ମେଡିକାଲ ବେଡ୍ ହେଲା ମଣ୍ଡପ, ପୁରା ରୀତିନୀତିରେ ଚିକିତ୍ସିତ କନିଆଁଙ୍କୁ ବିବାହ କଲେ ବର, ଦେଖିଲେ ପ୍ରଶଂସା ନ କରି ରହିପାରିବେନି, ଦେଖନ୍ତୁ Video

ନମସ୍କାର ଦର୍ଶକ ବନ୍ଧୁ , ଡାକ୍ତରଖାନାରେ ପହଞ୍ଚିଲେ ବରଯାତ୍ରୀ , ମେଡିକାଲ ବେଡ୍ ସାଜିଥିଲା ମଣ୍ଡପ । ଡାକ୍ତର ଖାନାରେ ପୁରହିତ ପଢିଲେ ମନ୍ତ୍ର । ଆପଣମାନେ ନିଶ୍ଚିତଭାବରେ ବଡ ହୋଟେଲ ମାନଙ୍କ ରେ ବାହାଘର ହେବ ଦେଖିଥିବେ । ଯଦି କେହି ବରଯାତ୍ରୀ ନେଇ ଡାକ୍ତର ଖାନା କୁ ପହଞ୍ଚିବା ଶୁଣିବେ ତ କେବେ ବି ବିଶ୍ଵାସ କରିପାରିବେ ନାହିଁ । କିନ୍ତୁ ବନ୍ଧୁଗଣ ଏହା ସତ୍ୟ ଘଟଣା ଅଟେ ।

ମଧ୍ୟପ୍ରଦେଶ ର କଣ୍ଡୁଆ ସ୍ଥାନ ରେ ଏଭଳି ଏକ ଘଟଣା ସାମନାକୁ ଆସିଛି ।  ବର ବରଯାତ୍ରୀ କୁ ନେଇ ହୋଟେଲ ବା ମଣ୍ଡପ କୁ ଯାଇନଥିଲେ ଡାକ୍ତର ଥାନାରେ ଯାଇ ପହଞ୍ଚିଥିଲେ ବର । ଦୁର୍ଘଟଣା ପରେ ମଧ୍ୟ ଠିକ୍ ସମୟରେ ବିବାହ କରିଥିଲେ ବର । ଏଥିପାଇଁ ଡାକ୍ତର ଖାନାର ଶର୍ଯ୍ୟା ରେ ଏକ ମଣ୍ଡପ ସଜା ଯାଇଥିଲା ପୁରହିତ ମଧ୍ୟ ମାତ୍ର ପାଠ କରିଥିଲେ । ମହାଶିବରାତ୍ରୀ ଦିନ ହୋଇଥିବା ଏହି ବିବାହ କୁ ନେଇ ଚର୍ଚା ଜୋର ଧରିଛି ।

ଏହି ବିବାହ ସାଧାରଣ ବିବାହ ଠାରୁ ଭିନ୍ନ ଥିଲା ଏହାର ଚିତ୍ର ସୋଶିଆଲ୍ ମେଡିଆରେ ବହୁତ ଟ୍ରେଣ୍ଡ ହେଉଛି । ଝିଅ ଟିର ନାମ ଶିବାନୀ  ଏହି ଫେବୃୟାରୀ ୧୬ ରେ କଣ୍ଡୁଆ ର ଦୋଳ ଦୁଲିଆରେ ବିବାହ ହେବାକୁ ଯାଉଥିଲେ । ବିବାହ ପୂର୍ବରୁ ଝିଅ ତାଙ୍କ ମାମୁଁ ଘରକୁ ଆସିଥିଲେ । ଏଠାରେ ସେ ବିବାହର ତିନି ଦିନ ପୂର୍ବରୁ ଏକ ଭୟଙ୍କର ବିପଦର ଶିକାର ହୋଇଥିଲେ ।

ଏହି ବିପଦରେ ଝିଅ ଟିର ଡାହାଣ ଗୋଡ ଓ ହାତ ଭାଙ୍ଗି ଯାଇଥିଲା । ତାଙ୍କ ଘର ଲୋକ ତୁରନ୍ତ ଚିକିସ୍ରା ପାଇଁ ନିକଟରେ ଥିବା ଏକ ଘରୋଇ ଡାକ୍ତର ଖାନା କୁ ନେଇଯାଇ ଝିଅ ର ଉପଚାର କରିଥିଲେ । ଏହି କାରଣ ପାଇଁ ତିନି ଦିନ ପରେ ହେବାର ଥିବା ବିବାହ ଟି ହୋଇପାରି ନ ଥିଲା । ଝିଅ ର ସବୁ ଆଶା ଯେମିତି ଏକ କାଚ ପରି ଭାଙ୍ଗି ଯାଇଥିଲେ , ଘରେ ଲୋକେ ମଧ୍ୟ ଏଭଳି ପରିସ୍ଥିତିରେ କରିବେ ତ କରିବେ କ’ଣ ।

ଯେଉଁ ସ୍ଵପ୍ନ ଦେଖିଥିଲେ ବିବାହ ପାଇଁ ଯେଉଁ ସବୁ ଜିନିଷ ଆସିଯାଇଥିଲେ ଏବେ ହେବ ନାହିଁ ବିବାହ । କିନ୍ତୁ ଉରର୍ଜନ ନିବାସୀ ରାଜେନ୍ଦ୍ର ଶିବରାତ୍ରୀ ଦିନ ନେଇକି ଯାଇଥିଲେ ବରଯାତ୍ରୀ ସେହି ଘରୋଇ ଡାକ୍ତର ଖାନାକୁ ବନେଇ ଥିଲେ ବିବାହ ମଣ୍ଡପ ।  ସବୁ ବିଧି ଅନୁସାରେ ହୋଇଥିଲା ବିବାହ ଏଥିରେ ଯୋଗ ଦେଇଥିଲେ ଡାକ୍ତର ଖାନା ର କିଛି କର୍ମ ଚାରୀ ଓ ଘରର ଲୋକ । ଏହି ବିଷୟ ଉପରେ ଆପଣଙ୍କ ମତ କ’ଣ କମେଣ୍ଟ କରନ୍ତି ଓ ଆମ ପୋଷ୍ଟ କୁ ,ଲାଇକ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *