ମୋଡି ହୋଇଥିଲେ ବା ଭିତର ଆଘାତ ରୁ ଆରାମ ଦେବ ଏହି ଦେଶୀ ଉପାୟ

ଏମିତି କେତେଥର ହୋଇଥାଏ କି ଯେତବେଳେ ଚାଲୁ ଚାଲୁ ହଠାତ ପାଦ ସନ୍ତୁଳନ ହରାଇ ମୋଡି ହୋଇ ଯାଇଥାଏ । ଯେତବେଳେ ଏମିତି ହୋଇଥାଏ ତେବେ ପାଦରେ ଦରଜ ଆସିଯାଇଥାଏ । କିଛି ଲୋକ ତ ଗୋଟିଏ ହିଁ ପାଦରେ ବାରବାର ମୋଡି ହୋଇଯିବାରୁ ବି ଚିନ୍ତାରେ ଥାନ୍ତି । ଯଦି ଆପଣଙ୍କର ପାଦ ଅଳ୍ପ ମୋଡି ହୋଇ ଯାଇଛି ତାହେଲେ ଆପଣ ତାକୁ ଘରୋଇ ଉପାୟରେ ଠିକ କରିପାରିବେ । ଆଜି ଆମେ ଆପଣଙ୍କୁ ମୋଡିହେବାର ଏକ ଏମତି ଆୟୁର୍ବେଦିକ ଉପାୟ କହିବୁ ।

ଯାହାକୁ ଆପଣାଇବା ପରେ ଆପଣଙ୍କର ପାଦ ର ଦରଜ ଗୋଟେ ରାତିରେ ହିଁ ଭଲ ହୋଇଯିବ , ଆସନ୍ତୁ ଜାଣିବା ।

ହଳଦୀ ଏବଂ ଚୂନ ର କରନ୍ତୁ ବ୍ୟବହାର

ଭାରତୀୟ ଘରେ ହଳଦୀ ବିନା ଖାଇବା ତିଆରି କରି ହୁଏ ନାହିଁ । ଏହା ସ୍ଵାଦ ର ସ୍ଥାନରେ ଶରୀର ପାଇଁ ବି ବହୁତ ଭଲ ହୋଇଥାଏ । ଏହାକୁ ଖାଇବା ଛଡା ଘା ଉପରେ ଲଗାଯାଇ ପାରିବ । ଯେତବେଳେ ପାଦ ବା ହାତ ମୋଡି ହୋଇ ଯିବ ତାହେଲେ ଏକ ପାତ୍ର ରେ ଦୁଇ ଚାମଚ ହଳଦୀ ଏବଂ ଏକ ଚାମଚ ଚୂନ ନିଅନ୍ତୁ ।

ଏହାକୁ ଭଲ ଭାବରେ ମିଶାଇ କମ ଆଞ୍ଚରେ ଏକ -ଦୁଇ ମିନିଟ ରଖିବା ପରେ କାଢି ଦିଅନ୍ତୁ ଏବଂ ଅଳ୍ପ ଗରମ ଥିବା ସମୟରେ ମୋଡି ହୋଇ ଯାଇଥିବା ଜାଗା ଉପରେ ଲଗାନ୍ତୁ । ଯେପର୍ଜ୍ଯନ୍ତ ନ ଶୁଖିଛି ତାହାକୁ କାଢନ୍ତୁ ନାହିଁ ,ଶୁଖିଲା ପରେ ଅଳ୍ପ ଗରମ ପାଣିରେ ଧୋଇ ଦିଅନ୍ତୁ । ଆପଣଙ୍କୁ କିଛି ସମୟରେ ଆରମ ମିଳିବ ।

ଲୁଣ

ଲୁଣର ବ୍ୟବହାର ସବୁ ଘରେ କରାଯାଇଥାଏ ,ଲୁଣରେ ଅଳ୍ପ ଉଷ୍ଣତା ଦେବାର ଗୁଣ ଥାଏ ଯାହା ଦରଜ କୁ ଖତମ କରିଦେଇଥାଏ । ଲୁଣକୁ ସୋରିଷ ତେଲରେ ମିଶାନ୍ତୁ ଏବଂ ତାଙ୍କୁ ଫେଣ୍ଟି ମୋଡି ହୋଇ ଯାଇଥିବା ଜାଗା ରେ ଲଗାନ୍ତୁ ,ଯାହା ଦ୍ଵାରା ଏହି ଦରଜରୁ ଆରାମ ମିଳିବ ।

ବରଫର ସେକ ଦିଅନ୍ତୁ

କେତେଥର ପାଦ ଭଳି ହାତ ବି ମୋଡି ହୋଇ ଯାଇଥାଏ ,ଏହା ହେବା ପରେ ଯେଉଁ ଜାଗା ମୋଡି ହୋଇଯାଇଛି ସେଠାରେ ବରଫ ର ସେକ ଦିଅନ୍ତୁ । ଏହାପାଇଁ କିଛି ବରଫ ଏକ କପଡାରେ ବାନ୍ଧି ମୋଡି ହୋଇ ଯାଇଥିବା ଜାଗା ଉପରେ ଲଗାନ୍ତୁ ,ଯାହାଦ୍ୱାରା କି ଆପଣଙ୍କର ରକ୍ତ ସର୍କୁଲେସନ ଠିକ ହୋଇ ଯାଇଥାଏ ଏବଂ ଆପଣଙ୍କ ଦରଜ ବି ଧୀରେ ଧୀରେ କମିବାକୁ ଲାଗିଥାଏ ।

Leave a Reply

Your email address will not be published. Required fields are marked *