ଯଦି ଆପଣଙ୍କ ପ୍ପିଲା ଅନ୍ଲାଇନ ପାଠ ଅଧିବା ସହ ଫୋନ ରେ ଅଧିକ ଅଭ୍ୟସ୍ତ ତେବବେ ଆପଣ ଏହି ଖବର କୁ ଦେଖିବା ନିଶ୍ଚିତ କଥା । ଏହି ଘଟନା ହେଉଛି କେଉଁଝର ର ହରିଚନ୍ଦନ ପୁର ର । ଯାହା ସବୁ ପିଲାଙ୍କ ବାପା ଓ ମା ମାନେ ଦେଖିବା ଆବଶ୍ୟକ ଅଟେ ।
ହରିଚନ୍ଦନ ପୁରର ମନୋହର ହାଇଆ ସ୍କୁଲ ରେ ପାଠ ପଢୁଥିଲେ ୧୫ ବର୍ଷର ଅଗସ୍ତି । ସେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଅନଲାଇନ ପାଠ ପଢିବା ପାଇଁ ବାପା ମା କିଣେଇ ଦେଲେ ମୋବାଇଲ ଫୋନ । ପାଠ ସହ ମୋବାଇଲ ରେ ଅଧିକ ଆଟାଚ ହୋଇ ଗଲେ ଆଗସ୍ତି କେବଳ ସେତିକି ନୁହେଁ । ଫୋନ ରେ ବିଭିନ୍ନ ପ୍ରକାର ଗେମ ମଧ୍ୟ ଖେଳିବା ପାଇଁ ଲାଗିଲେ ଅଗସ୍ତି । ଦିନକୁ ଦିନ ତାଙ୍କ ଏହି ଖେଳିଇବା ମନବୃତି ବଢି ଯାଇଥିଲା ।
ଗତ ୧୫ ଦିନ ତଳେ ମୋବାଇଲ ଟି ଭାଙ୍ଗି ଯାଇଥିଲା ଏହା ପାଇଁ ଅନଲାଇନ ପାଠ ବନ୍ଦ ହେବା ସହ ଖେଳିବା ମଧ୍ୟ ବନ୍ଦ ହୋଇ ଯାଇଥିଲା । ଯାହା ପାଇଁ ତାଙ୍କ ମନ ଖୁବ କଷ୍ଟ ଥିଲା ନିଜ ଫୋନ କୁ ଅଧିକ ଭଲ ପାଉଥିବା ଅଗସ୍ତି । ସେ ଖିଆ ପିଆ ମଧ୍ୟ ଛାଡି ଦେଇଥିଲା । ଏହା ଦ୍ଵାରା ତାଙ୍କୁ ଜର ଆସିଥିଲା ଓ ବାନ୍ନତି ମଧ୍ୟ ହୋଇ ଥିଲା । ଏହା ଦେଖି ଘର ଲୋକ ତାଙ୍କୁ ପାଖ ଡାକ୍ତର ଖାନାକୁ ନେଇ ଥିଲେ ।
ଏହା ପରେ କଟକ ଆଣି ଥିଲେ ମାତ୍ର ସେ ଚିକିସ୍ଛା ଅବସ୍ଥାରେ ଆଖି ମୁଜିଲେ ଅଗସ୍ତି । ଏହା ପରେ ପିଲାଙ୍କ ପାଇ କାମ କରୁଥିବା ଅଧିକାରୀ NCPC ପାଖରୁ ସୂଚନା ମିଳିଛି କି ମାତ୍ର ୧୦ ପ୍ରତିଶତ ପିଲା ତାଙ୍କ ଫୋନ କୁ ଅନଲାଇନ କ୍ଳାସ ପାଇଁ ବ୍ୟବହାର କରୁଛନ୍ତି ।
୫୯ ପ୍ରତିଶତ ପିଲା ସ୍ମାର୍ଟ ଫୋନ କୁ ୱ୍ହାଟସପ, ଫେସବୁକ ଆଦିରେ ବ୍ୟବହାର କରୁଛନ୍ତି ଓ ଗେମ ଖେଳୁଛନ୍ତି । ଏହାକୁ ନେଇ କେଏନଡ଼ିର ସରକାର ଙ୍କ ପକ୍ଷରୁ ଦିଲ୍ଲୀ ସୁପ୍ରିମକୋର୍ଟ କହିଛି କି କିଛି ଏଭଳି ନିୟମ ଆଣନ୍ତୁ ଯାହା ଦ୍ଵାରା ପିଲା ମାନେ ଅନଲାଇନ ଓ ଅଫଲାଇନ ଖେଳରୁ ମୁକ୍ତ ରହି ପାରିବେ ।
ଅନଲାଇନ ଗେମ ପାଇଁ ପିଲା ମାନେ ଅପରାଧ କରୁଛନ୍ତି, ମାନଶୀକ ଚାପରେ ରହୁଛନ୍ତି । ତେଣୁ ଏହାକୁ ଅଟକାଇବା ପାଇଁ ସୁପ୍ରିମ କୋର୍ଟ ଅଡର ଦେଇଛନ୍ତି । ଏହି କ୍ଷେତ୍ରରେ ବାପା ମା ମାନଙ୍କୁ ମଧ୍ୟ କୁହା ଯାଉଛି କି ଆପଣ ନିଜ ପିଲାକୁ ନିଜ ଆଖି ଆଗରେ ରଖନ୍ତୁ ସେମାନେ କାମ କରିବା ସମୟରେ ଯଦି ପିଲାଙ୍କୁ ଫୋନ ଦେଇ ଦେଉଛନ୍ତି ତେବେ ସେ ତାକୁ ହିଁ ନିଜ ସୁଖ ଦୁଃଖର ଏକ ଏଣ୍ଟରଟେନମେଣ୍ଟ ବୋଲି ଧରି ନେଉଛି । ଏହାକୁ ନଜର ରେ ରାଖୀ ଏକ ଟିମ ଗଠନ କରି ଏଥିରୁ ପିଲାଙ୍କୁ ଦୂରେଇବା ପାଇଁ ସରକାର କହିଛନ୍ତି ।