି ଯେତିକି ବିଦ୍ୟୁତ ଦରକାର ସେଥିପାଇଁ ଚାଳକ ଜଣକ ପେମେଣ୍ଟ କରିବେ । ଏଲପିଯି ସିଲିଣ୍ଡର ଲୋକ ମାନେ ଯେମିତି ପାଇ ପାରୁଛନ୍ତି ସେମିତି ଚାରଜୀ ବ୍ଯାଟେରୀ ପାଇ ପାରିବେ ।

ସ୍ଵାପିଙ୍ଗ ଆଉଟଲେଟ ଗୁଡିକ ବିପଉଳ ସଂଖ୍ୟକ ବ୍ଯାଟେରୀ କିଣିବା ସହ ଚାରଜିଙ୍ଗ ଷ୍ଟେସନ ସ୍ଥାପନ କରି ପାରିବେ । ସେଠାରେ ଚାର୍ଜ ନ ଥିବା ବ୍ଯାଟେରୀ ଗୁଡିକୁ ଚାର୍ଜ କରାଯିବ । ବ୍ଯାଟେରୀ ସ୍ବାପିଙ୍ଗ ସୁବିଧା ପାଇବାକୁ ହେଲେ ସ୍ଵତନ୍ତ୍ର ଅପରେଟରଙ୍କ ସହ ବୁଝାମଣା ସ୍ଵାକ୍ଷର କରିବାକୁ ପଡିବ ।

ଏହା ପରେ କେବଳ ସେହି ଅପରେଟରଙ୍କ ଆଉଟଲେଟରେ ଗାଡି ଚାଳକ ବ୍ଯାଟେରୀ ସ୍ଵାପିଙ୍ଗ ସୁବିଧା ପାଇ ପାରିବେ । ଉଦାହରଣ ଯଦି ଆପଣ ଏକ୍ସ ସଂସ୍ଥା ସହ ଗାଡି ଚାଳକ ସ୍ଵାପିଙ୍ଗ ଚୁକ୍ତି ସ୍ଵାକ୍ଷର କରିଥିବେ ତେବେ ସହରରେ ସେହି ସଂସ୍ଥାର ଯେଉଁ ସ୍ଥାନରେ ସ୍ଵାପିଙ୍ଗ ସେଣ୍ଟର ବା ଆଉଟଲେଟ ଥିବା ଗାଡି ଚାଳକ ସେଠାରେ ବ୍ଯାଟେରୀ ବଦଳାଇ ପାରିବେ ।

ସବୁଜ ଭବିଷ୍ୟତ ଲାଗି ଇଲେକ୍ଟ୍ରି ଗାଡିକୁ ସାରା ବିଶ୍ବରେ ପରିଚାଳିତ କରା ଯାଉଛି । ଭାରତ ମଧ୍ୟ ସେହି ଧାରାରେ ରହିଛି । ତେବେ ଯେଉଁ ମାନେ ଇଲେକ୍ଟ୍ରି ଗାଡି କିଣିବା ପାଇଁ ଚିନ୍ତା କରୁଛନ୍ତି ସେମାନେ ବ୍ଯାଟେରୀ ଚାର୍ଜ କରିବାର ଏହିଭଳି ସୁବିଧା ପାଇ ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କର ଇଲେକ୍ଟ୍ରି ଗାଡିର ବ୍ଯାଟେରୀ ବଦଳାଇବାର ରିହାତି ବିଷୟରେ ଯେଉଁ ପଦକ୍ଷେପ ସରକାର ନେଇଛନ୍ତି ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *