ମୋଟାପା ଦୂର କରିବାର ଗଜବ ଉପାୟ, ବିନା ଔଷଧ ଓ ଏକ୍ସରସାଇଜ ରେ ଆପଣ ବି କରନ୍ତୁ 30 କିଲୋ ପର୍ଯ୍ୟନ୍ତ ନିଜର ଓଜନ ହ୍ରାସ- Weight Loss Tips

ବନ୍ଧୁଗଣ ଆଜିକାଲି ଖାଦ୍ୟପେୟ ହେଉ ବା ଅନ୍ୟ କୌଣସି କାରଣ ପାଇଁ ହେଉ ପ୍ରାୟତ ମହିଳା ମାନଙ୍କ କ୍ଷେତ୍ରରେ ମୋଟାପଣ ଅଧିକ ଦେଖା ଯାଉଛି । ଏଥିପାଇଁ ସେମାନେ ଯେତେ ଯୋଗ ବା ବ୍ୟାୟାମ କରିଲେ ମଧ୍ୟ କିଛି ସୁଫଳ ମିଳୁ ନାହି । ଖାଦ୍ଯ ଉପରେ ଯେତେ ନିୟନ୍ତ୍ରଣ କରିଲେ ମଧ୍ୟ ମୋଟାପା କମ ହେଉ ନାହି । ଶରୀରରେ ଚର୍ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି । ଏଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ମୋଟାପା କମ ହେବା ସହ ଶରୀରରେ ଫୁର୍ତ୍ତି ଆସିବାକୁ ଲାଗିବ ।

୧ – ଏଥିପାଇଁ ଆପଣଙ୍କୁ ଗୋଟେ ଗ୍ଳାସ ଗରମ ପାଣିରେ ଅଧା ଲେମ୍ବୁ ଓ ଅଧ ଚାମଚ କଳା ଲୁଣ ମିଶାଇ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ମୋଟାପା କମ ହୋଇ ପାରିବ । ଏହାକୁ ଚାହା ପିଇବା ଭଳି ସେବନ କରିବାକୁ ହେବ । ସକାଳେ ଓ ସନ୍ଧ୍ୟା ରେ ଖାଲି ପେଟରେ ଏହି ଡ୍ରିଂକ ର ସେବନ କରିଲେ ମୋଟାପା କମ ହେବାରେ ଲାଗିବ । ଆପଣଙ୍କର ମୋଟାପା ବଢିବା କମ ହେବ ସହ ଶରୀରରେ ଚର୍ବି ମାଂସ କମ ହେବାରେ ଲାଗିବ । ଆପଣଙ୍କର ହଜମ କ୍ରିୟା ଠିକ ହେବା ସହ ଆପଣ ପତଳା ହେବାକୁ ଲାଗିବେ । ଏହା ବ୍ଯତୀତ ପେଟ ସଫା ରହିବା ସହ ଆପଣଙ୍କୁ ଖଟା ହେକୁଟି ଆସିବ ନାହି । ଏହା ସହ ଏସିଡିଟି ସମସ୍ୟା ଦୂର ହେବ ।

୨- ଅନ୍ୟ ଏକ ଉପାୟ ହେଉଛି ଖଣ୍ଡେ ଛୋଟ ଅଦା ନେଇ ଏହାକୁ ମୁହଁରେ ନେଇ କିଛି ସମୟ ରଖନ୍ତୁ । ଏହାର ରସ ଧୀରେ ଧୀରେ ଆପଣଙ୍କ ଶରୀରକୁ ଗଲେ ଆପଣଙ୍କର ମୋଟାପା ଦୂର ହେବା ସହ ଖାଦ୍ୟ ଠିକ ଭାବେ ହଜମ ହେବ । ଏହା ସହ ଆପଣଙ୍କର ଶରୀରର ଚର୍ବି ଅଂସ କମ ହେବାରେ ଲାଗିବ ।

୩- ଆଉ ଏକ ବିଶେଷ କଥା ହେଉଛି ଖାଇବା ସମୟରେ ପାଣିର ସେବନ କରିବା ଅନୁଚିତ । କାରଣ ଏହା ଦ୍ଵାରା ଶରୀରରେ ଚର୍ବି ଅଧିକ ହୋଇଥାଏ । ଏହା ଛଡା ଫାଷ୍ଟ ଫୁଡ ବା ତେଲ ଜାତିୟ ଖାଦ୍ୟର ସେବନ କରିବା ଅନୁଚିତ । ଦିନକୁ କମ ସେ କମ ୪ ଲିଟର ପାଣି ସେବନ କରିବା ଉଚିତ । ଏହା ସହ ଚାହା, କଫି ବା ଥଣ୍ଡା ର ସେବନ କରିବା ଅନୁଚିତ । ଆପଣ ପ୍ରତି ଦିନ ନଖ ଉଷୁମ ପାଣିର ସେବନ କରିଲେ ଶରୀର ପାଇଁ ହିତକାରକ ହୋଇଥାଏ ।

୪- ରାତିରେ ଖାଇବା ସମୟରେ ଅଳ୍ପ ଖାଦ୍ୟ ଖାଇବା ଉଚିତ । ବେସୀ ଭାରି ଖାଦ୍ୟ ରାତିରେ ଖାଇବା ଅନୁଚିତ । ଅଧିକ ଖାଦ୍ୟ ଖାଇଲେ ରାତିରେ ଚର୍ବି ବଢିଥାଏ । ଦିନକୁ ଅକ୍ମ ସେ କମ ୪୦ ମିନିଟ ଯାଏଁ ଯୋଗ ବା ବ୍ୟାୟାମ କରିବା ଉଚିତ । ଯାହା ଦ୍ଵାରା ଶରୀରରେ ବଳ ଆସିବା ସହ ଫୁର୍ତ୍ତି ଆସିବ । ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଳାସ ଗରମ ପାଣି ସେବନ କରିଆବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *