ମୋଦୀ ସରକାରଙ୍କ ବଡ ଘୋଷଣା- ଦଶହରା ପୂର୍ବରୁ ୫କୋଟି କର୍ମଚାରୀଙ୍କ ଦରମା ବଢ଼ିପାରେ : ଏବେଠୁ ଚାଲିଛି ପ୍ରସ୍ତୁତି

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଲେଖାକୁ ସ୍ଵାଗତ । ମୋଦୀ ସରକାର ଆସିବା ଦିନରୁ ପ୍ରତ୍ୟକ ଦିନ କିଛି ନା କିଛି ବଡ ଘୋଷଣା କରି ଚାଲିଛନ୍ତି । କେବେ ଧାରା ୩୭୦ ଉଛେଦ ପ୍ରସଙ୍ଗ ତ କେବେ ଅନ୍ୟ କୌଣସି ନିଷ୍ପତ୍ତି କୁ ନେଇ ସବୁ ବେଳେ ଚର୍ଚ୍ଚା ଲାଗି ରହିଛି । ତେବେ ଏବେ ଶୁଣିବାକୁ ମିଳୁଛି କି ସମସ୍ତ ସରକାରୀ କର୍ମ ଚାରିଙ୍କୁ ଦଶହରା ପୂର୍ବରୁ ମୋଦୀ ସରକାର କିଛି ବଡ ଉପହାର ଦେଇ ପାରନ୍ତି ।

ତେବେ ଏହା କେତେ ଦୂର ଠିକ ସେ ବିଷୟରେ ଏବେ ଯାକେ କିଛି ଜଣା ପଡି ନାହିଁ । ତେବେ ସୂଚନା ମୁତାବକ ଏମତି ଶୁଣିବାକୁ ମିଳିଛି କି ଏ ବର୍ଷ ଜୁଲାଇ ରୁ ଡିସେମ୍ବର ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କର ୫ ପ୍ରତିଶତ ଅଧିକ ଡିଏ ବଢାଇ ପାରନ୍ତି ।

ତେବେ ଯଦି ଏମିତି ହୁଏ ତେବେ ସରକାରୀ କର୍ମଚାରୀଙ୍କ ଡିଏ ବଢ଼ି ୧୭ ପ୍ରତିଶତ ହୋଇଯିବ ।  ତେବେ ଯଦି ମୋଦି ସରକାର ଏହି ନିଷ୍ପତ୍ତି ନେଉଛନ୍ତି ତେବେ କେନ୍ଦ୍ର କର୍ମଚାରୀଙ୍କ ଦରମା ସବୁଠୁ ବେଶୀ ବୃଦ୍ଧି ପାଇବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରଥମ ବଜେଟରେ ମଧ୍ୟ କେନ୍ଦ୍ର କର୍ମଚାରୀମାନେ ଆଶା କରିଥିଲେ ଯେ ନ୍ୟୂନତମ ବେତନ ଏବଂ ଫିଟମେଣ୍ଟ ଫ୍ୟାକ୍ଟରରେ ବୃଦ୍ଧି ହୋଇପାରେ । କିନ୍ତୁ ଏ ବିଷୟରେ କିଛି ଘୋଷଣା ହୋଇ ନାହିଁ ।

 

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *